Odisha News Portal

କାନ୍ଥରୁ ଲିଭିନି ବାହାଘର ଝୋଟି, ବୋହୂକୁ ମାରିଦେଲେ ଶାଶୁଘର ଲୋକେ, ପୂରା ଘଟଣା ଦେଖିଲେ ଆଖିରୁ ଲୁହ ଆସିଯିବ…

କେତେଦିନ ଯାଏଁ ଏମିତି ସବୁ ଭିଡିଓ ସାମ୍ନା କୁ ଆସିବ । କେତେଦିନ ଯାଏଁ ମହିଳା ମାନଙ୍କ ଉପରେ ଏମିତି ଅତ୍ୟାଚାର ହେଉଥିବ । ଆମ ଯୁବ ଗୋଷ୍ଠୀ ମଧ୍ୟ ଉପସ୍ଥିତ ଅଛନ୍ତି ଆଉ ଦେଖୁଛନ୍ତି ତାମସା । ଧିକ କହିବ ଏହି ଲୋକ ମାନଙ୍କୁ ନାରୀ କୁ ସମ୍ମାନ ଦେଇ ଶିଖି ନାହାନ୍ତି , କିନ୍ତୁ ଗାଁ ର ମୁରବି । ଚଣ୍ଡାଳ ମାନେ ଏତିକି କାମ କରିବେ ନାହିଁ ଯେତିକି ଏହି ମଣିଷ ମାନେ କରୁଛନ୍ତି । ଯୁଗ ଯେତେ ଆଧୁନିକ ହେଲେ ମଧ୍ୟ ନାରୀ ମାନଙ୍କ ଉପରେ ନିର୍ଯାତନା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତି ମୁହୂର୍ତ୍ତ ରେ ଯୌତୁକ ନିର୍ଯାତନା ପରି ଘଟଣା ଆମ ସାମ୍ନା କୁ ଆସୁଛି । କମିନାହିଁ ନାରୀ ମାନଙ୍କ ଉପରେ ନିର୍ଯାତନା। ତେବେ ପୁଣି ଥରେ ଯୌତୁକ ପାଇଁ ଆଉ ଜଣେ ନବ ବଧୁ ଙ୍କ ବଳି । ରାକ୍ଷସ ସଦୃଶ୍ୟ ଶାଶୁଘର ଲୋକ ହାତରୁ ବର୍ତ୍ତି ପାରିଲେ ନାହିଁ କୋମଳ ସଦୃଶ୍ୟ ନବ ବଧୁ। ହାତରୁ ଲିଭିନି ମେହେନ୍ଦି କିନ୍ତୁ ଲିଭୀଗଲା ଜୀବନ ଦୀପ । ତାଳଚେର ବିହାରିପୁର ଅଞ୍ଚଳରୁ ଆସିଛି ଏମିତି ଏକ ମର୍ମାହତ ଘଟଣା ।

୨୦୧୯ ମସିହା ଜୁନ ମାସ ୨୫ ତାରିଖରେ ତାଳଚେର ବିହାରିପୁର ଅଞ୍ଚଳର ରାମଚନ୍ଦ୍ର ଭୁତିଆ ଓ ପାଟରାଣୀ ଭୁତିଆଙ୍କ ଏକମାତ୍ର ଝିଅ ଅଭିଜିତା ଓରଫ ରେଶମାଙ୍କ ବିବାହ ହୋଇଥିଲା ନୂତନପାଟଣା ଗାଁର ତାପସ ରଞ୍ଜନ ପାଇକଙ୍କ ସହିତ । ଆଖିରେ ଅସୁମାର ସ୍ବପ୍ନ ନେଇ ରେଶମା ଯାଇଥିଲା ଶାଶୁଘର କୁ ଆଉ ଆରମ୍ଭ କରିଥିଲା ଗୋଟିଏ ନୂଆ ଜୀବନ। ଆରମ୍ଭ ରୁ ଖୁବ୍ ଖୁସି ରହୁଥିଲା ରେସମା ର ବୈବାହିକ ଜୀବନ କିନ୍ତୁ ଏହି ଖୁସି ଯେ ଅଳ୍ପ ଦିନ ରେ ଏହା ଜାଣି ନଥିଲା ରେଷମା ।

ସବୁଦିନ ପରି ଗତ ୭ ତାରିଖ ଦିନ ନିଜ ମା ଙ୍କ ସହିତ କଥା ହୋଇଥିଲା ରେଶମା ସେତେବେଳେ ଖୁବ୍ ଖୁସି ମଧ୍ୟ ଥିଲା । ଝିଅ ଫୋନ୍ ରଖିବାର ୧୫ ମିନିଟ୍ ପରେ ରେଶମା ମା ପାଖକୁ ଏକ ନମ୍ୱର୍ ରୁ କଲ୍ ଆସିଲା ଓ ସେପଟରୁ କେହି ଜଣେ କହିଲା ଶୀଘ୍ର ଆସ ତୁମ ଝିଅ ମରିଗଲା । ଏତିକି ଶୁଣିବା ମାତ୍ରେ ରେଶମା ମା ପାଇଁ ଦୁନିଆ ବଦଳି ଗଲା ଯେମିତି ଲାଗିଲା ପାଦ ତଳ ମାଟି ଖସି ଯାଉଚି ତଥାପି ଧର୍ଯ୍ୟ ରଖି ସେମାନେ ସଙ୍ଗେ ସଙ୍ଗେ ପହଞ୍ଚି ଥିଲେ ଅମୃତସର ରେ କିନ୍ତୁ ସେଠାରେ ଝିଅ ର ଶବ ତାଙ୍କୁ ମିଳିଥିଲା ।

ତେବେ ସେଠାରେ ପହଞ୍ଚି ଘଟଣା ଦେଖି ସେମାନେ ସନ୍ଦେହ କଲେ ,କାରଣ ଫ୍ଯାନ ବ୍ଲେଡରେ ଲୁଗା ଲାଗି ଥିବା ବେଳେ ରେଶ୍ମା ବେକ ପାଖରେ ଲାଗି ଥିଲା ଶକ୍ତ ଧକ୍କାର ଚିହ୍ନ ଯଦି ଝିଅ ଆତ୍ମହତ୍ୟା କରିଛି ଫ୍ୟାନ ବ୍ଲେଡ ରେ ଏମିତି ଚିହ୍ନ କୁଆଡୁ ଆସିଲା । ମୃତୁ ବରଣ ର ଅନେକ ଦିନ ପରେ ରେଶମା ଶବ ପହଞ୍ଚି ଥିଲା ନିଜ ଘରେ। ବିବାହ ର ଦୁଇ ବର୍ଷ ପରେ ଚାଲିଗଲା ରେଶମା ର ଜୀବନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।