Odisha News Portal

ଚାଷୀଙ୍କ ସହିତ କିଏ ? ବିଜେଡି, ବିଜେପି ଓ କଂଗ୍ରେସ ଭୂମିକାକୁ ନେଇ ଦ୍ଵନ୍ଦ ବଢ଼ୁଛି । ଆପଣଙ୍କ ମତାମତ କମେଣ୍ଟ କରନ୍ତୁ…

ବର୍ତ୍ତମାନ ସମୟର ସବୁଠୁ ବହୁତ ବଡ ଖବର ହେଉଛି କି ଚାଷୀଙ୍କ ସାଥୀରେ କିଏ ରହିଛି ଏବଂ କିଏ କରୁଛି ଚାଷିଙ୍କୁ ଅଧିକ ସପୋର୍ଟ ବିଜେଡି, ବିଜେପି ନାଁ ପୁଣି କଂଗ୍ରେସ ? ବର୍ତ୍ତମାନ ସମୟରେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ବଢିବାରେ ଲାଗିଛି ଏବଂ ଗୋଟିଏ ଦ୍ବନ୍ଦ ସୃଷ୍ଟି କରିଲାଣି । ତେବେ ଆପଣ ମାନେ ଜାଣିଥିବେ ଯେ, କେନ୍ଦ୍ର ସରକାର ଙ୍କ କୃଷକ ଆଇନ୍ କୁ ବିରୋଧ କରି ଦେଶରେ ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନ କରିଥିଲେ । ଆଉ ଏହି ଆନ୍ଦୋଳନ ଦିନକୁ ଦିନ ବଢ଼ିବାରେ ଲାଗିଛି ।

କୃଷକଙ୍କ କୃଷକ ବିରୋଧୀ ଆନ୍ଦୋଳନର ସ୍ଲୋଗାନରେ କମ୍ପି ଉଠୁଛି ସମଗ୍ର ଦେଶ । ତେବେ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀ ମାନଙ୍କ ଆନ୍ଦୋଳନ ଏବେ ସରକାରଙ୍କ ମୁଣ୍ଡ ବିନ୍ଧା ର କାରଣ ହେଲାଣି । ଆଉ ଏହି ଆନ୍ଦୋଳନର ପ୍ରଭାବ ଓଡ଼ିଶାରେ ମଧ୍ୟ କମ୍ ପଡିନି ।


ତେବେ ଚାଷୀମାନେ ଏବେ ନିଜ ମନ୍ତବ୍ୟରୁ ପଛକୁ ହଟିବା ପାଇଁ ରାଜି ନୁହଁନ୍ତି । ଏମିତି ପରିସ୍ଥିତିରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମଧ୍ୟ ସମସ୍ୟାରେ ପଡିଛନ୍ତି । ଆଉ ପ୍ରଶ୍ନ ଉଠୁଚି ଯେ କେଉଁ ରାଜନୈତିକ ଦଳ କୃଷକ ଓ କୃଷି ସହିତ ଅଛନ୍ତି ଏବଂ ତାଙ୍କୁ ସପୋର୍ଟ କରୁଛନ୍ତି।ତେବେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା, କୃଷକଙ୍କୁ ସମସ୍ତେ ସପୋର୍ଟ କରିବେ କିନ୍ତୁ ଏଯାଏ କୌଣସି ରାଜନୈତିକ ଦଳ କୃଷକ ମାନଙ୍କ ସହିତ ହାତ ମିଳାଇ ନାହାନ୍ତି । ଚାଷୀ ମାନଙ୍କ ଭାରତ ବନ୍ଦ ଡାକରାରେ କଂଗ୍ରେସ ସମର୍ଥନ କରିଥିବାର ଜଣା ପଡ଼ିଥିଲା କିନ୍ତୁ ଭାରତ ବନ୍ଦ ଦିନ କଂଗ୍ରେସର ସେମିତି ଉପସ୍ଥିତି ଜଣା ପଡି ନଥିଲା ।

ତେବେ ଚାଷୀଙ୍କୁ ସମର୍ଥନ କରିବା ପାଇଁ ଓଡ଼ିଶା କଂଗ୍ରେସ ସରକାରଙ୍କ ଉପରେ ସେମିତି କିଛି ଚାପ ପକାଇ ପାରି ନାହିଁ


କେନ୍ଦ୍ରରେ ବିଜେପି ସରକାର ଥିବାରୁ ଏହାର ଆଭିମୁଖ୍ୟ ଜଣା ପଡିନାହିଁ । ବର୍ତ୍ତମାନ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଗଣମାଧ୍ୟମକୁ କହିଛନ୍ତି, ବିରୋଧୀ ଦଳମାନେ କୃଷି ଆଇନ ନେଇ ଲୋକ ମାନଙ୍କୁ ଭ୍ରମିତ କରୁଛନ୍ତି । ଓଡିଶାର 5 ଟି ସ୍ଥାନ ବାଲେଶ୍ଵର , ବରଗଡ଼ , ଜୟପୁର , ଢେଙ୍କାନାଳ ଓ କଟକ ରେ ସମାବେଶ କରି କୃଷକ ମାନଙ୍କୁ ବୁଝାଇବା ପାଇଁ ନିଷ୍ପତି ନିଆ ଯାଇଛି ।

ଆଉ ଏହି ଅବସରରେ ଦଳ ନିଜର ମତ ରଖି କହିଛି ଯେ ସରକାରଙ୍କ ପାଖରେ ଯଦି କାଳିଆ ଯୋଜନା ପାଇଁ ଟଙ୍କା ନାହିଁ ତେବେ ପିଏମେ କିସାନ ଯୋଜନାରେ କିପରି ଟଙ୍କା ଦେବେ ଓ ଏହାର ତାଲିକା ପ୍ରଦାନ କରନ୍ତୁ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ ଉଠାଇ ଅଛନ୍ତି ।

ଆଉ ରହିଲା ବିଜେଡ଼ି , ବିଜେଡି ଚାଷୀ ମାନଙ୍କୁ ସପୋର୍ଟ କରିବ କି ନାହିଁ ଏହି ବିଷୟରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ଜଣା ପଡି ନାହିଁ । କିନ୍ତୁ ଓଡ଼ିଶା ବନ୍ଦ ପୂର୍ବରୁ ବିଜେଡ଼ି କହିଥିଲା ଯେ ସେମାନେ ଆନ୍ଦୋଳନରେ ନୁହେଁ, ବରଂ ଆଲୋଚନାରେ ବିଶ୍ବାସ କରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।