ଆଜିକାଲି ଦୁନିଆରେ ରୋଗ ବ୍ୟାଧି କାହାକୁ ବା ନହେଉଛି ଆଉ ଥଣ୍ଡା କାଶ ଅତି ସାଧାରଣ ଯାହା ରୋଗ କାରଣ ଏହା ଛୋଟ ପିଲା ଠାରୁ ବଡ଼ ଯାଏ ସମସ୍ତଙ୍କୁ ହେଇଥାଏ ।ଆଉ ଆମେ ସବୁବେଳେ ଥଣ୍ଡା କାଶକୁ ଛୋଟ ରୋଗ ଭାବି ଅଣଦେଖା କରିଦେଉ କିନ୍ତୁ ଯେତେବେଳେ ଏହି କାଶ ଥଣ୍ଡା ପୁରୁଣା ହେଇଯାଏ ସେତେବେଳେ ଏହର ଭୟାବହତା ଦେଖିବାକୁ ମିଳିଥାଏ ।ତେବେ ଥଣ୍ଡା ସମୟରେ ଏତେ କାଶ ହେଇଥାଏ ଯେ ଯେମିତି ଜୀଵନ ଛାଡି ଗଲା ପରି ମନେ ହେଇଥାଏ ।
ଆଉ ଛୋଟ ପିଲା ମାନଙ୍କୁ ଥଣ୍ଡା ହେଲେ ତ ସେମାନଙ୍କୁ ନିଶ୍ବାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଇଥାଏ ।ଆଖିରୁ ନାକରୁ ପାଣି ବୋହିବା ,ମୁଣ୍ଡ ବିନ୍ଧିବା,ରାତି ରାତି କାଶ ପାଇଁ ଅନିଦ୍ରା ହେବା ପରି ଅନେକ ସମସ୍ୟା ହେଇଥାଏ ଥଣ୍ଡା ହେଲେ ।ତେବେ ଆମେ ବହୁତ ପ୍ରକାରର ଔଷଧ ବି ନେଇଥାଉ କିନ୍ତୁ ତାହା ପେନକିଲର ପରି କାମ କରିଥାଉ ଆଉ ତାହାର ବହୁତ ପ୍ରକାରର ସାଇଡ ଇଫେକ୍ଟ ଦେଖିବାକୁ ମିଳିଥାଏ ।ତେବେ ଆମେ ଏମିତି କିଛି ଉପାୟ କହିବୁ ଯାହାକୁ ମାନିଲେ ଯେତେ ବି ପୁରୁଣା କାଶ ଥଣ୍ଡା ହେଲେ ବି କେବଳ 7 ଦିନରେ ଭଲ ହେଇଯିବ ।
ଥଣ୍ଡା କାଶ ଭଲହେବାର ଉପଚାର:-
୧.ଥଣ୍ଡା କାଶ ଭଲହେବା ପାଇଁ ଆପଣ ଖଣ୍ଡିଏ ଅଦା ନିଅନ୍ତୁ ଆଉ ତାର ରସ ବାହାର କରନ୍ତୁ ଆଉ କିଛି ତୁଳସୀପତ୍ର ନିଅନ୍ତୁ ଆଉ ତାର ବି ରସ ବାହାର କରି ନିଅନ୍ତୁ ।ଆଉ ସେହି ଦୁଇଟି ରସକୁ ଗୋଟିଏ ପାତ୍ରରେ ରଖି ଉଷୁମୁ କରନ୍ତୁ ଆଉ ଉଷମ ହେଇ ସାରିଲା ପରେ ସେଥିରେ କିଛି ମହୁ ମିଶାନ୍ତୁ ତେବେ ଯେମିତି ସବୁ ମିଶି ଗୋଟିଏ ଚାମୁଚ ହେବ ।ଆଉ ଏହାକୁ କାଶ ଆରମ୍ଭ ରୁ ଯଦି ନେଉଛନ୍ତି ତେବେ 2ରୁ 3ଦିନରେ କ୍ଷ ଭଲ ହେଇଯିବ । ଯଦି କାଶ ହେବାର ତିନି ଦିନ ପରେ ନେଉଛନ୍ତି ତାହେଲେ 7 ଦିନ ଭିତରେ ଥଣ୍ଡା କାଶ ଭଲ ହେଇଯିବ ।
୨.ଆଉ ଯଦି ଆପଣ କ୍ଷୀର ପିଅନ୍ତି ତେବେ ସବୁଦିନେ ସନ୍ଧ୍ୟାରେ କ୍ଷୀର ପିଇଲା ବେଳେ କ୍ଷୀରରେ 1/4 ହଲଦୀଗୁଣ୍ଡ ମିଶାଇ ପିଅନ୍ତୁ ।ତେବେ ଏହି ଉପାୟ ଆପଣ ନକରିଲେ ବି ଅନ୍ୟ ଉପାୟ ଗୁଡିକ ମାନି ପାରିବେ ।
୩.ଆଉ ଗୋଟିଏ ଉପାୟ ବି ଆପଣ କରି ପାରିବେ ଥଣ୍ଡା ହେଇଥିବା ସମୟରେ ଆପଣ କିଛି ପୁରୁଣା ଦେଶୀ ଘିଅ ନିଅନ୍ତୁ ଆଉ ତାକୁ ହାଲକା ଉଷୁମ କରନ୍ତୁ ଆଉ ସେହି ଘିଅକୁ ନିଜ ନାକରେ ବୁନ୍ଦାଏ ବୁନ୍ଦାଏ ପକାନ୍ତୁ ।ତେବେ ଘିଅକୁ ଆପଣ ଆବଶ୍ୟକ ମୁତାବକ ଉଷମ କରିବେ ଯେପରି ନାକରେ ପକେଇ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।