Odisha News Portal

କେଉଁ ଗଛରେ କାଠ ନଥାଏ ? ଯାହାର ଉତ୍ତର 99 ପ୍ରତିଶତ ଲୋକଙ୍କୁ ଜଣା ନାହିଁ , ସାହାସ ଅଛି ଯଦି ଉତ୍ତର ଦିଅ

ସାଧାରଣ ଜ୍ଞାନ ଏମିତି ଏକ ଜ୍ଞାନ ଅଟେ ଯାହା ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ କାରଣ ଏହା ଆମକୁ ଆମର ଲକ୍ଷ୍ୟ ସ୍ଥଳେର ପହଞ୍ଚିବାରେ ସାହାର୍ଯ୍ୟ କରିଥାଏ । କାରଣ ଏବେ ଯେକୌଣସି ପରିକ୍ଷାରେ ସାଧାରଣ ଜ୍ଞାନ ହିଁ ଆସିଥାଏ । ସେଥିପାଇଁ ଆସନ୍ତୁ ଜାଣିବା କେତେକ ସାଧାରଣ ଜ୍ଞାନ ସମ୍ୱନ୍ଧୀୟ ପ୍ରଶ୍ନ ଉତ୍ତର ବିଷୟରେ ।

1 ସୂର୍ଯ୍ୟର ବୟସ କେତେ ?
ଉତ୍ତର – ପ୍ରାୟ 500 କୋଟି ବର୍ଷ ।

2 ସୂର୍ଯ୍ୟ ଅଭ୍ୟନ୍ତରର ତାପମାତ୍ରା କେତେ ?
ଉତ୍ତର – 16 ନିୟୁତ ଡିଗ୍ରୀ କେଲଭିନ୍ ।

3 ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହେବା ପରି ଦେଖାଯାଏ କାହିଁକି ?
ଉତ୍ତର – ପୃଥିବୀ ପଶ୍ଚିମରୁ ପୂର୍ବକୁ ଘୁରୁ ଥିବାରୁ ।

4 ଜୁଆର କାହିକିଁ ହୁଏ ?
ଉତ୍ତର – ସୂର୍ଯ୍ୟ ଓ ଚନ୍ଦ୍ରର ଆକର୍ଷଣ ଯୋଗୁଁ ।

5 ଜୁଆର ଓ ଭଟ୍ଟା ମଧ୍ୟରେ ସମୟ ବ୍ୟବଧାନ କେତେ ?
ଉତ୍ତର – 6 ଘଣ୍ଟା 13 ମିନିଟ ।

6 ଦିନକ ମଧ୍ୟରେ କେତେଥର ଜୁଆର ଓ ଭଟ୍ଟା ହୁଏ ?
ଉତ୍ତର – 2 ଥର ଲେଖାଏଁ ।

7 ଭୂମିକମ୍ପ କାହିଁକି ହୁଏ ?
ଉତ୍ତର – ଭୂତ୍ୱକର ଚଳନ ହେତୁ ।

8 ଅପରିଷ୍କୃତ ରକ୍ତ ଫୁସଫୁସକୁ ପରିଷ୍କୃତ ହେବା ପାଇଁ ପଠାଇବା ଓ ପରିଷୃତ ରକ୍ତ ଶରୀରରେ ବିଭିନ୍ନ ଅଙ୍ଗକୁ ପଠାଇବା କାହାର କାମ ?
ଉତ୍ତର – ହୃତପିଣ୍ଡ ।

9 ମଣିଷ ଶରୀରରେ ରକ୍ତ ଦିନକୁ କେତେ ମାଇଲ୍ ଗତି କରେ ?
ଉତ୍ତର – ପ୍ରାୟ 168 ନିୟୁତ ମାଇଲ୍ ।

10 ହୃତପିଣ୍ଡ ଥରକେ କେତେ ରକ୍ତ ପମ୍ପ କରେ ?
ଉତ୍ତର – 70 ଗ୍ରାମ ।

11 ରକ୍ତ ହୀନତା କେଉଁ ଭିଟାମିନ୍ ଅଭାବରେ ଦେଖାଯାଏ ?
ଉତ୍ତର – ଭିଟାମିନ – ବି ।

12 କେଉଁ ଗଛରେ କାଠ ନଥାଏ ?
ଉତ୍ତର – କଦଳୀ ।

13 ଜଳର ବିଶୋଧନ ପାଇଁ କାହାକୁ ବ୍ୟବହାର କରାଯାଏ ନାହିଁ ?
ଉତ୍ତର – ଆଇରନ ବଟିକା ।

14 କେଉଁଥିରେ ଉଭୟ ଭିଟାମିନ ଏ ଏବଂ ଭିଟାମିନ ଡି ଥାଏ ?
ଉତ୍ତର – ଲହୁଣି ।

15 ଗୋଟିଏ ମାଛି ଥରକୁ କେତୋଟି ଅଣ୍ଡା ଦେଇପାରେ ?
ଉତ୍ତର – 120 ରୁ 160 ।

16 ପତ୍ରରେ ଥିବା କାହା ମାଧ୍ୟମରେ ବାୟୁ ପତ୍ର ଭିତରକୁ ଯାଏ ?
ଉତ୍ତର – ପତ୍ରଛିଦ୍ର ବା ସ୍ତୋମ ।

17 କେଉଁ ଉଦ୍ଭିଦ ଶସ୍ୟ ଅମଳରେ ବ୍ୟାଘାତ ସୃଷ୍ଟି କରିଥାନ୍ତି ?
ଉତ୍ତର – ମୁଥା ।

18 କେଉଁ ଫସଲ ଅଧିକ ଜଳ ଆବଶ୍ୟକ କରିଥାଏ ?
ଉତ୍ତର – ଆଖୁ ।

19 କେଉଁ ପ୍ରକ୍ରିୟା ଦ୍ୱାରା ଫୁଲରୁ ଫଳ ହୁଏ ?
ଉତ୍ତର – ପରାଗ ସଙ୍ଗମ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।