Odisha News Portal

ଜାଣନ୍ତୁ ନୂଆବର୍ଷ 2021 ରେ ମିଥୁନ ରାଶି ପାଇଁ କଣ ରହିବ ଶୁଭ ଏବଂ ଅଶୁଭ ! ମିଥୁନ ରାଶିର ବ୍ୟକ୍ତିବିଶେଷ ନିଶ୍ଚିତ ଜାଣନ୍ତୁ….

ରାଶିଚକ୍ରର ତୃତୀୟ ରାଶି ହେଉଛି ମିଥୁନ ରାଶି । ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଂ ଆମେ ଆଜି ଆଲୋଚନା କରିବା । ମିଥୁନ ରାଶିର ସ୍ତ୍ରୀ ପୁରୁଷ ମାନଙ୍କ ପାଇଁ ରାଶିର ଅତ୍ୟନ୍ତ ଶୁଭ ଫଳ ଅଛି 2021 ମସିହାରେ । ଏହାର ବର୍ଷ ଆରମ୍ଭରେ ରବି,ବୁଧ ସପ୍ତମରେ ରହିବେ । ତେଣୁ ଦୀର୍ଘ ଦିନ ଧରି ଯେଉଁ ମାନଙ୍କର ଦାମ୍ପତ୍ୟ ଜୀବନରେ ସମସ୍ୟା ଲାଗି ରହିଛି , ଗୃହରେ ଅଶାନ୍ତି, ସ୍ବାମୀ ସ୍ତ୍ରୀ ମଧ୍ୟରେ ବିବାଦ, ବାପା ମାଁଙ୍କ ସହିତ ଭଲ ସଂପର୍କ ନାହିଁ , ବନ୍ଧୁବାନ୍ଧବଙ୍କ ସହିତ ମନାନ୍ତର ମତାନ୍ତର ରହିଛି 2021 ମସିହାରେ ଏସବୁ ନିଶ୍ଚିତ ଭାବରେ ଦୂର ହୋଇଯିବ ।

ଆଉ ଏକାଦଶରେ ମଙ୍ଗଳ ରହିଛନ୍ତି , ତେଣୁ ଆପଣ ଯଦି ସଂଞ୍ଚୟ କରିପାରି ନାହାଁନ୍ତି 2020ରେ ତାହେଲେ 2021ରେ ଆପଣଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ଉଜ୍ଜଳ ରହିବ । ଗୁରୁ ଶନି ଅଷ୍ଟମ ସ୍ଥାନରେ ଅଛନ୍ତି , ତେଣୁ ଟିକେ ସ୍ନାୟୁ ରୋଗ ହୋଇପାରେ ।

ତେଣୁ ତାହା ପାଇଂ ପ୍ରତିକାର ସ୍ବରୂପ ପ୍ରତ୍ୟୋକ ଶନିବାର ଦିନ କୌଣସି ଭିକାରୀକୁ କିଛି ନୀଳ ରଙ୍ଗର ବସ୍ତ୍ର ଦାନ କରନ୍ତୁ ଏବଂ କିଛି ଖାଦ୍ୟ ଖାଇବା ପାଇଂ ଦିଅନ୍ତୁ ଅଶୁଭତ୍ବ ଦୂର ହୋଇ ଶୁଭ ଫଳ ପ୍ରାପ୍ତି ହେବ । ଶୁକ୍ଳକେତୁ ଷଷ୍ଠ ସ୍ଥାନରେ ଅଛନ୍ତି । ଆପଣଙ୍କର ସନ୍ତାନ ମାନଙ୍କର ଉନ୍ନତି ସମୟ ଆସିବ ।

ପିଲାମାନେ ଯଦି ପାଠ ପଢାରେ ଦୁର୍ବଳ ଅଛନ୍ତି ତାହେଲେ ପାଠପଢା ସବଳ ହୋଇଯିବ । ବିଦେଶ ଯାତ୍ରା ଯୋଗ ମଧ୍ୟ ରହୁଛି । ଏହି ସମୟରେ ଭୂମି କିଣିବା ପାଇଂ ଆଦୈ ମନ ବଳାଇବେ ନାହିଁ । ଦୀର୍ଘ ଦିନ ଧରି ଗୃହ ନିର୍ମାଣ ହୋଇ ପାରିନଥିଲେ ଏହି ବର୍ଷ ତାହା ମଧ୍ୟ ହୋଇଯିବ । କିନ୍ତୁ ଶନି ଯେହେତୁ ଅଛନ୍ତି ତେଣୁ ଗୃହ ନିର୍ମାଣରେ ବିଳମ୍ବ ଦେଖେଇବେ ।

ତେଣୁ ପ୍ରତିକାର ସ୍ବରୂପ କୌଣସି ସୋମବାର ଦିନ ଆପଣ ଗୃହରୁ ଗୋଟିଏ କାଚ ବୋତଲ ନେଇ ଶିବ ମନ୍ଦିରକୁ ବାହାରି ଯାଆନ୍ତୁ ଏବଂ ଯିବା ସମୟରେ କାହାକୁ ବି କିଛି କୁହନ୍ତୁ ନାହିଁ । ଏହାପରେ ସେହି ବୋତଲରେ କିଛି ପାଦୁକ ପାଣି ପୂରାନ୍ତୁ ଏବଂ ପ୍ରଭୁ ଭୋଳାନାଥଙ୍କୁ ଦର୍ଶନ କରନ୍ତୁ ।

ତାପରେ ଆଉ ଗୋଟିଏ ମହାଦେବ ମନ୍ଦିରକୁ ଯାଆନ୍ତୁ , ଏହିପରି ଗୋଟିଏ ଦିନରେ ଆପଣ କ୍ରାମନ୍ବୟରେ ଆଠଟି ମହାଦେବ ମନ୍ଦିରକୁ ଯାଇ ଆଠଟି ମହାଦେବଙ୍କୁ ଦର୍ଶନ କରିବେ ଏବଂ ଆଠଟି ମହାଦେବ ମନ୍ଦିରର ପାଦୁକ ପାଣି ଆଣି ସେହି କାଚ ପାତ୍ରରେ ରଖିବେ । ଏହାପରେ ସେହି ପାତ୍ରକୁ ଘରକୁ ନେଇ ଘରର ମୁଖ୍ୟଦ୍ବାର ନିକଟରେ ଟାଙ୍ଗି ଦେବେ ଏବଂ ମହାଦେବଙ୍କର ଗାୟତ୍ରୀ ଜପ କରିବେ । ମହାଦେବଙ୍କର ଗାୟତ୍ରୀ ମନ୍ତ୍ରୀ ଦୈନିକ ସ୍ନାନ ପର୍ 21 ଥର ପାଠ କରନ୍ତୁ କଲ୍ୟାଣ ପ୍ରାପ୍ତି ହେବ ଏବଂ ଅଶୁଭତ୍ବ ଦୂର ହୋଇ ଶୁଭତ୍ବ ପ୍ରାପ୍ତି ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।