Odisha News Portal

Interesting gk Question : କଞ୍ଚା ବେଳେ ଲତପତ, ପାଚିଲେ ଟାଣ, ଏ ଢଗଟି କହି ହିଅ ହେ ମୋର ରହିଲା ରାଣ

ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷିତ ହେଲେଣି , ସାମାନ୍ୟ ଅଟଚାଳକ ମଧ୍ୟ ଇଂରାଜିରେ କଥାବାର୍ତ୍ତା କରୁଛନ୍ତି । ସମାଜରେ ଅଶିକ୍ଷିତ ମାନଙ୍କର ମାତ୍ରା ଧୀରେ ଧୀରେ କମିବାରେ ଲାଗିଛି । ଆପଣ ମାନେ ସମସ୍ତେ ଜାଣିଥିବେ କି ଆଜିର ସମୟରେ କୌଣସି ଚାକିରୀ ପାଇବା ପାଇଁ ହେଲେ କେତେ କଷ୍ଟ କରିବା ପାଇଁ ପଡିଥାଏ । ଏହା ବ୍ୟତୀତ ଯଦି ଆମେ କୌଣସି ଏଣ୍ଟ୍ରାନ୍ସ ଦେବାକୁ ଯାଉଛୁ ସେଠାରେ ମଧ୍ୟ ବୁଦ୍ଧି ପରିକ୍ଷା କରୁଛନ୍ତି । ସେମାନେ ପଚାରିଥିବା ପ୍ରଶ୍ନର ଉତ୍ତର ଆମ ବୁଦ୍ଦି ସାହାର୍ଯ୍ୟରେ ହିଁ ଦେବାକୁ ପଡିଥାଏ । ସେହି ସବୁ ପ୍ରଶ୍ନ ଗୁଡିକ ବହୁତ ମଜାଳିଆ ଅଟେ କିନ୍ତୁ ଉତ୍ତର ଦେବାରେ ଟିକିଏ କଷ୍ଟ ହୋଇଥାଏ । ଏହି ସବୁ ପ୍ରଶ୍ନର ଉତ୍ତର ସେହି ବ୍ୟକ୍ତି ହିଁ କହିପାରିଥାଏ , ଯେଉଁ ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ ।

ଆଜି ଆମେ କେତେକ ମଜାଳିଆ ପ୍ରଶ୍ନ ବା ଜେନେରାଲ ନଲେଜ ବିଷୟରେ କହିବୁ , ଯାହା ଆପଣଙ୍କ ପାଇଁ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ଆମ ଦେଶ ରାଜ୍ୟରେ ଅନେକ ସ୍ଥାନ ରହିଛି ଏବଂ ଅନେତ ତଥ୍ୟ ମଧ୍ୟ ଗୋପନୀୟ ରହିଛି , ତାହା ଜାଣିବା ବହୁତ ଆବଶ୍ୟକ ଅଟେ । ତେବେ ଆସନ୍ତୁ ଜାଣିବା ସେହି ବିଷୟର କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ।

1 କଳା ଘାସ ବଣେ ଧରିଲି ଚୋର ନଖ ମୁନେ ତାର ହେଲା ବିଚାର ?
ଉତ୍ତର – ଉକୁଣୀ ।

2 କହିଲ ଦେଖି କେଉଁ ଫଳର ଆଖି ତିନୋଟି ?
ଉତ୍ତର – ନଡିଆ ।

3 କାଟିଲେ ରକତ ନାହିଁ , କୁଟିଲେ ହାଡ ବି ନାହିଁ କି ଯୀବ ସିଏ କହିଲ ଭାଇ ?
ଉତ୍ତର – ଚିଙ୍ଗୁଡି ।

4 କାଠର ବାଛୁରୀ ପଥର ଗାଇ ଯେତେ ଦୁହୁଁଥିଲେ ପହ୍ନଉଥାଇ ?
ଉତ୍ତର – ଚନ୍ଦନ କାଠ ପେଡି ।

5 ଗରମ ପାଇଲେ ଉପରେ ଉଡେ , ଶୀତଳ ପାଇଲେ ତଳକୁ ପଡେ ?
ଉତ୍ତର – ବାଷ୍ପ ।

6 ଗଛ ଲଗେଇଲି ଫଳିବା ପାଇଁ ଫଳ ଧରିଲା ହେଲା ଝଡିଲା ନାହିଁ ?
ଉତ୍ତର – ଭେଣ୍ଡି ।

7 କଞ୍ଚା ହଳଦିଆ ପାଚିଲେ କଳା ନକହି ପାରିଲେ ରାଜ୍ୟରୁ ପଳା ?
ଉତ୍ତର – ଖଜୁରୀ କୋଳି ।

8 ସରଗରୁ ଆସିଲା ଟୋକାଟିଏ , ତା ମୁଣ୍ଡରେ ଟୋପିଟିଏ ଉତ୍ତର କଣ ?
ଉତ୍ତର – ତାଳ ।

9 ଚାରଟି ଅକ୍ଷରେ ନାମ ମହର ଚାରଟି ଅକ୍ଷରେ ହର୍ଷେଇ କାର କହିଲ ଦେଖି ନାମ କଣ ?
ଉତ୍ତର – ଝିଟିପିଟି ।

10 ଗୋଟିଏ ଘର ବାର ଦୁଆର ତିନି ଲୋକ ଚଳପ୍ରଚଳ ?
ଉତ୍ତର – ଘଣ୍ଟା ।

11 କଞ୍ଚାବେଳେ ଲତପତ , ପାଚିଲେ ଟାଣ , ଏ ଢଗଟି କହିଦିଅ ହେ ମୋର ରହିଲା ରାଣ ?
ଉତ୍ତର – ହାଣ୍ଡି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।