Odisha News Portal

କେନ୍ଦ୍ରସରକାରଙ୍କ ନୂଆ ନିୟମ . ନିର୍ଦ୍ଦାରିତ ସମୟ ଠାରୁ ଯଦି କୌଣସି କର୍ମଚାରୀ ଅଧିକ ସମୟ କାମ କଲେ ମିଳିବ ଅଧିକ ଟଙ୍କା !

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ ଯୋଜନା ବିଷୟରେ କହିବୁ , ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ ଅଟେ । ତେବେ ଆପଣ ମାନେ ତ ସମସ୍ତେ ଜାଣିଛନ୍ତି କି ଭଗବାନ କହିଛନ୍ତି କର୍ମ ଅନୁସାରେ ଫଳ ଅର୍ଥାତ ଯେମିତି କାମ କରିବ ସେହି ରୂପରେ ଫଳ ପ୍ରାପ୍ତ ହେବ । ଭଲ କାମ କଲେ ଭଳ ଫଳ ଏବଂ ଖରାପ କାମ କଲେ ଖରାପ ଫଳ ମିଳିବ । ତେବେ ଆମେ ଆପଣ ମାନଙ୍କୁ ସେହି କର୍ମ କଥା କହୁନାହିଁ ମାତ୍ର ସେହିପରି କିଛି କଥା ବିଷୟରେ କହିବୁ , ତେବେ କଥାଟି ହେଉଛି କି ଏବେ ସରକାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି ଯେଉଁ ଯୋଜନା ଅନୁସାରେ ଆପଣ ମାନେ ଯେମିତି ପରିମାଣର କାମ କରିବେ ସେତିକି ପରିମାଣର ଟଙ୍କା ଆପଣ ମାନଙ୍କୁ ପ୍ରଦାନ କରାଯିବ ।

ଏହା ସହିତ ଯେଉଁ ଲୋକମାନେ କାମରେ ଓଭର ଟାଇମ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ତୁରନ୍ତ ଓଭର ଟାଇମ ମିଳିବ ଏବଂ ସଂଙ୍ଗେ ସଂଙ୍ଗେ ତାହାର ପଇସା ମଧ୍ୟ ପ୍ରାପ୍ତ ହେବ । ତେବେ ଏହି ଯୋଜନାଟି କାହା ପାଇଁ ଏବଂ ଏଥିରେ କମ ସବୁ ପାଇଦା ରହିଛି ଆସନ୍ତୁ ଜାଣିବା ତାହା ବିଷୟରେ ।


ଆସନ୍ତା ଏପ୍ରିଲ ମାସରୁ ନୂଆ କମ୍ପନସେସନ ନିୟମ ଲାଗୁ କରିପାରନ୍ତି କେନ୍ଦ୍ରସରକାର , କେନ୍ଦ୍ରସରକାରଙ୍କ ନୂଆ ନିୟମ ଗ୍ରାଚ୍ୟୁଟି ଏବଂ ପିଏଫରେ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଗତ ବର୍ଷ ସାଂସଦ ରେ ପାଳିତ ହୋଇ ଥିବା ୱେଜ୍ କୋଡ ର ଏହା ଏକ ଅଂଶ ଏହି କୋଡରେ କୁହାଯାଇଛି ଯେ, ଓଭରଟାଇମ ପାଇଁ ଅନୁକଂପା କର୍ମଚାରୀଙ୍କ ନିୟମିତ ଦରମାରୁ ଅତି କମରେ ଦୁଇଗୁଣା ହେବା ଦରକାର । ଏହି ନିୟମ ଲାଗୁ ହେବା ଦ୍ଵାରା ବିଭିନ୍ନ କମ୍ପାନୀ ର ପେସ୍ଟ୍ରକଚର ରେ ପରିବର୍ତ୍ତନ ହେବାର ଦେଖିବାକୁ ମିଳି ପାରେ |

ଓଏସସିଏଚ କୋଡର ଡ୍ରାଫ୍ଟ ନିୟମ ଅନୁସାରେ 15 ରୁ 30 ମିନିଟ ମଧ୍ୟରେ ଅତିରିକ୍ତ କାମକୁ ବି 30 ମିନିଟ୍ ହିସାବରେ ଓଭରଟାଇମରେ ସାମିଲ କରିବାକୁ ଉଲ୍ଲେଖ ରହିଛି । ନୂତନ ଡ୍ରାଫ୍ଟ ନିୟମ ଅନୁସାରେ, କଂପାନୀ କୌଣସି ବି କର୍ମଚାରୀଙ୍କୁ ଲଗାତର 5 ଘଣ୍ଟାରୁ ଅଧିକ ସମୟ ଧରି କାମକରାଇପାରିବେ ନାହିଁ । ଏହାସହ ପ୍ରତି 5 ଘଂଟାରେ କର୍ମଚାରୀଙ୍କୁ ଅଧା ଘଣ୍ଟା ପାଇଁ ବିଶ୍ରାମ ଅବକାଶ ତଥା ଇଂଟରଭାଲ୍ ବ୍ରେକ୍ ଦେବା ପାଇଁ କଂପାନୀମାନଙ୍କୁ ବାଧତାମୂଳକ ରୂପେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଯୋଗ୍ୟ କି ଗଣ ମାଧ୍ୟମ ରେ ପ୍ରକାଶିତ ଖବର ଅନୁସାରେ ଏହି ନୂତନ ନିୟମ ଟି ପ୍ରଣୟନ ହେବା ପରେ କମ୍ପାନୀ ର ଅଧିକାଂଶ ପେ ସ୍ତ୍ରକ୍ଚର ରେ ପରିବର୍ତ୍ତନ ଦେଖିବା ପାଇଁ ମିଳିବ । ଉଭୟ କର୍ମଚାରୀ ଓ କମ୍ପାନୀ ର ପିଏଫ ରେ ପରିବର୍ତ୍ତନ ଦେଖିବା ପାଇଁ ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।