ନିଦ ନଆସିବା ଫଳରେ ମୁଣ୍ଡ ଭାରି ରହିଥାଏ , କୌଣସି ବି କାମରେ ଆମର ମନ ଲାଗି ନଥାଏ । ଦିନସାରା ଆମକୁ ଆଳସ୍ୟ ଲାଗିଥାଏ , ଯେବେ ଆମର ନିଦ ପୂର୍ଣ୍ଣ ହୋଇଯାଏ ତେବେ ଆମ ମସ୍ତଷ୍କକୁ ଏକ ପ୍ରକାର ପୋଷକ ତତ୍ତ୍ୱ ମିଳିଥାଏ । ପୋଷକ ତତ୍ତ୍ୱର ଅଭାବ , ଅଧିକ ଚିନ୍ତା , ଅତ୍ୟଧିକ ଥକା କାରଣରୁ ବା କିଛି ଆଭ୍ୟନ୍ତରୀଣ ରୋଗ କାରଣରୁ ଆମକୁ ନିଦ ଆସି ନଥାଏ । ଯଦି ଆପଣ ପ୍ରତିଦିନ ସୁଖନିଦ୍ରା ଚାହାନ୍ତି ତେବେ ଆଜିର ଏହି ଉପଚାର ର ପ୍ରସ୍ତୁତି ବିଷୟରେ ନିଶ୍ଚୟ ଜାଣନ୍ତୁ ।
ଆବଶ୍ୟକ ସାମଗ୍ରୀ :-
1. ବଇତାଳୁ ମଞ୍ଜି
ପ୍ରସ୍ତୁତି ପ୍ରଣାଳୀ :-
ଏଥିପାଇଁ ଆପଣଙ୍କୁ ଗୋଟିଏ ମଞ୍ଜିର ଆବଶ୍ୟକତା ପଡିବ ତାହା ଅଟେ ବଇତାଳୁ ମଞ୍ଚି , ଏହା ଆପଣଙ୍କୁ ବହୁତ ସହଜରେ ମିଳିଯିବ । ପ୍ରତିଦିନ ରାତିରେ ଏକ ଗ୍ଲାସ ନରମାଲ ପାଣିରେ ଆପଣ ଏକ ଏକ ଚାମଚ ଏହି ବଇତାଳୁ ମଞ୍ଜି କୁ ଭେଦେଇ ଛାଡି ଦିଅନ୍ତୁ । ଯଦି ଆପଣ ଏହି ଉପାୟରେ ଏହାକୁ ସେବନ କରିବେ ତେବେ ନିଦ ଭଲ ଆସିବ ଏବଂ ଶରୀରରେ ଭିଟାମିନ ସିର ଅଭାବ ପୂରଣ କରିବ । ରାତିସାରା ଏହାକୁ ନିହାତି ଭେଦେଇ ରଖନ୍ତୁ , ସକାଳୁ ଉଠି ଫ୍ରେସ ହେବା ପରେ ଆପଣ ଏହାର ମଞ୍ଜିକୁ ଚୋବେଇ ଚୋବେଇ ଖାଆନ୍ତୁ । ଏହାପରେ ଆପଣ ଏକ ଗ୍ଲାସ ନରମାଲ ପାଣିର ସେବନ କରନ୍ତୁ ନଚେତ୍ ଥଣ୍ଡା କ୍ଷୀର ମଧ୍ୟ ସେବନ କରି ପାରିବେ ।
ଯେବେବି ଆପଣଙ୍କୁ ନିଦ ଆସୁନି 2 ରୁ 3 ଦିନ ଏହିପରି ଏହାର ସେବନ କରି ଦେଖନ୍ତୁ , ଦେଖିବେ ଆପଣଙ୍କୁ ଭୟଙ୍କର ନିଦ ଆସିବ । ଏହି ମଞ୍ଜିକୁ ଆପଣ ଆଉ ଏକ ଉପାୟରେ ସେବନ କରି ପାରିବେ । 2 ରୁ 3 ଚାମାଚ ଏହାକୁ ନେଇ ଡ୍ରାଏ ରୋଷ୍ଟ କରି ନିଅନ୍ତୁ , କେବଳ 3 ରୁ 4 ମିନିଟ ଏହାକୁ ଭାଜନ୍ତୁ । ଏବେ ଆପଣ ଏହାକୁ ସମ୍ପୂର୍ଣ୍ଣ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ , ଭାଜି ରଖିଥିବା ଏଇ ବଇତାଳୁ ମଞ୍ଜିକୁ ଆପଣ ଅଧା ଚାମଚ ନେଇ କୌଣସି ବି ସମୟରେ ଚୋବାଇ ଖାଇ ପାରିବେ ।
ଏହାଦ୍ୱାରା ଆପମଙ୍କ ଶରୀରର ଯେଉଁ ଭିଟାମିନ ସିର ଅଭାବ ହେଉଛି ତାହା ପୂରଣ ହୋଇଯିବ ଏବଂ ନିଦ ଭଳି ଯେଉଁ ସମସ୍ୟା ଅଛି ତାହା ମଧ୍ୟ ଠିକ୍ ହୋଇଯିବ । ଏହାକୁ ସପ୍ତାଗରେ 2 ରୁ 3 ଥର ଖାଇଲେ ଯଥେଷ୍ଟ , ଏହାକୁ ଭାଜି ସମ୍ପୂର୍ଣ୍ଣ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ତାପରେ ଏହାକୁ ଗ୍ରାଇଣ୍ଡିଙ୍ଗ ଜଗ୍ ରେ ପକାଇ ଭଲ ଭାବରେ ଗୁଣ୍ଡ କରି ନିଅନ୍ତୁ ।
ସେବନ ପ୍ରଣାଳୀ :-
ଆପଣ ସେହି ବଇତାଳୁ ମଞ୍ଜିର ଗୁଣ୍ଡକୁ କୌଣସି ସାଲାଡ୍ ବା ଫଳମୂଳ ସେବନ କରୁଛନ୍ତି ତା ଉପରେ ଏକ ଚାମଚ ଗୁଣ୍ଡ ପକାଇ ଏହାର ସେବନ କରିପାରିବେ । ଏମିତି ଏହାର ସେବନ କରିବା ଦ୍ୱାରା ମଧ୍ୟ ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ । ଏହିପରି ଆପଣ ଏହାର ସେବନ କରି ଦେଖନ୍ତୁ ଆପଣଙ୍କୁ ଯେଉଁ ନିଦ ନଆସିବା ଭଳି ସମସ୍ୟା ଅଛି ତାହା ସମ୍ପୂର୍ଣ୍ଣ ଦୂର ହୋଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।