Odisha News Portal

କେନ୍ଦ୍ରାପଡ଼ା ସା˚ସଦଙ୍କ ଏ କି ଦଶା ! ନିଜ ନିର୍ବାଚନମଣ୍ତଳୀରେ ନାଁ ନାହିଁ

ଆପଣ ମାନେ ଜାଣିଛନ୍ତି କିଛି ଦିନ ହେଲା ବିଜୁ ଜନତା ଦଳର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଙ୍କୁ କୌଣସି ଦଳୀୟ କାର୍ଯ୍ୟ କ୍ରମ ମାନଙ୍କରେ ଦେଖିବାକୁ ମିଳୁ ନାହିଁ।ସେ ଦଳ ଠାରୁ ଦୂରେଇ ହୋଇ ନିଜେ ଏମିତି ରହୁଛନ୍ତି ନା ଦଳ ତରଫରୁ ତାଙ୍କୁ କୋଣଠେଶା କରି ଦିଆ ଯାଉଛି ତାହା ଜଣା ପଡୁ ନାହିଁ। ତାଙ୍କ
ପାରିବାରିକ ବିବାଦରେ ଫସିବା ପରଠୁ ଏବଂ ଏହା ଦ୍ବାରା ସାମାଜିକ ପ୍ରତିଷ୍ଠା ରେ ଆଞ୍ଚ ଆସିବା ପରେ, ଶାସକ ଦଳ ଯେ ଅନୁଭବଙ୍କୁ ଏକପ୍ରକାର କୋଣଠେସା କରି ଦେଇଛି, ଏ କଥାକୁ ଅସ୍ବୀକାର କରିହେବ ନାହିଁ।ଏହି ଘଟଣା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି ଯଦି ଆପଣ ବିଗତ କିଛି ଦଳୀୟ କାର୍ଯ୍ୟ କଲାପ ଏବଂ ଘଟଣାକୁ ଅନୁଧ୍ୟାନ କରିବେ।

ଉଦାହରଣ ସ୍ୱରୂପ ନିକଟରେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପଟ୍ଟାମୁଣ୍ତାଇ ପୌରପାଳିକା ଅନ୍ତର୍ଗତ କଷଣଅଣ୍ଟାରେ ଶୁକ୍ରବାର ଦିନ ମିନି ଷ୍ଟାଡିୟମ୍‌ର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯେଉଁ ଘଟଣା ଘଟିଲା ସେଠାରେ ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ସା˚ସଦ ଅନୁଭବ ମହାନ୍ତିଙ୍କ ନାଁ ଫଳକରେ ନ ରହିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ଏହି ଫଳକ ରେ ଦୁଇ ଜଣ ମନ୍ତ୍ରୀ, ସ୍ଥାନୀୟ ବିଧାୟକ, ବାହାର ଜିଲ୍ଲାର ତିନି ବିଧାୟକଙ୍କ ନାଁ ଉଲ୍ଲେଖ ରହିଲା। ଯଥା ଯାଜପୁରର କୋରେଇ ବିଧାୟକ ଅଶୋକ ବଳ, ଜଗତସି˚ହପୁର ଜିଲ୍ଲା ପାରାଦୀପର ବିଧାୟକ ସମ୍ବିତ୍‌ ରାଉତରାୟ ଆଦିଙ୍କ ନାମ ସେଥିରେ ରହିଥିଲା। କିନ୍ତୁ ସେହି ଜିଲ୍ଲାର ସାଂସଦ ହୋଇ ଅନୁଭବ ମହାନ୍ତି ଏକ ପ୍ରକାର କୋଣଠେସା ହେବା ବୋଲି ବୋଧ ହେଲା।

ଏହାଛଡା ଅନ୍ୟ ଏକ ଉଦାହରଣ ସ୍ୱରୂପ ଗତ ଡିସେମ୍ବର ୨୦ ତାରିଖରେ ମହାକାଳପଡ଼ାର ଆଖଡ଼ାଶାଳିରେ ପ୍ରସ୍ତାବିତ ବନ୍ଦର ପ୍ରକଳ୍ପକୁ ଅନୁଧ୍ୟାନ କରିବା ସମୟରେ ମଧ୍ୟ ସା˚ସଦଙ୍କ ଦେଖା ଦର୍ଶନ ମିଳି ନଥିଲା ଯଦିଓ ଏଠାରେ ଏହି ଦିନ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତି ସହିତ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି.କେ ପାଣ୍ତିଆନ୍‌, ପରିବହନ ସ୍ବତନ୍ତ୍ର ସଚିବ ମନୋଜ ମିଶ୍ରଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।ତେବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ବଡ଼ ପ୍ରକଳ୍ପ ଅନୁଧ୍ୟାନ କାର୍ଯ୍ୟରେ ସା˚ସଦ ଅନୁଭବଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ପାଲଟିିବା ସ୍ୱାଭାବିକ କଥା।

ଏହାପରେ ଡିସେମ୍ବର ୨୬ ତାରିଖର ଘଟଣା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା କାରଣ ଏହିଦିନ ବିଜେଡ଼ି ର ପ୍ରତିଷ୍ଠା ଦିବସ ରହିଥିଲା। ଆଉ ଏହିଦିନ କେନ୍ଦ୍ରାପଡ଼ାକୁ ଛାଡ଼ି ଜିଲ୍ଲାର ଅନ୍ୟ ନିର୍ବାଚନ ମଣ୍ତଳୀ ଅର୍ଥାତ୍ ବାକି ଚାରି ବିଧାନସଭା କ୍ଷେତ୍ରରେ ପାଳିତ ହୋଇଥିବା ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସା˚ସଦଙ୍କୁ ସ˚ପୂର୍ଣ୍ଣ ଉପେକ୍ଷା କରି ଦିଆ ଯାଇ ଥିବାର ଦେଖିବାକୁ ମିଳିଥିଲା। ହାତଗଣତି କେତୋଟି ବ୍ୟାନର‌୍‌ ଓ ସଭାସ୍ଥଳକୁ ଛାଡ଼ି ଅନୁଭବଙ୍କ ଫଟୋ କେଉଁ ଆଡେ ବି ଦେଖିବାକୁ ମିଳି ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।