Odisha News Portal

ଜାଣନ୍ତୁ କେଶ ଝଡିବାର କାରଣ ଏବଂ ନିରାକରଣ । Dr. Manju Patidar

ଆଜିର ଦିନରେ କେଶ ଝଡିବା ସମସ୍ୟା ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ଯୁବକ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ କେଶ ଝଡିବା ସମସ୍ୟା ଦେଖାଯାଇଥାଏ । କିଛି ହେୟାର ଫଲ କୌଣସି ଡିଜିଜ୍ ପ୍ରବ୍ଲମ ଥିଲେ ହୋଇଥାଏ ଏବଂ ଜେନେଟିକ ପ୍ରବ୍ଲେମ ଥିଲେ ମଧ୍ୟ କେଶ ଝଡିବା ଆରମ୍ଭ ହୋଇଥାଏ । ତେବେ ଆଜି ଆମେ ଜାଣିବା କେଶ ଝଡିବାର କାରଣ ଓ ନିରାକରଣ ବିଷୟରେ ।

କେଶ ଝଡିବାର କାରଣ :-

କେଶ ଝଡିବାର ବହୁତ ଗୁଡିଏ କାରଣ ରହିଥାଏ କିନ୍ତୁ ଆଜିର ଦିନରେ ଯେଉଁ କେଶ ଝଡିବା ସମସ୍ୟା ଦେଖାଯାଉଛି ତାହା ଅଧିକ ଟ୍ରେସ ଯୋଗୁଁ ଦେଖାଯାଏ । ଦୈନନ୍ଦିନ ଜୀବନରେ ରେଗୁରାଲ ଟ୍ରେସ ହେବା ଓ ହେୟାର ପାଇଁ ଯେଉଁ ନ୍ୟୁଟ୍ରେସ ର ଆବଶ୍ୟକତା ରହିଥାଏ ତାହାର ପରିମାଣ କମ ହେଲେ ହେୟାର ଲସ୍ ହୋଇଥାଏ । ଯଦି ଆପଣ ମାନେ କୌଣସି ମେଡିସିନ ଖାଉଥାନ୍ତି ବା କୌଣସି ଡିଜିଜ ରେ ଆକ୍ରାନ୍ତ ଥାନ୍ତି , ଯେମିତିକି ଥାଇରଏଡ୍ , କ୍ୟାନସର ଭଳି ରୋଗ ଥିଲେ ହେୟାର ଲସ ହୋଇଥାଏ । ଦ୍ୱିତୀୟରେ ଜେନେଟିକ ପ୍ରବ୍ଲେମ ଯୋଗୁଁ ହୋଇଥାଏ , 30 ରୁ 40 ବର୍ଷ ବୟସ ମଧ୍ୟରେ ଦେଖାଯାଇଥାଏ ।

କେଶ ଝଡିବା ସମସ୍ୟାର ଚିକିତ୍ସା :-

କେଶ ଝଡିବା ସମସ୍ୟା ଯଦି ବହୁତ ଦିନ ଧରି ରହିଥାଏ ବା 100 ରୁ ଅଧିକ ଚୁଟି ଝଡୁଥାଏ ତେବେ ଏହା ଏକ ମେଜର କେସ୍ ଭାବରେ ନିଆଯାଏ । ଯେତେବେଳେ ବି ଆପଣଙ୍କର କେଶ ଝଡୁଛି , ଡକ୍ଟରଙ୍କ ପରାମର୍ଶ ନିଅନ୍ତୁ । ଏହାପରେ ଆପଣ ମାନେ ହେୟାରରେ କେଉଁ ସବୁ ସେମ୍ପ ୟୁଜ୍ କରୁଛନ୍ତି ବା ବ୍ନଡ ଟେଷ୍ଟ ମଧ୍ୟ କରାଯାଏ । ହୋରମନ ଇଭାଲ୍ୟୁସନ କରାଯାଏ , ସେଥିରେ କିଛି ଆପନରମାଲ ଆସିଲେ ତାର ନିରାକରଣ କରାଯାଏ । ଟ୍ରିଟମେଣ୍ଟ ପାଇଁ ବହୁତ ଗୁଡିଏ ଅପସନ ରହିଥାଏ , ପ୍ରଥମତଃ ଆପଣ ମାନଙ୍କୁ କିଛି ମେଡିସିନ ଲଗେଇବା ପାଇଁ ଏବଂ ଖାଇବା ପାଇଁ ଦିଆଯାଏ । ଏଥିସହିତ ଆପଣ ମାନେ ଡକ୍ଟରଙ୍କ ପରାମର୍ଶ ଅନୁସାରେ ଯାହା କିଛି ପଦକ୍ଷେପ ନେବା ଉଚିତ୍ ।

ସୁଷମ ଖାଦ୍ୟ କେଶ ପାଇଁ ଭଲ :-

ଆମର ଲାଇଭ ଷ୍ଟାଇଲ ସହିତ ଡାଇଟ୍ ର ମଧ୍ୟ ବହୁତ ଇମ୍ପଟାନ୍ସ ରହିଛି , ଆମର ଖାଦ୍ୟ ସାମଗ୍ରୀରେ ଗ୍ରୀନ ଭେଜିଟେବୁଲସ ନାହିଁ । ଗ୍ରୀନ ଭେଜିଟେବୁଲ ବା ଫଳ ଓ ପନିପରିବାରେ ଆବଶ୍ୟକ ପରିମାଣପରେ ଭିଟାମିନ୍ ରହିଥାଏ , ଯାହା ଆମ ହେୟାର ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ସେଥିପାଇଁ ଗୋଟିଏ ବାଲାନ୍ସ ଡାଏଟ୍ ରହିବା ଅତ୍ୟନ୍ତ ଜରୁରୀ ଅଟେ , ଯଦି ଆପଣ ମାନେ ଏକ ସୁସ୍ଥ ହେୟାର ଚାହୁଁଥାନ୍ତି ତେବେ ଖାଦ୍ୟରେ ପରିବର୍ତ୍ତନ ଆଣିବା ଆବଶ୍ୟକ ଅଟେ । ତେବେ ଯାଇ ଆପଣ ମାନେ ସୁନ୍ଦର କେଶ ପାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।