କେବଳ ୩ ଦିନ ପିଅନ୍ତୁ, ଲିଭର ରେ ଜମା ସମସ୍ତ ଆବର୍ଜନା ସଫା ହେଇଯିବ | Liver Detoxification

ବନ୍ଧୁମାନେ ଆମେ ସମସ୍ତେ ଜାଣିଛୁ ଆମ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଆଭ୍ୟନ୍ତରୀଣ ଅଙ୍ଗ ଗୁଡ଼ିକ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଟେ ।ଆଉ ସେଥିରେ କିଛି ଅସୁବିଧା ହେଲେ ପୁରା ଶରୀର ଦୁର୍ବଳ ହେଇ ପଡିବ ।ତେବେ ଆମ ଶରୀରର ଲିଭର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ,ଆଉ ଏହା ଥରେ ଡେମେଜ ହେବା ଆରମ୍ଭ ହେଲେ ଶରୀରର ଅନେକ ଅଙ୍ଗ ଇଫେକ୍ଟ ହେଇଥାଏ ।ତେଣୁ ଲିଭର କୁ ଡିଟକ୍ସ କରିବାକୁ ପଡିଥାଏ ।

ଲିଭର କଣ କାମ କରିଥାଏ ?

-ଲିଭର ଆମ ଶରୀରରେ ଅନେକ କାର୍ଯ୍ୟ କରିଥାଏ କନ୍ତୁ ଏହାର ମୁଖ୍ୟ କାମ ହେଉଛି ଶରୀରର ଟକ୍ସିସିଟି କୁ ରିମୋଭ କରିବାରେ ସହାୟତା କରିଥାଏ ।

-ଶରୀରରେ ଥିବା ସମସ୍ତ ଭାଇରସ,ଡେଡ଼ ସେଲକୁ ବାହାର କରିଥାଏ ଓ କ୍ଷତି କାରକ ହରମୋନ କୁ ବେଳେନ୍ସ କରିଥାଏ ।

-ଲିଭର ଏକ ପ୍ରକାରର କ୍ଲିଞ୍ଜର ପରି କାମ କରିଥାଏ ।

ଲକ୍ଷଣ:-

-ଯେତେବେଳେ ଦେଖିବର ଆପଣଙ୍କ ର ଖାଦ୍ୟ ଠିକରେ ହଜମ ହେଉ ନାହିଁ ,ପେଟ ଫୁଲିକି ରହୁଛି ,ଅଧିକ ଗ୍ୟାସ ହେଉଛି, ବାନ୍ତି ବହୁତ ସମୟରେ ଲାଗୁଚି ।ସ୍କିନ୍ର ରଙ୍ଗରେ ବିଭିନ୍ନ ପରିବର୍ତ୍ତନ ଦେଖା ଯାଉଛି,ପରିସ୍ରା ଅଧିକ ହଳଦିଆ ଦେଖା ଗଲେ ।ଆଖି ଓ ଜିଭ ଅଧିକ ହଳଦିଆ ଦେଖାଗଲେ ଆଉ ଅଧିକ ଦୁର୍ବଳ ଲାଗୁଥିଲେ ତେବେ ଆପଣଙ୍କ ଲିଭରରେ ଅସୁବିଧା ର ଲକ୍ଷଣ ଅଟେ ଆଉ ସେତେବେଳେ ଲିଭର କୁ ଡିଟକସ କରିବା ଦରକାର ।

ତେବେ କେମିତି ଲିଭର କୁ ଡିଟକସ କରିବେ ସେଥିପାଇଁ ଆମେ ଆଜି ଆପଣଙ୍କୁ ଗୋଟିଏ ଯୁସ କଥା ଖୀବୁ ଯାହାକୁ ଆପଣ ନିଜ ଘରେ ଖୁବ ସହଜରେ ତିଆରି କରି ପାରିବେ ।ତେବେ ଆସନ୍ତୁ ଜାଣିବା ସେହି ଯୁସ ବିଷୟରେ ।

ଯୁସ ପାଇଁ ଆବଶ୍ୟକ ସାମଗ୍ରୀ:-
-କାକୁଡି
-ଗାଜର
-ବିଟ
-ଧନିଆପତ୍ର
-ଲେମ୍ବୁ

ଯୁସ ପ୍ରସ୍ତୁତି ପ୍ରଣାଳୀ:-

-ଏହି ଯୁସ ତିଆରି ପାଇଁ ପ୍ରଥମେ ଫାଳେ କାକୁଡି,ଫାଳେ ବିଟ,2ଟି ଗାଜର,ଫାଳେ ଲେମ୍ବୁ, ଅଧା କପ ଧନିଆପତ୍ର ଦରକାର ହେବ ।ଏବେ ସେହି ସବୁକୁ ଭଲକରି ଧୋଇ ଛୋଟ ଛୋଟ ଖଣ୍ଡରେ କାଟି ନିଅନ୍ତୁ, ତାପରେ ସେହି ଖଣ୍ଡ ଗୁଡିକୁ ଗୋଟିଏ ଗ୍ରାଣ୍ଡିଂ ଜାରରେ ପୁରେଇ ଦିଅନ୍ତୁ ଆଉ ସେଥିରେ ଅଳ୍ପ ପାଣି ଦେଇ ସେହି ସବୁକୁ ଭଲକରି ଗ୍ରାଣ୍ଡିଂ କରି ଦିଅନ୍ତୁ ।ତାପରେ ସେହି ସବୁକୁ ବାହାର କରି ଗୋଟିଏ ପାତ୍ରକୁ ଛାଣି ନିଅନ୍ତୁ,ଏବେ ଆପଣଙ୍କ ର ଏହି ରେମେଡି ତିଆରି ହେଇ ଗଲା ।

-ତେବେ ଏହି ଡ୍ରିଙ୍କକୁ ଆପଣ 3 ଦିନ ଯାଏ ଏମିତି ତିଆରି କରି ଖାଲି ପେଟରେ ପିଅନ୍ତୁ ଦେଖିବେ ଆପଣଙ୍କ ର ଲିଭର ପାଇଁ ଯେଉଁ ଲକ୍ଷଣ ଗୁଡିକ ଦେଖା ଯାଉଥିବ ତାହା ଭଲ ହେଇଯିବ ।ଆଉ ପ୍ରତି ମାସରେ 3 ଥର ଆଉ 3 ମାସ ପର୍ଯ୍ୟନ୍ତ ପିଅନ୍ତୁ ଦେଖିବେ ଜୀବନରେ କେବେ ଲିଭର ସମସ୍ୟା ଦେଖାଯିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment