ଓଡିଆ ଫିଲ୍ମ ଦୁନିଆର ସବୁଠାରୁ ଧନୀ ହିରୋ କିଏ ? ଜାଣନ୍ତୁ କେଉଁ ଅଭିନେତା କେତେ ଟଙ୍କା ନିଅନ୍ତି ?

ଆମର ଓଡିଆ ଫିଲ୍ମର ହିରୋ ମାନେ ଗୋଟିଏ ଫିଲ୍ମ କରିବା ପାଇଁ କେତେ ଟଙ୍କା ନେଇଥାନ୍ତି । ତାହା ଜାଣିବେ ଯଦି ଆପଣ ମାନଙ୍କର ହୋସ ଉଡିଯିବ । ଆପଣ ମାନେ ନିଶ୍ଚିତ ଓଡିଆ ଫିଲ୍ମ ଦେଖୁଥିବେ ଏବଂ ଓଡିଆ କଳାକାର ମାନଙ୍କ ବିଷୟରେ ଜାଣିବାକୁ ବହୁତ ମାତ୍ରାରେ ଇଚ୍ଛୁକ ଥିବେ । ଅଧିକାଂଶ ଲୋକ ଏହା ଜାଣିବାକୁ ଚାହୁଥିବେ ଯେ ଓଡିଆ ଫିଲ୍ମ ହିରୋମାନେ ଗୋଟିଏ ଫିଲ୍ମ କରିବାକୁ କେତେ ଟଙ୍କା ନେଇଥାନ୍ତି । ଏମାନେ ଗୋଟିଏ ଫିଲ୍ମ କରିବା ପାଇଂ କେତେ ଚାର୍ଜ କରିଥାନ୍ତି । ତେବେ ଚାଲନ୍ତୁ ଆଜି ଆମେ ସେହି ବିଷୟରେ ଜାଣିବା ।

1. ସିଦ୍ଧାନ୍ତ ମହାପାତ୍ର –

ସିଦ୍ଧାନ୍ତ ମହାପାତ୍ର ଓରଫ ମୁନ୍ନା ଭାଇ । ସେ ପ୍ରଥମେ ଫିଲ୍ମ ଶ୍ରଦ୍ଧାଞ୍ଜଳୀରେ ଓଡିଆ ଫିଲ୍ମରେ ପାଦ ଦେଇଥିଲେ । ଏହାଛଡା ସେ 2009-14 ପର୍ଯ୍ୟନ୍ତ ଲୋକସଭାର ମେମ୍ବର ରହିଛନ୍ତି । ସେ ଓଡିଆ ଫିଲ୍ମ ଜଗତରେ ନୂତନ ଯୁଗର ଆରମ୍ଭ କରିଥିଲେ । ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ତାଙ୍କୁ ଓଡିଶାର ନମ୍ବରୱାନ ସୁପରଷ୍ଟାର କହିଲେ କିଛି ଭୁଲ ହେବ ନାହିଁ । ସେ 2010 ପର୍ଯ୍ୟନ୍ତ ଗୋଟିଏ ଫିଲ୍ମ କରିବା ପାଇଁ ପାଖାପାଖି 1-5 ଲକ୍ଷ ଟଙ୍କା ନେଉଥିଲେ । କିନ୍ତୁ ଏବେ ଗୋଟିଏ ଫିଲ୍ମ କରିବା ପାଇଂ ପାଖାପାଖି 10-12 ଲକ୍ଷ ଟଙ୍କା ନେଉଛନ୍ତି ।

2. ସବ୍ୟସାଚୀ ମିଶ୍ର

ସେ ଏମିତି ଜଣେ ଓଡିଆ ଅଭିନେତା ଅଟନ୍ତି , ଯିଏକି ଅଲିଉଡ ଜଗତରେ କାମ କରିବା ସହିତ ବେଙ୍ଗଲୀ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ତାସହିତ ଏହି କରୋନା ସମୟରେ ସେ ମଧ୍ୟ ସୁପରହିରୋ ପାଲଟି ଯାଇଛନ୍ତି ଏବଂ ସମସ୍ତଙ୍କୁ ସହଯୋଗର ହାତ ବଢାଇଛନ୍ତି । ସୁପରଷ୍ଟାର ସବ୍ୟସାଚୀ ମିଶ୍ର ସେ ନିଜର ପ୍ରଥମ ଚଳଚିତ୍ର ପାଗଳପ୍ରେମୀରୁ ଓଡିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ । ସେ ଅନେକ ହିଟ୍ ଫିଲ୍ମ ବର୍ତ୍ତମାନ ସୁଦ୍ଧା ଦେଇସାରିଛନ୍ତି ଏବଂ ସେ ଗୋଟିଏ ଫିଲ୍ମ କରିବା ପାଇଁ 12-14 ଲକ୍ଷ୍ ଟଙ୍କା ନେଇଥାନ୍ତି ।

3. ଅରିନ୍ଦମ ରୟ

ଅରିନ୍ଦମ ଏଭଳି ଜଣେ ଅଭିନେତା ଯିଏକି ଅନେକ ବେଙ୍ଗଲ ଫିଲ୍ମରେ ଅଭିନୟ ମଧ୍ୟ କରିସାରିଛନ୍ତି । ସେ ପ୍ରଥମେ 2006 ରେ ପ୍ରେମ ଋତୁ ଆସିଲା ଫି୍ଲ୍ମରେ ଅଭିନୟ କରି ଓଡିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ । ସେ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ପାଖାପାଖି 14-15 ଲକ୍ଷ ଟଙ୍କା ନେଇଥାନ୍ତି ।

4. ସ୍ବରାଜ ବାରିକ –

ସେ ବର୍ତ୍ତମାନ ସମୟରେ ଜଣେ ନୂତନ ହିରୋ ଏବଂ ନୂଆ କରି ଆମର ଅଲିଉଡ ଜଗତରେ ପାଦ ଦେଇଛନ୍ତି ହିରୋ ଭାବରେ । ତେବେ ସେ ଗୋଟିଏ ଫିଲ୍ମ କରିବା ପାଇଂ ପାଖାପାଖୀ 10-12 ଲକ୍ଷ ଟଙ୍କା ନେଇଥାନ୍ତି ।

5. ବାବୁସାନ ମହାନ୍ତି

 

ବାବୁସାନଙ୍କ ବାପା ଉତ୍ତମ ମହାନ୍ତି ଏବଂ ମାଆ ଅପରାଜିତା ମହାନ୍ତି । ସେ ପ୍ରଥମେ 2009 ରେ ରୋମିଓ ଦା ଲଭର ବୟରୁ ନିଜର ଫିଲ୍ମ କ୍ୟାରିଅରକୁ ଆରମ୍ଭ କରିଥିଲେ । ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଚାଲିଛନ୍ତି । ସେ ବର୍ତ୍ତମାନ ଗୋଟିଏ ଫିଲ୍ମ ପାଇଁ ପାଖାପାଖି 15-20 ଲକ୍ଷ ଟଙ୍କା ନେଇଥାନ୍ତି ।

6 ଅନୁଭବ ମହାନ୍ତି –

ବସନ୍ତ ନାୟକଙ୍କ ଫିଲ୍ମ ଆଇ ଲଭ ୟୁ ରୁ 2004ରୁ ନିଜର କ୍ୟାରିୟରକୁ ଆରମ୍ଭ କରିଥିଲେ । କିନ୍ତୁ ତା ପୂର୍ବରୁ ଅନୁଭଭ ମହାନ୍ତି ଆଲବମରେ ମଧ୍ୟ କାମ କରିସାରିଥିଲେ । ଏବେ ସେ କେନ୍ଦ୍ରାପଡାର ସାଂସଦ ଅଛନ୍ତି । ସେ ଗୋଟିଏ ଫିଲ୍ମ କରିବା ପାଇଂ ପାଖାପାଖି 22-25 ଲକ୍ଷ ଟଙ୍କା ନେଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment