Odisha News Portal

କେଉଁ ପୁଷ୍ପ ଅର୍ପଣ କଲେ ମହାଦେବ ହୋଇଥାନ୍ତି ଅତ୍ୟନ୍ତ ପ୍ରଶନ୍ନ ! ଆଜି ସୋମବାର ମହାଦେବ ଙ୍କ ପ୍ରିୟ ଫୁଲ ଅର୍ପଣ କରନ୍ତୁ ହେବ ଅପାର ଧନଲାଭ !

0 5

ଆମେ ସମସ୍ତେ ଜାଣି ଥିବେ ଯେ କୌଣସି ବି ପୂଜାର୍ଚ୍ଚନା କରିବା ପାଇଁ ବିଭିନ୍ନ ପ୍ରକାର ଫୁଲ, ଫଳ ଏବଂ ନାନା ବିଦ୍ଧ ଜିନିଷ ସବୁ ଅର୍ପଣ କରା ଯାଇଥାଏ । ଏହା ଦ୍ବାରା ମନସ୍କାମନା ପୂରଣ ହେବା ସହ ଜୀବନରେ ବହୁତ ସଫଳତା ପ୍ରାପ୍ତି ହୋଇଥାଏ । ତେବେ ଶାସ୍ତ୍ରରେ ଉଲ୍ଲେଖ ଥିବା କିଛି ଏପରି ପୁଷ୍ପ ରହିଛି ଯାହାକୁ ଭଗବାନ ଶିବଙ୍କୁ ଅର୍ପଣ କରିଲେ ବହୁତ ଶୁଭ ଫଳ ମିଳି ଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେହି ଫୁଲ ଗୁଡିକ ବିଷୟରେ ସେଥିପାଇଁ ଆପଣ ମାନେ ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଥରେ ପଢନ୍ତୁ ।

1. କନିଅର ଫୁଲ –

ତେବେ ଏହି ଫୁଲ ଭଗବାନ ଶିବ ଙ୍କର ଅତି ପ୍ରିୟ ଅଟେ । ଏହାକୁ ନିୟମିତ ଅର୍ପଣ କରିଲେ ନିଜ ଇଚ୍ଛା ମୁତାବକ ଭଲ ଜୀବନ ସାଥୀ ପ୍ରାପ୍ତି ହୋଇଥାଏ ।ଏହା ସହିତ ଭଗବାନ ଭୋଳାନାଥ ଙ୍କ ବିଶେଷ ଆଶିର୍ବାଦ ମଧ୍ୟ ମିଳିଥାଏ ।

2. ଅଗସ୍ଥି ଫୁଲ –

 

 

ଏହି ଫୁଲକୁ ଭଗବାନ ଶିବ ଶଙ୍କରଙ୍କୁ ଅର୍ପଣ କରିଲେ ସମାଜରେ ମାନ ସମ୍ମାନ ଖ୍ୟାତି ଆଦି ପ୍ରାପ୍ତି ହୋଇଥାଏ ।

3. ଶେଫାଳୀ ଫୁଲ –

ଏହି ଫୁଲ ଭଗବାନ ଶିବ ଙ୍କର ଅତ୍ୟନ୍ତ ପ୍ରିୟ ହୋଇ ଥାଏ । ତେଣୁ ଏହି ଫୁଲ କୁ ଦେବ ଦେବ ମହାଦେବ ଙ୍କୁ ଅର୍ପଣ କରିଲେ ମନ କୁ ଶାନ୍ତି ମିଳିବା ସହ ଜୀବନ ରେ ଥିବା ସମସ୍ତ ଦୁଃଖ, କଷ୍ଟ, ସମସ୍ୟା ମଧ୍ୟ ଦୂର ହୋଇ ଯାଇ ଥାଏ । ଏହାଛଡା ଏକ ସୁଖୀ ଜୀବନ ମଧ୍ୟ ଅତିବାହିତ କରି ପାରିବେ ।

4. ଦୁଜୁରା ଫୁଲ –
ନିୟମିତ ଭାବରେ ଭଗବାନ ଶିବ ଙ୍କୁ ଦୁଦୁରା ଫୁଲ ସହିତ ବେଲ ପତ୍ର ଏବଂ ଦୂବ ଅର୍ପଣ କରିଲେ ଧନ ହାନୀ ଦୂର ହେବା ସହିତ ଧନ ପ୍ରାପ୍ତି ମଧ୍ୟ ହୋଇ ଥାଏ । ତେଣୁ ଏହି ଫୁଲକୁ ନିଶ୍ଚିତ ଭାବରେ ପ୍ରତ୍ୟେକ ସୋମବାର ଦିନ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ କାହିଁକି ନାଁ ଏହା ଭଗବାନଙ୍କର ବହୁତ ପ୍ରିୟ ମଧ୍ୟ ହୋଇଥାଏ ।

5. ଅରଖ ଫୁଲ-

ମହାଦେବ ଙ୍କର ଏହି ଫୁଲ ସବୁଠାରୁ ଅଧିକ ପ୍ରିୟ ହୋଇଥାଏ । ତେଣୁ ଭଗବାନ ଶିବଙ୍କୁ ଏହି ଫୁଲ ଅର୍ପଣ କରିବା ଦ୍ବାରା କର୍ମ କ୍ଷେତ୍ରରେ ସଫଳତା ମିଳିବା ସହ ଆର୍ଥିକ ଉନ୍ନତି ଘଟି ଥାଏ । ଏହା ସହିତ ବିଦ୍ୟାର୍ଥୀ ମାନଙ୍କର ମଧ୍ୟ ବହୁତ ଭଲ ପାଠ ହୋଇଥାଏ ।

ତେବେ ଏହି ଫୁଲ ଗୁଡିକ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ପ୍ରତ୍ୟେକ ସୋମବାର ଦିନ ଅଥବା ପ୍ରତି ଦିନ ଭଗବାନ ଶିବଙ୍କୁ ଏହି ସବୁ ଫୁଲ ମଧ୍ୟରୁ ଅନ୍ତତଃ ଗୋଟିଏ ପ୍ରକାର ଫୁଲ ଅର୍ପଣ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।