ଆଜି ଆମେ ଆପଣ ମାନଙ୍କୁ କାଉ ବିଷୟରେ କିଛି ଶୁଭ ଏବଂ ଅଶୁଭ ଲକ୍ଷଣ ବିଷୟରେ କହିବୁ । ଯଦି କୁଆ ଘର ଭିତରେ ରାବିଥାଏ ତେବେ କୁଣିଆ ଆସିବାର ସମ୍ବାବନା ରହିଥାଏ । ଏହା ସହିତ କାଉକୁ ନେଇ କରି ବହୁତ ଶୁଭ ଏବଂ ଅଶୁଭ ସଂଙ୍କେତ ରହିଛି । ତେବେ ଆସନ୍ତୁ ଜାଣିବା ସେହି ସମସ୍ତ କଥା ବିଷୟରେ ।
1–ସନ୍ଧ୍ୟା ସମୟରେ ଦକ୍ଷିଁ ପଶ୍ଚିମ ଦିଗକୁ ଉଡି ଯାଉଥିବା କାଉକୁ ଦେଖିଲେ ଆସନ୍ନ ବିପଦର ସୂଚନା ମିଳିଥାଏ , ମାତ୍ର ଦକ୍ଷିଣ ପୂର୍ବ ଦିଗକୁ ଉଡି ଯାଉଥିବା କାଉକୁ ଦେଖିଲେ ତାହା ଶୁଭ ବିଚାର କରାଯାଏ ।
2–ଉଡି ଯାଉଥିବା କାଉରୁ ଥଣ୍ଟରୁ ଯଦି ହାଡ ବା ମାଂସ କାହାର ଶର୍ଯ୍ୟା ଉପରେ ପଡିଯାଏ ତେବେ ତାହା ଆସନ୍ନ ବିପଦର ସୂଚନା ପ୍ରଦାନ କରିଥାଏ । ଯଦି କାଉ ରାବି ରାବି ବାମ ଭାଗରୁ ଦକ୍ଷିଣ ଭାଗକୁ ଉଟିଯାଉଥିବାର ଦେଖିବେ ତେବେ ଏହା ବହୁତ ଶୁଭ ହୋଇଥାଏ ।
3–ଗୃହର କୋଣ ବାଗରେ ଅନେକ କାଉ ଏକାଠି ହୋଇ ରାବୁଥିଲେ ଏହା ଆସନ୍ନ ବିପଦର ସୂଚନା ପ୍ରଦାନ କରିଥାଏ .
4–ପ୍ରାତଋ କାଳରେ କାଉ ଉତ୍ତର ପୂର୍ବ କୋଣରୁ ଉଡିଯାଉଥିବାର ଦେଖିଲେ ତାହା ଶୁଭ ସମ୍ବାଦ ପ୍ରାପ୍ତିର ସୂଚନା ମିଳିଥାଏ ।
5–ଛାତ ଉପରେ କାଉ ବସି ବାରମ୍ବାର ରାବିଲେ ଏହା ଅଶୁଭ ସଂଙ୍କେତ ପ୍ରଦାନ କରିଥାଏ ।
6–କାଉ ଉଡି ଉଡି ଆସି କୌଣସି ବ୍ୟକ୍ତିର ମୁଣ୍ଡ ଉପରେ ବସି ପଡିଥାଏ , ତେବେ ତାହା ବହୁତ ଅଶୁଭ ଲକ୍ଷଣ ହୋଇଥାଏ ।
7–କାଉ ଦକ୍ଷିଣ ପଶ୍ଚିମକୁ ମୁହଁ କରି ରାବୁ ଥିଲେ ଯେଉଁ ବ୍ୟକ୍ତି ଦେଖେ ସେହି ବ୍ୟକ୍ତିକୁ ଧନ ପ୍ରାପ୍ତିର ସମ୍ଭାବନା ରହିଥାଏ ।
8–କାଉ ତାହାର ମୁଣ୍ଡକୁ ଦକ୍ଷିଣ ପୂର୍ବ ଦିଗକୁ ରଖିଥିଲେ ଯେଉଁବ୍ୟକ୍ତି ତାହାକୁ ଦେଖେ ସେହି ବ୍ୟକ୍ତିକୁ ମୂଲ୍ୟବାନ ଅଳଙ୍କାର ପ୍ରାପ୍ତି ହେବାର ସମ୍ଭାବନା ରହିଥାଏ ।
9–ପୂର୍ଣ୍ଣ ବୃକ୍ଷ ଉପରେ ବସି ଯଦି କାଉ ରାବୁଥାଏ ସେହି ସମୟରେ ଯେଉଁ ବ୍ୟକ୍ତି ଦେଖିଥାଏ ସେହି ବ୍ୟକ୍ତି ଯଥେଷ୍ଟ ଧନ ଏବଂ ସମ୍ମାନର ଅଧିକାରୀ ହୋଇଥାଏ ।
10– କାଉ ଗୃହ ମଧ୍ୟକୁ ପ୍ରବେଶ କରିଆସି ରାବି ଦେଇ ଉଡିଗରେ ଘରକୁ ଅତିଥି ଆସିବାର ସମ୍ଭାବନା ରହିଥାଏ ।
11–କାଉ ଯଦି ଗାଇର ଲାଞ୍ଜ ଉପରେ ବସିଥିବା କେହି ଦେଖିଥାନ୍ତି ତେବେ ତାହା ଆପଣ ମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ।
12–ଦୁଇଟି କାଉକୁ ଏକା ସଙ୍ଗରେ ଯେଉଁ ବ୍ୟକ୍ତି ଦେଖେ ସେହି ବ୍ୟକ୍ତିକୁ କୌଣସି ଖରାପ ସମ୍ବାଦ ପ୍ରାପ୍ତ ହୋଇଥାଏ ।
13–ଆପଣ ମାନେ ରାସ୍ତାରେ ଯାଉଥିବା ସମୟରେ ଯଦି କାଉର ମଳ ଆପଣଙ୍କର ମୁଣ୍ଡ ଉପରେ ପଡିଗଲା ତେବେ ଆପଣ ମାନେ ରୋଗ ଗ୍ରସ୍ତ ହେବାର ସୂଚନା ପ୍ରାପ୍ତ ହୋଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।