ବନ୍ଧୁଗଣ ବର୍ତମାନ ଏହି ଶୀତ ଋତୁରେ ଘରେ ପ୍ରାୟ ସମସ୍ତଙ୍କ ଠାରେ ଥଣ୍ଡା, କାଶ ଓ ଜ୍ୱର ଜନିତ ସମସ୍ୟା ଦେଖା ଯାଉଛି |ପିଲା ଠାରୁ ବୁଢ଼ା ଯାଏ ସମସ୍ତେ ଏହି ରୋଗରେ ପୀଡିତ ହେଉଛନ୍ତି, କାଶ ହେବା ଏକ ବହୁତ ବଡ଼ ସମସ୍ୟା ଅଟେ |ଆମକୁ ଯଦି ଲଗାତାର କାଶ ହେଉଥାଏ ତେବେ ଆମ ଶରୀରକୁ ବହୁତ କଷ୍ଟ ଅନୁଭବ ହୋଇଥାଏ |ମୁଁ ଆଜି ଆପଣଙ୍କୁ ଏମିତି ଏକ ଘରୋଇ ପ୍ରସ୍ତୁତି କଫ ସିରପ ବିଷୟରେ କହିବି, ଏହାକୁ ପିଲା ଠାରୁ ବୃଦ୍ଧ ଯାଏ ସମସ୍ତେ ଖାଇ ପାରିବେ |ଏହି ସିରପ ଆପଣ କିପରି ପ୍ରସ୍ତୁତ କରିବେ ଓ ଏହାକୁ ଆପଣ କିପରି ବ୍ୟବହାର କାଟିବେ ଏବଂ ଏହାର ଉପକାରିତା ବିଷୟରେ ମୁଁ ଆଜି ଆପଣକୁ କହିବି |ତେବେ ଆସନ୍ତୁ ଜାଣିବା ଏହା ବିଷୟରେ
ଆବଶ୍ୟକ ସାମଗ୍ରୀ :-
ଗୋଲ ମରିଚ,ଲବଙ୍ଗ, ଅଦା, ମହୁ ଓ ଯାଇଫଳ
ପ୍ରସ୍ତୁତି :-
ଆପଣ ହୋମ ରିମିଡି ପ୍ରସ୍ତୁତ ପାଇଁ 8ରୁ ଦଶଟି ଗୋଲ ମରିଚ lନିଅନ୍ତୁ,ଏହାକୁ ଇମାମ ଦସ୍ତାରେ ଭଲରେ ଗୁଣ୍ଡ କରି ନିଅନ୍ତୁ |ତାହା ସହିତ ଆପଣ ଚାରୋଟି ଫୁଲ ଥିବା ଲବଙ୍ଗ ନେଇ ତାହାକୁ ମଧ୍ୟ ଗୁଣ୍ଡ କରି ଦିଅନ୍ତୁ |ପରେ ଆପଣ ଏକ ଛୋଟ ଖଣ୍ଡ ଡାଲଚିନି ନେଇ ଏ ସମସ୍ତ ସାମଗ୍ରୀର ଫାଇନ ଗୁଣ୍ଡ ପ୍ରସ୍ତୁତ କରନ୍ତୁ |ଏହି ସବୁ ସାମଗ୍ରୀକୁ ଖଦଡା ରଖବେ ନାହିଁ କାରଣ ଏହାକୁ ଛୋଟ ପିଲାମାନେ ମଧ୍ୟ ଖାଇବେ |ଆପଣ ଏକ ଦୁଇ ଇଞ୍ଚର ଅଦା ଖଣ୍ଡ ନିଅନ୍ତୁ ଏହାକୁ ଆପଣ ଭଲରେ ଗ୍ରାଇଣ୍ଡ କରି ଏହାର ରସ ବାହାର କରି ନିଅନ୍ତୁ |
ଏହି ଅଦା ରସକୁ ଆପଣ ଏକ ପାତ୍ରରେ ନେଇ ତାହା ସହିତ ଆଗରୁ ପ୍ରସ୍ତୁତ କରି ରଖିଥିବା ସମସ୍ତ ସାମଗ୍ରୀର ଗୁଣ୍ଡ ଏହି ପାତ୍ରରେ ପକାନ୍ତୁ |ଏଥିରେ ଆପଣ 1/4ଟି ସ୍ପୋନ ହଳଦୀ ଗୁଣ୍ଡ ମଧ୍ୟ୍ୟ ପକାନ୍ତୁ ଏବଂ ଏଥିରେ ଆପଣ ଚାରି ଚାମୋଚ ମହୁ ମିଶାନ୍ତୁ, ଆପଣ ଚାହିଁଲେ ମହୁର ପରିମାଣ କମ କରିପାରିବେ |ଏହା ଉପରେ ଆପଣ ଚିମୁଟାଏ ଯାଇଫଳ ଗୁଣ୍ଡ ପକାନ୍ତୁ ଏବଂ ଏହି ସମସ୍ତ ସାମଗ୍ରୀକୁ ଆପଣ ଭଲ ଭାବରେ ମିକ୍ସ କରି ନିଅନ୍ତୁ |
ବ୍ୟବହାର :-
ଆପଣ ଏହି ରିମିଡି ସଙ୍ଗେ ସଙ୍ଗେ ପ୍ରସ୍ତୁତ କରି ବ୍ୟବହାର କରିବେ ଏହାକୁ ଅଧିକ ସମୟ ଆପଣ ରଖାନ୍ତୁ ନାହିଁ |ଆପଣକୁ ଯେତେବେଳେ ଥଣ୍ଡା, କାଶ ଓ ଜ୍ୱର ଜନିତ ସମସ୍ୟା ଦେଖା ଯାଉଛି ତେବେ ଆପଣ ଏହାକୁ ସେବନ କରନ୍ତୁ |17ବର୍ଷରୁ ଉର୍ଦ୍ଧ ବ୍ୟକ୍ତିମାନେ ଏହାକୁ ଏକ ଚାମୋଚ ଦିନରେ ଚାରିଥର ବ୍ୟବହାର କରିପାରିବେ ଏବଂ ଚାରି ବର୍ଷରୁ ଉର୍ଦ୍ଧ ପିଲାମାନଙ୍କୁ ଆପଣ ଅଧା ଚାମୋଚ ଲେଖାଏଁ ଦିନରେ ତିନିଥର ଦିଅନ୍ତୁ |ଚାରି ବର୍ଷରୁ କମ ପିଲାମାନଙ୍କୁ ଆପଣ 1/4ଟିସ୍ପୋନ ଚଟେଇ ଦିଅନ୍ତୁ ମାତ୍ର ଧ୍ୟ୍ୟନ ରଖିବେ ଏକ ବର୍ଷରୁ କମ ପିଲାମାନଙ୍କୁ ଏହା ଦିଅନ୍ତୁ ନାହିଁ |
ଏହି ରିମିଡି ଆପଣ କିଛି ଦିନ ବ୍ୟବହାର କରନ୍ତୁ, ଏହାର ଫାଇଦା ଆପଣ ଜାଣି ପାରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।