” କଞ୍ଚା ବାଦାମ ” ସ୍ଵରରେ ଆସିଲା ” ନବୀନ୍ ନବୀନ୍ ” ଗୀତ ଶୁଣିଲେ ହୋସ ଉଡିଯିବ….ସୋସିଆଲ ମିଡିଆରେ Trending ମୋଡରେ ଭାଇରାଲ… ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଆପଣମାନେ ଦେଖିବାକୁ ପାଉଥିବେ କିପରି ଭାବରେ ଏକ ଗୀତ ଏବେ ସୋସିଆଲ ମିଡିଆରେ ସେନସେଶନ ପାଲଟିଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏହି ଗୀତ ସବୁଆଡେ ଶୁଣିବାକୁ ମିଳୁଛି। ଏବେ ଭାଇରାଲ ହେବାରେ ଲାଗିଛି ଏକ ଏମିତି ଗୀତ ଯାହାକୁ ଶୁଣି ଆପଣ ବି ବହୁତ୍ ଖୁସି ହେଉଥିବେ।ତେବେ ଏହି ଗୀତଟି ହେଉଛି ବଙ୍ଗଳା ଗୀତ ‘କଚ୍ଚା ବାଦାମ’।ସୋସିଆଲ ମିଡିଆରେ ବେଶ୍ ସେୟାର ହେବାକୁ ଲାଗିଛି ଏହି ଗୀତ। ତେବେ ଆପଣ ଏହି ଗୀତ ବିଷୟରେ ତ ନିଶ୍ଚୟ ଶୁଣିଥିବେ।ପଶ୍ଚିମବଙ୍ଗର ବାଦାମ ବିକାଳି ଭୁବନ ବାଦ୍ୟକରଙ୍କ ଏହି ଗୀତ ଇଣ୍ଟରନେଟ୍‌ରେ ଖୁବ ଜୋର୍‌ରେ ଟ୍ରେଣ୍ଡ୍ କରୁଛି।

ଏହି ଗୀତକୁ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ଅନେକ ରିଲ୍‌ କରୁଥିବା ଦେଖିବାକୁ ମିଳୁଥିଲା। ଏବେ ମଧ୍ୟ ସୋସିଆଲ ମିଡିଆରେ ଏହି ଗୀତର ଚାହିଦା ରହିଛି।ତେବେ ଏହି ଗୀତ ଏବେ ଏମିତି ଭାଇରାଲ ହେଉଛି ଯେ ଲୋକମାନେ ଏହାକୁ ଦେଖି ବହୁତ୍ ଖୁସି ହେଉଛନ୍ତି ଏବଂ ବହୁତ୍ ସେୟାର କରିବାକୁ ବାଧ୍ୟ ହେଉଛନ୍ତି। ତେବେ ଯାହା ଦେଖିବାକୁ ମିଳୁଛି ଲୋକେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା ଉପରେ ରିଲ୍ କରିବା ମଧ୍ୟ ବନ୍ଦ କରୁ ନାହାନ୍ତି। ଏହାକୁ ସମସ୍ତେ ଖୁବ ଉପଭୋଗ ମଧ୍ୟ କରୁଛନ୍ତି ଏବଂ ଏହାର ମଜା ନେଉଛନ୍ତି। ତେବେ କେବଳ ସାଧାରଣ ଲୋକ ନୁହେଁ ଅନେକ ସେଲିବ୍ରିଟି ମାନେ ମଧ୍ୟ ଏହି ଗୀତ ଗାଉଥିବା ଦେଖିବାକୁ ମିଳେ।

କିନ୍ତୁ ଏବେ ଏହି ଗୀତକୁ ନେଇ ଏହି ଗୀତର ସ୍ଵରରେ ତିଆରି ହୋଇଛି ଏକ ଓଡ଼ିଆ ଗୀତ। ଆଉ ଏହି ଗୀତଟି ହୋଇଛି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନାମରେ।ଏହି ଗୀତକୁ ଗାଇଛନ୍ତି ସିଙ୍ଗର ଜ୍ୟୋତିର୍ମୟୀ ନାୟକ। ଯିଏକି ବର୍ତ୍ତମାନ ଇଣ୍ଟର୍‌ନେଟ୍ ସେନ୍ସେସ୍ ପାଲଟି ଛନ୍ତି। ତାଙ୍କର ଏହି ଗୀତର ଭିଡିଓ ଏବେ ଅନ୍‌ଲାଇନ୍‌ରେ ଦେଖିବାକୁ ମିଳୁଛି। ଏହା ସୋସିଆଲ୍ ମିଡିଆରେ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯଦି ଆପଣ ଏହାକୁ ଶୁଣି ନାହାଁନ୍ତି ତେବେ ଥରେ ଏହାକୁ ଶୁଣି ନିଅନ୍ତୁ।ଏହି ଗୀତରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉନ୍ନୟନ ମୂଳକ ଯୋଜନା ଏବଂ କାର୍ଯ୍ୟକ୍ରମ ସାଙ୍ଗକୁ ସାରା ଭାରତରେ ସି ଏମ ନମ୍ୱର୍ ୱାନ କୁ ନେଇ ସ୍ୱର ସଂଯୋଜନା କରା ଯାଇଛି।

ସିଙ୍ଗର ଜ୍ୟୋତିର୍ମୟୀ ନାୟକ ଙ୍କ ସହିତ କୋ ସିଙ୍ଗର ରାଜେଶ ମଧ୍ଯ ଏହି ଗୀତକୁ ଗାଇଛନ୍ତି। ଏହି ଗୀତର କନ୍ସେପଟ୍ ଦେଇଛନ୍ତି ସୁରେଶ ଭାଇ ଏବଂ ମ୍ୟୁଜିକ୍ ରି ଏରେଞ୍ଜ କରିଛନ୍ତି ଆଶିଷ ଭାଇ। ତେବେ ସୁନ୍ଦର୍ ଭାବରେ ଏହି ଗୀତର ସଂଯୋଜନା ହୋଇଥିବା ବେଳେ କଚ୍ଚା ବାଦାମ ସ୍ୱର ଭଳି ନବୀନ ନବୀନ, ସି ଏମ୍ ନବୀନ ର ପଦକୁ ଗାଇଛନ୍ତି ଜ୍ୟୋତିର୍ମୟୀ ଏବଂ ରାଜେଶ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଏହି ଗୀତଟି ଡବ କରାଯାଇଛି ବୋଲି ଏହି ଟିମ୍ ତରଫରୁ କୁହାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment