ସମାଜ ଯେତେ ସଭ୍ୟ ଆଡକୁ ଗତି କରିଲେ ମଧ୍ୟ ବହୁ ଅନ୍ୟାୟ କାର୍ଯ୍ୟ ଦେଖିବାକୁ ମିଳୁଛି। ସମାଜରେ ଏଭଳି କିଛି ଅସଭ୍ୟ ଲୋକ ମାନେ ଅଛନ୍ତି ଯେ, କି ସବୁବେଳେ ଗୁଣ୍ଡା ରାଜ କରୁ ଥାଆନ୍ତି ଓ ସବୁବେଳେ ଲୋକ ମାନଙ୍କୁ ଦରେଇ ଧମକେଇ ରଖି ଥାଆନ୍ତି। ସେମାନେ ସବୁବେଳେ ଅନ୍ୟାୟ କାର୍ଯ୍ୟର ଲିପ୍ତ ରହୁ ଥିବାର ଦେଖିବାକୁ ମିଳିଛି ଓ ସେମାନେ ଅତି ନୀଚ୍ଚ କାମ କରୁଛନ୍ତି। ସେମାନେ ବଡ଼ ବଡ଼ ଅପରାଧିକ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ପାଇଁ ସମାଜ ଆଜି କଳଙ୍କିତ ହେବାକୁ ଲାଗିଲାଣି। ସମାଜରେ ଏଭଳି କାର୍ଯ୍ୟ କରିବା ଦ୍ୱାରା ଲୋକ ମାନଙ୍କ ଉପରେ ଖରାପ ପ୍ରଭାବ ପଡୁଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଗୁଣ୍ଡା ରାଜ କରୁଥିବା ବୁବୁ ଜେନାଙ୍କ ମାଆ ତାଙ୍କ ପୁଅ ଉପରେ କିଛି ପ୍ରତିକ୍ରିୟା ଦେଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;
ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବରରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ବରରେ ଯୁବଗୋଷ୍ଠୀ KBN ଗ୍ୟାଙ୍ଗ ମାନେ ହାତରେ ଖଣ୍ଡା, ଭୁଜାଲି ଓ ବନ୍ଧୁକ ଧରି ବୁଲୁଛନ୍ତି। ପୋଲିସ ସେମାନଙ୍କୁ ଖୋଜା ଖୋଜି କରି ଗ୍ୟାଙ୍ଗର ମୁଖ୍ୟଙ୍କୁ ଧରିଛନ୍ତି। ବୁବୁ ଜେନା ନାମକ ଜଣେ ବ୍ୟକ୍ତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଅଟନ୍ତି ବୋଲି ସୂଚନା ରହିଛି। ସେ ସବୁବେଳେ ବିଚ ରାସ୍ତା ଉପରେ ଗୁଣ୍ଡା ଗିରୀ କାର୍ଯ୍ୟ କରି ଥାଆନ୍ତି।
ସେ ଦିନେ ତାଙ୍କ ଜନ୍ମ ଦିନ ଖଣ୍ଡା ଧରି ଚାରି ଆଡ଼େ ବୁଲାଉ ଥିଲେ। ଏହି ଭିଡ଼ିଓଟି ତାଙ୍କର ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓ ଭାଇରାଲ ହେବା ପରେ ଲୋକ ମାନେ ବହୁତ ଡରି ଯାଇଛନ୍ତି। ଏହି ଖବରକୁ ନେଇ ଗଣ ମାଧ୍ୟମ ରିପୋର୍ଟର ବୁବୁ ଜେନାଙ୍କ ଘରେ ପହଁଛି ଯାଇଛନ୍ତି। ସେଠାରେ ସେ ପହଁଞ୍ଚିବା ପରେ ତାଙ୍କ ମାଆଙ୍କର ପ୍ରତିକ୍ରିୟା ନେଇଛନ୍ତି।
ତେବେ ତାଙ୍କ ମାଆ ପ୍ରତିକ୍ରିୟା ଦେଇଛନ୍ତି ଯେ, ସେହି ଭିଡ଼ିଓ ଭାଇରଲ ହେବା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ ବୋଲି କହିଛନ୍ତି। ସେ ଗୁଣ୍ଡା ଗିରୀ କାର୍ଯ୍ୟ କରିବାର ପିଲା ନୁହେଁ, ସେ ଆଗରୁ ମଧ୍ୟ ଏଭଳି କିଛି କୌଣସି କାର୍ଯ୍ୟ କରି ନାହିଁ। କିନ୍ତୁ ସେ ଯେଉଁ ଖଣ୍ଡା ବୁଲାଇ ଥିଲା ତାହା ଖୁସିର ସହିତ କରିଛି। ସେ ତା’ର ସାଙ୍ଗ ସାଥି ମାନଙ୍କ ସହିତ ମିଶି ମଜା ମସ୍ତି କରିବା ପାଇଁ ସେ ଏଭଳି କାର୍ଯ୍ୟ କରିଛି ଆଉ ଲୋକ ମାନଙ୍କୁ ଟିକେ ଭୟ ଭୀତ କରିବା ପାଇଁ କରିଛି, ନେହେଲେ ଏଭଳି କାର୍ଯ୍ୟ କରିବାର ସେମିତି ତା’ର କୌଣସି ବି ଉଦେଶ୍ୟ ନାହିଁ। କିନ୍ତୁ ସେ ଏଥର ଶାସନ ହେବ ବୋଲି ତାଙ୍କ ମାଆ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।