Odisha News Portal

କଥା ଦେଇ କଥା ରଖିଲେ Ollywood ଅଭିନେତା Swaraj Barik ,ଏହି ମହାନ କାମ ପାଇଁ ସାରା ଓଡ଼ିଶାବାସୀ ଆଜି ତାଙ୍କ ଉପରେ ଗର୍ବିତ…ଦେଖନ୍ତୁ ଭିଡ଼ିଓ

ଓଡିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କନିଷ୍ଠ ଅଭିନେତା ସ୍ବରାଜ ବାରିକ ଏବେ ସମସ୍ତଂକ ମନରେ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାରେ ଲାଗିଛନ୍ତି। ଜଣେ ସଫଳ ଅଭିନେତା ଭାବରେ ସେ ଅନେକ ପରିଚିତି ଅର୍ଜନ କରିଛନ୍ତି। ଅନେକ ଦର୍ଶକ ତାଙ୍କ ପାଇଁ ଦିବାନା ସାଜିଛନ୍ତି ତାଙ୍କର ସୁନ୍ଦର୍ ଅଭିନୟ ପାଇଁ। ତେବେ ସେ ଏକ କଥାକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଯାହା ହେଉଛି ତାଙ୍କର ମହାନତା। ଆପଣ ଜାଣିଛନ୍ତି କରନା ମହାମାରି ରେ ନିଜ ବାପା ମାଆ ଙ୍କୁ ହରାଇ ୭ ବର୍ଷର ଭଉଣୀ ନିଜ ଦେଢ଼ ମାସର ସାନ ଭାଇକୁ କିପରି ଭାବରେ ଯତ୍ନ ନେଇଥିଲା।

ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ବେଶ ପ୍ରସାରିତ ହୋଇଥିଲା।୭ ବର୍ଷ ର ଭଉଣୀ କିଭଳି ତାର ଭାଇର ଯତ୍ନ ନେଉଛି ସେ ଘଟଣା ସମସ୍ତଙ୍କୁ ଭାବ ପ୍ରବଣ କରି ଦେଇଥିଲା। ଏହି ଭାଇ ଭଉଣୀ ଙ୍କ ପାଇଁ ଲାଇଭ ଭିଡିଓ ରେ ଆସି ତାଙ୍କର ମହାନତା ପ୍ରଦର୍ଶନ କରିଥିଲେ ଅଭିନେତା ସ୍ଵରାଜ ବାରିକ।ସେ ଏହି ଘଟଣା ସମ୍ପର୍କରେ ଆସିବା ପରେ ନିଜେ ବହୁତ୍ ଦୁଃଖିତ ହୋଇ ପଡ଼ିବା ସହିତ ଘଟଣାର ଗମ୍ଭୀରତା କୁ ଅନୁଭଵ କରି କହିଥିଲେ ଯେ ଆଜିଠୁ ଏମାନେ ମୋ ଭାଇ ଭଉଣୀ। ସେମାନଙ୍କ ର ଏଭଳି ଦୁଃଖଦ ଖବର ଜାଣିବା ପରେ ମୋତେ ବହୁତ୍ ଦୁଃଖିତ ଅନୁଭଵ କରୁଛି।

ମୋ ଦ୍ବାରା ଯାହା ସମ୍ଭବ ମୁଁ ସେମାନଂକୁ ନିଶ୍ଚିତ ସହାୟତା କରିବି ଜଣେ ବଡ଼ ଭାଇ ହିସାବରେ। ତାଙ୍କର ସବୁ କଥା ମଧ୍ୟ ମୁଁ ବୁଝିବି। ତାଙ୍କର ସୁଖରେ ଦୁଃଖରେ ଆସି ମୁଁ ତାଙ୍କ ପାଖରେ ଛିଡ଼ା ହେବି।ଆଉ ଭୋଗରାଇ ଗଲେ ତାଙ୍କୁ ନିଶ୍ଚୟ ଦେଖା କରିବି। ତାଙ୍କର ଏହି ବଦାନ୍ୟତା ପାଇଁ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳିଥିଲା। ଆଉ ଏବେ ସେ ଯାହା କହିଥିଲେ ତାହା କରି ଦେଖାଇଛନ୍ତି ସ୍ଵରାଜ।ଏବେ ଯାହା ଜାଣିବାକୁ ମିଳିଛି ଅଭିନେତା ସ୍ଵରାଜ ନିଜେ ଯାଇ ଏହି ବାପା ମାଆ ଛେଉଣ୍ଡ ୭ ବର୍ଷର କୁନି ଝିଅ କୃଷ୍ନା ଏବଂ ତାଙ୍କ କୁନି ଭାଇଙ୍କୁ ଭେଟି ଛନ୍ତି।

ସେ ସେମାନଂକୁ ଭେଟିବା ସହିତ ତାଙ୍କୁ କିଛି ଆବଶ୍ୟକ ଜିନିଷ, ଖାଦ୍ୟ ପଦାର୍ଥ ଆଦି ଯୋଗାଇ ଦେଇଛନ୍ତି। କହିଥିବା କଥାକୁ ରଖି ଏବେ ସେ ସେହି ପିଲା ମାନଙ୍କ ମୁହଁରେ ହସ ଫୁଟାଇବା ସହିତ ଅନେକ ପ୍ରଶଂସା ମଧ୍ୟ ସାଉଁଟି ଛନ୍ତି। ତାଙ୍କର ଏହି କାର୍ଯ୍ୟ କୁ ସୋସିଆଲ ମିଡ଼ିଆ ରେ ମଧ୍ୟ ବହୁତ୍ ପ୍ରସଂଶା ମିଳିଛି। ରିଏଲ ଲାଇଫ ରେ ଜଣେ ବାସ୍ତବ ହିରୋ ଭାବରେ ସେ ଏଭଳି କାର୍ଯ୍ଯ କରି ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଏହି ଘଟଣା ହେଉଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନିମାତପୁର ଗ୍ରାମର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।