ବ୍ରଣ ଏକ ସାଧାରଣ ଚର୍ମ ରୋଗ , ଯାହାକି ସାଧାରଣତଃ ଭାବରେ ଯୌବନ ଅବସ୍ଥାରେ ଆରମ୍ଭ ହୋଇଥାଏ । ପାଖାପାଖି 25 ବର୍ଷ ପର୍ଯ୍ୟନ୍ତ ଜାରି ରହିଥାଏ , କିଛି କିଛି କ୍ଷେତ୍ରରେ ଏଡଲ୍ଟ ଏଜ୍ ରେ ମଧ୍ୟ ବ୍ରଣ ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ ଓ ଚିକିତ୍ସା ବିଷୟରେ ।
ମୁହଁରେ ବ୍ରଣ ହେବାର କାରଣ କଣ :-
ମୁହଁରେ ବ୍ରଣ ସମସ୍ୟା ହୋରମନାଲ ଇଫେକ୍ଟ ଯୋଗୁଁ ହୋଇଥାଏ , ଯେତେବେଳେ ଯୌବନ ଅବସ୍ଥା ଷ୍ଟାଟ ହୋଇଥାଏ ସେତବେଳେ ବିଭିନ୍ନ ହରୋମନ ଗୁଡିକ ଆକ୍ଟିଭ ହୋଇଥାନ୍ତି । ସେହି ହରମୋନ ଆକ୍ଟିଭ ହେବା ଦ୍ୱାରା ଆଣ୍ଡ୍ରଜେନ ହରମୋନ ଯେଉଁଗୁଡିକ ଥାଏ ତାହା ହିଁ ବ୍ରଣ ଫରମେସନ କରିବାରେ ସହାୟକ ହୁଏ । ଏହାଛଡା ପ୍ରପିଓନିବ୍ୟାକ୍ଟେରିଅମ ଆକ୍ନି ବୋଲି ଏକ ବ୍ୟକ୍ଟେରିଆ ରହିଛି ସେହି ବ୍ୟକ୍ଟେରିଆର ଇନଫେକ୍ସନ ହେଲେ ମଧ୍ୟ ଆପଣଙ୍କର ବ୍ରଣ ସୃଷ୍ଟି ହୁଏ । ହରମୋନର ଇଫେକ୍ଟିଭ ଯୋଗୁଁ ଚର୍ମର ଫରମେସନ ରେ ମଧ୍ୟ ପ୍ରବ୍ଲେମ ହୁଏ , ସେହି ଚର୍ମରେ ଡିସରେଗୁଲେଟେଡ୍ କ୍ୟାରେଟେନାଇଜେସନ ହୁଏ ସେହି କାରଣ ଯୋଗୁଁ ବ୍ରଣ ମଧ୍ୟ ହୋଇଥାଏ ।
ମୁଖ ବ୍ରଣର ଚିକିତ୍ସା :-
ୟଙ୍ଗ ଏଜ୍ ରେ ହରୋମନ ଇଫେକ୍ଟ ଯୋଗୁଁ ବ୍ରଣ ସମସ୍ୟା ହୋଇଥାଏ । ଏହା ବ୍ୟତିତ ଯେଉଁ ମାନଙ୍କର ପିସିଓଡି ସମସ୍ୟା ରହିଥାଏ ସେମାନଙ୍କର ବ୍ରଣ ହେବା ସହିତ ଓଜନ ବଢିଥାଏ ଏବଂ ଚୁଟି ମଧ୍ୟ ଝଡିଥାଏ । ତା ସାଙ୍ଗରେ ଆପଣଙ୍କର ସାଇକେଲ ଇରେଗୁଲାଟି ମଧ୍ୟ ହୋଇପାରେ , ତେଣୁ ପ୍ରଥମେ ଏହି ସମସ୍ୟାକୁ ଠିକ୍ କରିବା ପାଇଁ ମେଡିସିନ ଦିଆଯାଇଥାଏ । ସାଧାରଣତଃ ବ୍ରଣ ପାଇଁ ବିଭିନ୍ନ ପ୍ରକାର କ୍ରିମ ବା ଟାବଲେଟ ରହିଥାଏ , ତାହାରି ମାଧ୍ୟମରେ ବ୍ରଣ ସମସ୍ୟାକୁ ଦୂର କରାଯାଇ ପାରିବ । ବ୍ରଣ ଯୋଗୁଁ ମୁହଁରେ ଗାତ ହୋଇଯାଏ ତାହାକୁ ଆକ୍ନିଷ୍ଟାର ବୋଲି କହିଥାଉ । ଏହାର ବିଭିନ୍ନ ଉପଚାର ମଧ୍ୟ ରହିଛି ।
ମୁଖ ବ୍ରଣର ନିରାକରଣ :-
ଯେତେବେଳେ ଫେସ୍ ରେ ବ୍ରଣ ହେଉଛି ସର୍ବପ୍ରଥମେ ଆପଣ ମାନେ ଟର୍ମାଜଲୋଜିଷ୍ଟ ପାଖକୁ ଯାଇ ଟ୍ରିଟମେଣ୍ଟ କରିବାକୁ ପଡିବ । ଘର ବା ବନ୍ଧୁ ମାନଙ୍କର କୌଣସି ଉପଦେଶ ବା ଉପଚାର ଟ୍ରାଏ କରିବା ଆଦୌ ଉଚିତ୍ ନୁହେଁ । ଏହାଛଡା ଲାଇଫ୍ ରେ ବେଶି ଟ୍ରେସ ନିଅନ୍ତୁ ନାହିଁ , ଖାଇବା ପିଇବାରେ ଆପଣ ବେଶି ପନିପରିବା ବା ଫ୍ରୁଟସ୍ ଖାଇବେ ।
ଭଇଟାମିନ ଏ , ଭିଟାମିିନ ସି ଜାତୀୟ ଫ୍ରୁଟସ୍ ଖାଇବେ ତା ସହିତ କ୍ଷୀର ମଧ୍ୟ ସେବନ କରିବେ । ଅମେଗା3 ଫଟିଏସିଡ୍ ଯୁକ୍ତ ଖାଦ୍ୟ ଗୁଡିକ ଅଧିକ ମାତ୍ରାରେ ଖାଇବେ । ଯଦି ଆପଣ ମାନେ ଖରାକୁ ଯାଉଛନ୍ତି ତେବେ ସନସ୍କ୍ରିନ ଲଗେଇବେ , ବେଶି ଝାଳ ବୁଡିଲେ ଫେସକୁ ଫେସୱାସ ଦ୍ୱାରା ୱାସ କରିବେ । ଫେସକୁ ଅଧିକ ଅଏଲି ରଖିବେ ନାହିଁ କାରଣ ତାହା ଦ୍ୱାରା ଫେସ୍ ରେ ବ୍ରଣ ସମସ୍ୟା ଦେଖାଯାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।