ଭୁଲ ଜୀବନଶୈଳୀ ଏବଂ ଖାଦ୍ୟରେ ଅନିୟମିତତା କାରଣରୁ ଆଜିକାଲି ବହୁତ ଲୋକ ପାଇଲସ୍ ବା ଅର୍ଶ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅର୍ଶ ହେବାର ବହୁତ କାରଣ ରହିଥାଏ , ଅର୍ଶ ହେବା ଦ୍ୱାରା ମଳଦ୍ୱାରରେ ଛୋଟ ଛୋଟ ମାଂସ ପେଣ୍ଡୁଳା ବାହାରିଥାଏ । ଯଦି ତାହା ଅଧିକ ପୁରୁଣା ହୋଇଯାଏ ତେବେ ମଳ କରିବା ସମୟରେ ଆପଣଙ୍କର ସେହି ଅର୍ଶରୁ ରକ୍ତ ପଡିବା ଆରମ୍ଭ ହୋଇଯାଏ । ସେଥିପାଇଁ ଲୋକମାନଙ୍କୁ ବହୁତ କଷ୍ଟ ଭୋଗିବାକୁ ପଡିଥାଏ , କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ସହଜ ଘରୋଇ ଉପାୟ ନେଇ ଆସିଛି ଯାହାକୁ ବନେଇବା ବହୁତ ସହଜ ଅଟେ ।
ଆବଶ୍ୟକ ସାମଗ୍ରୀ :-
1. କ୍ଷୀର
2. ଲେମ୍ୱୁ
3. କଦଳୀ
4. କର୍ପୂର
ପ୍ରସ୍ତୁତ ପ୍ରଣାଳୀ :-
ଏହି ଉପଚାରକୁ ବନେଇବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ଏକ କପ କ୍ଷୀର । କ୍ଷୀର କୁ ଗରମ କରି ନିଅନ୍ତୁ ଏବଂ ତାହାକୁ ଫେନ ରେ ରଖି ଦିଅନ୍ତୁ , ହାଲକା ଉଷମ ଥିବା ବେଳେ ଆପଣ ଏହାର ସେବନ କରନ୍ତୁ । ଦ୍ୱିତୀୟ ସାମଗ୍ରୀ ଏଥିପାଇଁ ଆବଶ୍ୟକ ତାହା ଅଟେ ଲେମ୍ୱୁ । ଏମିତି ଏକ ବଡ କିମ୍ୱା ଛୋଟ ଲେମ୍ୱୁ ନିଅନ୍ତୁ , ସେହି ଲେମ୍ୱୁକୁ କାଟି ସେଥିରୁ ରସ ବାହାର କରି ନିଅନ୍ତୁ । ଯଦି ଆପଣ ବଡ ଲେମ୍ୱୁ ନେଉଛନ୍ତି ତେବେ ଫାଳେ ଲେମ୍ୱୁ ନିଅନ୍ତୁ , ଯଦି ଆପଣ ଛୋଟ ଲେମ୍ୱୁ ନେଉଛନ୍ତି ତେବେ ଗୋଟେ ଲେମ୍ୱୁରସ ପୂରା ଚିପୁଡି ନିଅନ୍ତୁ ।
ଏବେ ଆପଣଙ୍କୁ ଏକ ଏକ କ୍ଷୀରର ଆବଶ୍ୟକତା ପଡିବ , ପ୍ରଥମେ ଆପଣ ଲେମ୍ୱୁ ରସରେ କ୍ଷୀରକୁ ସଙ୍ଗେ ସଙ୍ଗେ ଢାଳିଦେବେ ଢାଳିବା କ୍ଷଣି ତୁରନ୍ତ ତାହାର ସେବନ କରିନେବେ । ଏହିପରି ଭାବରେ କ୍ଷୀର ଓ ଲେମ୍ୱୁର ସେବନ କରନ୍ତୁ । ଏହିପରି ଭାବରେ କ୍ଷୀର ଓ ଲେମ୍ୱୁର ସେବନ ମାତ୍ର 3 ଦିନ ପିଅନ୍ତୁ , ଦେଖିବେ ଆପଣଙ୍କର ପାଇଲସ୍ ସବୁଦିନ ପାଇଁ ଦୂର ହୋଇଯିବ ।
ଦ୍ୱିତୀୟ ଉପାୟ :-
ଏଥିପାଇଁ ଆପଣଙ୍କୁ ଏକ କଦଳୀର ଆବଶ୍ୟକତା ପଡିବ , ଦ୍ୱୀତୀୟରେ ଏଥିପାଇଁ ଆପଣଙ୍କୁ ଆବଶ୍ୟକ କର୍ପୂର । ଆପଣଙ୍କୁ ଏହି ଉପଚାରରେ ଖାଇବା କର୍ପୂରର ଆବଶ୍ୟକତା ପଡିବ । ପ୍ରଥମେ ଆପଣ କଦଳୀର ଚୋପା ବାହାର କରି ନିଅନ୍ତୁ , ଏକ ଛୁରୀ ସହାୟତାରେ କଦଳୀକୁ ମଝିରୁ କାଟି ନିଅନ୍ତୁ । ସେଥିରେ ଦୁଇଟି ଚଣା ସଦୃଶ କର୍ପୂର ମିଶାଇ ଦିଅନ୍ତୁ , ଏବେ ଆପଣ ସେହି କଦଳୀକୁ ବନ୍ଦ କରି ଦିଅନ୍ତୁ ।
ସେବନ ପ୍ରଣାଳୀ :-
ସକାଳେ ଉଠାବା ମାତ୍ରେ ନିଜର ନିତ୍ୟକର୍ମ ସାରି କିଛି ବି ଖାଇବା ପୂର୍ବରୁ ଆପଣ ଏମିତି କର୍ପୂରକୁ କଦଳୀ ଭିତରେ ପଶେଇ ଗୋଟା କଦଳୀକୁ ଆପଣ ଗିଳି ଦିଅନ୍ତୁ । ଏହାକୁ ମଧ୍ୟ ଆପଣ 3 ଦିନ ସେବନ କରନ୍ତୁ , ଦେଖିବେ ଆପଣଙ୍କର ପାଇଲସ୍ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।