Odisha News Portal

ପୁରୁଷ କେତେ ପ୍ରକାର ,ତଥା କେଉଁ ପୁରୁଷ ଙ୍କୁ ବିବାହ କଲେ ନାରୀ ହୋଇଥାଏ ସୌଭାଗ୍ୟବତୀ ! ପ୍ରତ୍ୟେକ ନାରୀ ଙ୍କୁ ଜାଣିରଖିବା ଦରକାର…..

ଜ୍ୟୋତିଷ ଶାସ୍ତ୍ରରେ ନାରୀ ମାନଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇଛି ଏବଂ ପୁରୁଷ ମାନଙ୍କୁ ମଧ୍ୟ ଚାରି ଭାଗରେ ବିଭକ୍ତ କରାଯାଇଛି । ଆଜି ଆମେ ଆପଣ ମାନଙ୍କୁ କହିବୁ କି କେଉଁ ପୁରୁଷକୁ ବିବାହ କଲେ ନାରୀ ସଦା ସୁଖୀ ହେବା ସହିତ ସେମାନଙ୍କର ଯୋଡି ଦେବତୁଲ୍ୟ ହୋଇଥାଏ । ପୁରୁଷ ମାନଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇଛି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ , କେଉଁ ପୁରୁଷ ମାନେ କେଉଁ ନାରୀକୁ ବିବାହ କେଲ ଭଲ ହୋଇଥାଏ ।

1–ଶଶକ ଜାତି –ଏହି ଶଶକ ଜାତିର ପୁରୁଷ ମାନେ ପ୍ରିୟ କଥା ଏବଂ ସତ୍ୟ କଥା କହିଥାନ୍ତି । ଅମାନଙ୍କର ବଚନ କୋମଳ ହୋଇଥାଏ ଏମାନେ ସୁଶୀଳ ଏବଂ ଧୌର୍ଯ୍ୟବାନ ହୋଇଥାନ୍ତି । ଶଶକ ଜାତିର ପୁରୁଷ ସାଧି ସଙ୍ଗ ପ୍ରିୟ ହୋଇଥାନ୍ତି ।

ଏହା ସହିତ ବିଭିନ୍ନ ପ୍ରକାର ସୁଲକ୍ଷଣ ଯୁକ୍ତ ପୁରୁଷ ହୋଇଥାନ୍ତି । ଏହି ଜାତିର ପୁରୁଷ ବେଶି ଡେଙ୍ଗା ବା ବେଶି ଗେଡା ହୋଇନଥାନ୍ତି । ଏମାନେ ଗୁରୁ ଏବଂ ବ୍ରହ୍ମଣଙ୍କର ସେବା କରିଥାନ୍ତି । ଏହି ଶଶକ ଜାତିର ପୁରୁଷ ପଦ୍ମିନୀ ନାରୀକୁ ବିବାହ କଲେ ବହୁତ ସନ୍ତୁଷ୍ଟ ହୋଇଥାନ୍ତି ।

2–ମୃଗ ଜାତି

 

ମୃଗ ଜାତିର ପୁରୁଷ ଦୀର୍କାୟ ଏବଂ ବଳବାନ ହୋଇଥାନ୍ତି । ଏମାନଙ୍କର ଶରୀର କୋମଳ ହୋଇଥାଏ ଏବଂ ଏମାନଙ୍କର ମୁଖରେ ହସ ରହିଥାଏ । ଏମାନେ ନୃତ୍ୟ , ଗୀତ ପ୍ରିୟ ହୋଇଥାନ୍ତି ଏମାନଙ୍କର ଦୃଷ୍ଟି ମୃଗ ପରି ଚଞ୍ଚଳ ହୋଇଥାଏ । ଏମାନେ ବହୁତ ଭୋଜନ କରିଥାନ୍ତି ଏବଂ ଗୁରୁଙ୍କ ପାଖରେ ବହୁତ ଭକ୍ତି ରଖିଥାନ୍ତି । ଏହି ମୃଗ ନାରୀର ପୁରୁଷ ଚିତ୍ରିଣୀ ନାରୀକୁ ବିବାହ କଲେ ବହୁତ ସନ୍ତୁଷ୍ଟ ହୋଇଥାନ୍ତି ।

3–ବୃଷ ଜାତି

 

ଏହି ବୃଷ ଜାତିର ପୁରୁଷ ମାନେ ବହୁତ ସରଳ ଏବଂ ସୁଶୀଳ ହୋଇଥାନ୍ତି । ଏମାନେ ଗୁଣବାନ ଏବଂ ସୁଶୀଳ ହୋଇଥାନ୍ତି । ଶରୀରରେ ଗୋଗନ୍ଧ ଥାଏ ଏବଂ ଜିଭ ଲମ୍ବା ହୋଇଥାଏ । ଏମାନଙ୍କର ଶରୀର ହୃଷ୍ଟପୃଷ୍ଟ ହୋଇଥାଏ , ଏହି ମୃଗ ଜାତିର ପୁରୁଷ ସଂଖିନୀ ନାରୀକୁ ବିବାହ କଲେ ସନ୍ତୁଷ୍ଟି ଲାଭ କରିଥାନ୍ତି ।

4–ଅଶ୍ୱ ଜାତି

ଏହି ଅସ୍ୱ ଜାତିର ପୁରୁଷ ମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଜଟିଳ ହୋଇଥାଏ । ଏମାନଙ୍କର ଅଂଗ କଠିନ ହୋଇଥାଏ ଏବଂ ଏମାନେ ନିର୍ଭୀକ ହୋଇଥାନ୍ତି । ଏମାନେ ସର୍ବଦା କୁକାର୍ଯ୍ୟରେ ଲିପ୍ତ ରହିଥାନ୍ତି । ଏହି ଜାତିର ପୁରୁଷ ଦୀର୍ଘ କାୟ ହୋଇଥାନ୍ତି ଏବଂ ଏମାନେ ସର୍ବଦା ପରନିନ୍ଦା କରିଥାନ୍ତି । ଏମାନେ ଧର୍ମହୀନ ଏବଂ କାମୁକ ହୋଇଥାନ୍ତି । ଏମାନେ କ୍ରୋଧି ହୋଇଥାନ୍ତି । ଏହି ଅସ୍ୱ ଜାତିର ପୁରୁଷ ହସ୍ତିନୀ ନାରୀକୁ ବିବାହ କଲେ ଭଲରେ ରହିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।