Odisha News Portal

ଏଥିରୁ ବାଛନ୍ତୁ ନିଜର ଗୋଟିଏ ଜନ୍ମବାର ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ଓ ସ୍ବଭାବ ବିଷୟରେ ..

0 5

ଆଜି ଆମେ ଜାଣିବା କେଉଁ ବାରରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଏବଂ ସ୍ବଭାବ ରହିଥାଏ । ତେବେ ଚାଲନ୍ତୁ ଜାଣିବା ।ରବିବାର-ରବିବାର ଦିନ ଯେଉଂ ବ୍ୟକ୍ତି ଜନ୍ମଗ୍ରହଣ କରନ୍ତି ସେ ପୁରୁଷ ତେଜବନ୍ତ, ବୁଦ୍ଧିବନ୍ତ, ବିଚକ୍ଷଣ, ଚତୁର ଏବଂ ଧାର୍ମିକ , ଅତ୍ୟନ୍ତ ଜିଦଖୋର , ଅହଂଗୁଣ ସମ୍ପୂର୍ଣ୍ଣ, ଅସ୍ଥିର, ଚଞ୍ଚଳମତି । ଯେକୌଣସି କାର୍ଯ୍ୟରେ ଲାଗିଥାନ୍ତି ସେ କାର୍ଯ୍ୟ ସଂମ୍ପୂର୍ଣ୍ଣ ନକରିବା ପର୍ଯ୍ୟନ୍ତ ଛାଡନ୍ତି ନାହିଁ । ଏମାନେ ସତ୍ୟ କହିବାକୁ କେବେ ବି ପଛନ୍ତି ନାହିଁ । ଭାଙ୍ଗି ପଡିବେ ଅଥଚ ଓହରିବେ ନାହିଁ ।

ସୋମବାର-

ଏମାନେ ଧୌର୍ଯ୍ୟବନ୍ତ , ସ୍ଥିରମତା, ବହୁଗୁଣ ବିଶିଷ୍ଠ , ବିଚାରଶୀଳ, ନ୍ୟାୟବନ୍ତ, ବୁଦ୍ଧିବିଦ୍ୟାରେ ବିଚକ୍ଷଣ , ଶାସ୍ତ୍ରପ୍ରିୟ , କଳାବିଦ୍ୟା ପ୍ରେମିକ, ବହୁ ପ୍ରତିଭାର ଅଧିକାରୀ, ଚନ୍ଦ୍ରତୁଲ୍ୟ ସୌନ୍ଦର୍ଯ୍ୟ , ରୁପବନ୍ତ, ନିୟମର ବଶବର୍ତି, ବହୁ ସୁଖ ଭୋଗକାରୀ , କାହାରି ପ୍ରତି ଅନିଷ୍ଠ ଚିନ୍ତା କରନ୍ତି ନାହିଁ ।

ମଙ୍ଗଳବାର-

ମଙ୍ଗଳବାର ଦିନ ଯେଉଂ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାନ୍ତି ସେ ପୁରୁଷ ଅସ୍ଥିରତା ହେକୁ ସବୁ କାମରେ ଅଧାପାନ୍ତରିଆ ରହିଥାନ୍ତି । କିନ୍ତୁ ବିଲମ୍ବରେ ହେଲେ ମଧ୍ୟ କାର୍ଯ୍ୟ ପୂରଣ ହୁଏ । ଶତୃବାଦୀ, ଅତ୍ୟନ୍ତ ଜିଦଖୋର, ଧର୍ମକୁ ବିଶ୍ବାସ କରନ୍ତି ଅଥଚ ଧାର୍ମିକ ହୋଇପାରନ୍ତି ନାହିଁ । ଗୁଣବାନ , ଲୋକପ୍ରିୟ,କଳାବିଦ୍ୟା ପ୍ରେମିକ , ଶେଷକୁ ସୁନାମୀ ଏବଂ ଧନ୍ୟ ହୁଅନ୍ତି୍ ।

ବୁଧବାର-

ବୁଧବାରଟି ବିଷ୍ଣୁଙ୍କର ବାର ଅଟେ । ଏହି ବାରରେ ଜନ୍ମ ହୋଇଥିବା ଲୋକ ଅତ୍ୟନ୍ତ ବୁଦ୍ଧିମାନ, କୌଶଳୀ ଏବଂ କମ୍ପ୍ୟୁଟର ଭଳି ଏମାନଙ୍କର ମୁଣ୍ଡ କାମ କରିଥାଏ । ପରହିତକାରୀ , ଶତୃବସକାରୀ ,ବହୁମୁଖୀ ସୁନାମୀ ଏବଂ ଧନ୍ୟ ହୁଅନ୍ତି । ଦାନଧର୍ମରେ ଉତ୍ସାହ ଏବଂ କୌମସି ବି ପରିସ୍ଥିତିରେ ଏମାନେ ବିଚଳିତ ହୁଅନ୍ତି ନାହିଁ ।

ଗୁରୁବାର –
ଗୁରୁବାରରେ ଯେଉଂ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାନ୍ତି ସେ ପୁରୁଷ ସବୁଠାରେ ଗୁରୁମାନ୍ୟ ସମ୍ମାନ ପାଇଥାନ୍ତି । ସତ୍ କାର୍ଯ୍ୟରେ ପ୍ରବିଣ ଅଟନ୍ତି । ବୁଦ୍ଧି ଏବଂ ଜ୍ଞାନରେ ଶ୍ରେଷ୍ଠ ହୁଅନ୍ତି , ଗଭିର ଶାନ୍ତିଶୀଳ ଏବଂ ଧାର୍ମିକ ହୋଇଥାନ୍ତି । ଏହି ବ୍ୟକ୍ତି ସର୍ବଦା ଜାଞ୍ଜଳିକ ପରିସ୍ଥିତିର ସମ୍ମୁଖୀନ ହେଲେ ମଧ୍ୟ ଅଳିଆ ମଧ୍ୟରେ ଥିଲେ ମଧ୍ୟ ନିଜର ଆତ୍ମାକୁ ନିର୍ମଳ କରି ରଖିଥାନ୍ତି । ନିଜର ବୁଦ୍ଧିରେ ପରିଚାଳିତ ହୋଇଥାନ୍ତି ଏବଂ କାହାର ବି ମନ୍ଥରେ ନଥାନ୍ତି । ସ୍ତ୍ରୀମାନେ ଅତ୍ୟନ୍ତ ସୁଖୀନି ଅଟନ୍ତି ।

ଶୁକ୍ରବାର-

ଏହି ବାରରେ ଜନ୍ମ ଗ୍ରହଣ କରିଥିବା ପୁରୁଷ ଶୁକ୍ରାଚାର୍ଯ୍ୟଙ୍କ ଭଳି କାମ ଦେଖାନ୍ତି । ବହୁ ଗୁଣରେ ବିଶିଷ୍ଠ ଅଟନ୍ତି । ଯେତେବି୍ ବ୍ୟୟଯୁକ୍ତକାର୍ଯ୍ୟ ମୁଣ୍ଡ ଉପରକୁ ଆସି ଯାଉ ନାଁ କାହିଁକି କେବେ ଧୌର୍ଯ୍ୟହରା ହୁଅନ୍ତି ନାହିଁ । କଳାବିଦ୍ୟାରେ୍ ପ୍ରେମିକ , ଏକଗୁଣ ବ୍ୟୟ କରିଲେ ମଧ୍ୟ ଦଶ ଗୁଣା କାର୍ୟ୍ୟ ହାସଲ କରିଥାନ୍ତି । ଅତ୍ୟନ୍ତ ଚତୁର ଏବଂ ଲୋକପ୍ରିୟ ଅଟନ୍ତି ।

ଶନିବାର-
ଏମାନେ ଅସ୍ଥିର , କାମ ଅଭିଳାଷି, ଶତ୍ରୃୃୃୃବାଦୀ, ଅତ୍ୟନ୍ତ ଜିଦଖୋର ଏବଂ ନିଜ ବୁଦ୍ଧିରେ ପରିଚାଳିତ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ସର୍ବଦା ବିଚଳିତ ଥାଆନ୍ତି , ଅଂହଗୁଣ ବିରୋଧୀ ଏବଂ ନ୍ୟାୟରେ ପଶ୍ଚାତପଦ ହୁଅନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।