ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମଣିଷ ଶରୀରରେ ସବୁବେଳେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମାନ ଲାଗିକି ରହିଥାଏ | ଆଉ ସେହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ମାନ ମଧ୍ୟ ଆପଣାଇ ଥାଉ | ତେବେ ଆଜି ମୁଁ କହିବାକୁ ଯାଉଛି ଆପଣ ମାନଙ୍କୁ ତୁଳସୀ ପତ୍ର ର କିଛି ଉପକାରିତା ଗୁଣ ବିଷୟରେ ଆଉ ଯାହାକୁ ବ୍ୟବହାର କରିକି ତାହାର ବିଭିନ୍ନ ପ୍ରକାରର ଉପକାରିତା ଗୁଣ ବିଷୟରେ ଜାଣିବାକୁ ପାଇବା |ତେବେ ଯାହା କୁହାଯାଉଛି କି ଏହି ତୁଳସୀ ପତ୍ର ଯୋଗୁ ବିଭିନ୍ନ ପ୍ରକାରର ଲାଭ ହୋଇଥାଏ ଆମ ଶରୀରରେ ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ତୁଳସୀ ପତ୍ର କୁ ବ୍ୟବହାର କରିକି ଏକ ଉପଚାର ପ୍ରସ୍ତୁତି ବିଷୟରେ ଜାଣିବା ତାହା ସହିତ ତୁଳସୀ ପତ୍ର ର ଏହି ଉପଚାର ସେବନ ରେ ଆମର ଶରୀରରେ କଣ ଉପକାର ହୋଇଥାଏ ଜାଣିବା |
ଆବଶ୍ୟକୀୟ ଉପକରଣ :-
ତୁଳସୀ ପତ୍ର, ଗୋଲମରିଚ, ଲବଙ୍ଗ, ଅଳା ପାଉଡର, ଡାଲଚିନି,ଗୁଡ଼
ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-
ତେବେ ଏହି ଉପଚାର ଟିକୁ ପ୍ରସ୍ତୁତ କରି ବିଭିନ୍ନ ପ୍ରକାରର ରୋଗ ରୁ ମୁକ୍ତି ପାଇବା ପାଇଁ ହେଳେ ଆମକୁ ପ୍ରଥମେ ତମ୍ବା ର ପାତ୍ର ବା କୌଣସି ଗୋଟିଏ ପାତ୍ର କୁ ନେବା ପାଇଁ ପଡିବ | ତାହା ପରେ ସେହି ପାତ୍ର ରେ ଗୋଟିଏ ଗ୍ଲାସ ପାଣି ନେବା ଓ ସେଥିରେ 7-8 ଟି ତୁଳସୀ ପତ୍ର ନେବା ଆଉ ତାହା ପରେ ସେଥିରେ ଆମେ କିଛି ଗଲମରିଚ ଓ ସେଥିରେ 5 ଟି ଲବଙ୍ଗ ମଧ୍ୟ ପକାଇବା | ଆଉ ସେଥିରେ କିଛି ଅଳା ପାଉଡର ପକାଇ ପାରିବା | ତେବେ ଅଣାନଙ୍କର ଉଚ୍ଚ ରକ୍ତ ଚାପ ଥିଲେ ସେଥିରେ ଡାଲଚିନି ମଧ୍ୟ ପକାଇବା | ଆଉ ତାହା ପରେ ସେହି ପାଣି କୁ ଫୁଟାଇ ଗ୍ଲାସେ ପାଣି କୁ ଅଧା କରିନେବା | ଆଉ ତାହା କୁ ପ୍ରତେକ ଦିନ ସକାଳେ ପିଇବା ଯୋଗୁ ଆମେ ବିଭିନ୍ନ ପ୍ରକାରର ଉପକାର ପାଇପାରିବା | ତାହା ପରେ ଏଥିରେ ମହୁ ର ମଧ୍ୟ ମିଶ୍ରଣ କରି ପାରିବା |
ଏହି ଗାଢା ର ସେବନ ଯୋଗୁ ଆମର କଣ ସବୁ ଉପକାର ମିଳିଥାଏ :-
1-ଏହି ଡ୍ରିଙ୍ଗ ଆମର ଇମ୍ୟୁନିଟି ପାୱାର ବା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ |
2-ଏହି ଡ୍ରିଂକ୍ସ ପୁରୁଷ ଆଉ ମହିଳା ମାନଙ୍କର ଦୁବଳତା ଭଳି ସମସ୍ୟା କୁ ଦୂର କରିବା ସହିତ ଏହା ଆମ ଶରୀରରେ RBC, ଓ ପ୍ଲେଟଲେଟ୍ସ ମଧ୍ୟ ଠିକ ରଖିବା ସହିତ ଏହା ଶ୍ୱେତ ରକ୍ତ କଣିକା ର ପରିମାଣ ମଧ୍ୟ ଆମ ଶରୀରରେ ଠିକ ରଖିଥାଏ |
3-ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ସହିତ ଜୋଏଣ୍ଟ ପେନ ରୁ ମଧ୍ୟ ଏହି ଡ୍ରିଂକ୍ସ ଆମକୁ ବହୁତ ଅଧିକ ସାହାଯ୍ୟ କରିଥାଏ ବୋଲି କୁହାଯାଉଛି |
ଏହା ରକ୍ତ ତିଆରି କରିବା ସହିତ ଆମ ଶରୀରରେ କ୍ୟାଲସିୟମ ବୃଦ୍ଧି କରେଇଥାଏ |
4-ଥାଇରଏଡ ଭଳି ସମସ୍ୟା କୁ ଦୂର କରିବା ସହିତ PCOD, PCOS ସହିତ ମାସିକ ଧର୍ମ ଓ ହର୍ମୋନାଲ ଜନିତ ସମସ୍ୟା ଦୂର କରେ |
5-ଏହା ପଚନ କ୍ରିୟା କୁ ଠିକ କରିବା ସହିତ ଓଜନ ବେଲେନ୍ସ ରେ ମଧ୍ୟ ସାହାଯ୍ୟ କରେ |
ତେବେ ଏହା ଥିଲା ତୁଳସୀ ପତ୍ର ର କେତେକ ଉପକାରିତା ବିଷୟରେ ଯାହା ଆମକୁ ବିଭିନ୍ନ ପ୍ରକାରର ରୋଗ ରୁ ମୁକ୍ତି ଦିଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।