Odisha News Portal

Hair Tips – କେବଳ ମନ୍ଦାର ଫୁଲ ସାହାଯ୍ୟରେ କରନ୍ତୁ ଏହି ଉପାୟ ଆପଣଙ୍କ ସମସ୍ତ କେଶ ଜନିତ ସମସ୍ୟା ଦୂର ହୋଇଯିବ ୧୦୦% ଗ୍ୟାରେଣ୍ଟି

କଥାରେ ରହିଛି ନାରୀ କୁ ସୁନ୍ଦର କରିଥାଏ କେଶ ଏବଂ ପୁରୁଷକୁ ସୁନ୍ଦର ନିଶ ବୋଲି କୁହାଯାଏ । ଏହା ସତ ଅଟେ କାରଣ ଜଣେ ନାରୀ ପାଇଁ ତା କେଶ ହିଁ ସୌନ୍ଦର୍ଯ୍ୟ ବଢାଇଥାଏ ଏବଂ ଭାଗ୍ୟଶାଳୀ ମଧ୍ୟ ବନାଇଥାଏ । ଯେଉଁ ଝିଅ ମାନଙ୍କର କେଶ ଲମ୍ୱା , ଘନ ଓ ସୁନ୍ଦର ହୋଇଥାଏ ସେମାନେ ନିଜ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ମନେ ହୋଇଥାନ୍ତି ଏବଂ ନିଜ କର୍ମ ଦ୍ୱାରା ପରିବାରରେ ସୁଖ ଶାନ୍ତି ଆଣିଦେଇଥାଏ । ଏହା ଛଡା ଯେଉଁ ମାନଙ୍କର କେଶ ଛୋଟ ଛୋଟ ଓ କୁଞ୍ଚି କୁଞ୍ଚି ହୋଇଥାଏ ସେମାନେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି ।

କିନ୍ତୁ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକମାନଙ୍କ ଠାରେ ଚୁଟି ଝଡିବା ର ସମସ୍ୟା ଦେଖିବାକୁ ମିଳୁଛି , ଯେଉଁଥିପାଇଁ ସେମାନେ ବହୁତ ଚିନ୍ତିତ ମଧ୍ୟ ରହୁଛନ୍ତି । ଚୁଟି ଝଡିବାର ସମସ୍ୟାକୁ ରୋକିବା ପାଇଁ ସେମାନେ ଯେତେ ପ୍ରକାର କସମେଟିକ ଜିନିଷ ବ୍ୟବାହର କଲେ କେଶ ଝଡିବା ଅଧିକ ହୋଇଥାଏ । ବିଭିନ୍ନ ପ୍ରକାର କେଶ ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବୁ , ଯହା କରିବା ଦ୍ୱାରା ଆପଣ ନିଜର ଝଡି ଯାଉଥିବା କେଶକୁ ପୁଣିଥରେ ଫେରିପାଇବେ । ଏହା ସହ କେଶ ଘନ , ଲମ୍ୱା ଏବଂ ମଜବୁତ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟଟି ବିଷୟରେ ।

ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :-

1. ନାଲି ମନ୍ଦାର ଫୁଲ
2. ନଡିଆତେଲ

ପ୍ରସ୍ତୁତ କରିବା ପ୍ରଣାଳୀ :-

ଏହି ଉପାୟଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ 5 -7 ଟି ମନ୍ଦାର ଫୁଲ ନିଅନ୍ତୁ , ଆପଣ ଚାହିଁଲେ ଅଧିକ ନେଇ ପାରିବେ , ଏହା ପରେ 2-3 ଚାମଚ ନଡିଆ ତେଲ ନିଅନ୍ତୁ । ବର୍ତ୍ତମାନ ଆପଣ ଏକ କଢେଇରେ ମନ୍ଦାର ଫୁଲ ଏବଂ ନଡିଆ ତେଲ ନେଇ ନିଅନ୍ତୁ ଏବଂ ତାହାକୁ ଲୋ ଫ୍ରେମ ରେ ଗ୍ୟାସରେ ପ୍ରାୟ 8 -10 ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଧୀରେ ଧୀରେ ମନ୍ଦାର ଫୁଲ ର ରଙ୍ଗ ପରିବର୍ତ୍ତନ ହେବାରେ ଲାଗିବ । ଏହାକୁ 10 ମିନିଟ ପର୍ଯ୍ୟନ୍ତ ଗରମ କରିବା ପରେ 2-3 ଘଣ୍ଟା ପର୍ଯ୍ୟନ୍ତ ସେପରି ଛାଡି ଦିଅନ୍ତୁ । ଯାହାଫଳରେ ମନ୍ଦାର ଫୁଲର ସମସ୍ତ ଗୁଣ ନଡିଆ ତେଲରେ ମିଶିଯିବ । ପରେ ଏହାକୁ ଏକ ଛଣା ସାହାର୍ଯ୍ୟରେ ଛାଣି ନେଇ ଏକ ଜାର ରେ ଷ୍ଟର କରି ରଖିନିଅନ୍ତୁ ।

ବ୍ୟବହାର ପ୍ରଣାଳୀ :-

ଏହି ରେମିଡିକୁ ବ୍ୟବାହାର କରିବା ପାଇଁ ପ୍ରଥମେ ଏହାକୁ ସୂର୍ଯ୍ୟକିରଣ ବା ଗରମ ପାଣି ସାହାର୍ଯ୍ୟରେ ଗରମ କରି ନିଅନ୍ତୁ । ଏହାକୁ ମୁଣ୍ଡ ଧୋଇବା ପୂର୍ବ ଦିନ ରାତିରେ ଭଲ ଭାବରେ ଲଗାଇ ମାଲିସ କରି ନିଅନ୍ତୁ । ଏହା ପର ଦିନ ସେମ୍ପ କରି ନିଅନ୍ତୁ , ଏହିପରି ସପ୍ତାହରେ 2-3 ଥର ବ୍ୟବାହର କରନ୍ତୁ ଦେଖିବେ ଆପଣଙ୍କର କେଶ ର ସମସ୍ତ ସମସ୍ୟା ଦୂର ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।