Breaking News – କନ୍ନଡ଼ ସିନେମାର ପାୱାର ଷ୍ଟାର Puneeth Rajkumar ଜିମ କରୁଥିବା ବେଳେ ହଠାତ ହୃଦଘାତରେ ପରଲୋକ, ସାରା ଦେଶରେ ଶୋକର ଛାୟା ପ୍ରଧାନମନ୍ତ୍ରୀ ମୋଦି କଲେ ଦୁଖଃ ପ୍ରକାଶ

ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଶୁଣିବା ପାଇଁ ମିଳୁଛି, କାନାଡ଼ା ଫିଲ୍ମ ଲୋକପ୍ରିୟ ନାୟକଙ୍କ ଦେହାନ୍ତ ହୋଇଛି। ମନୁଷ୍ୟ ଆମର ନୁହେଁ, ନିଜର ଆୟୁଷ ଯେତିକି ପର୍ଯ୍ୟନ୍ତ ଆଛି, ସେତିକି ଦିନ ବଞ୍ଚିବ ଯେତେବେଳେ ଆୟୁଷ ପୂରିଯିବ ଏ ଦୁନିଆ ଛାଡି ଆରପାରିକୁ ଚାଲିଯିବେ। ଯେତେବେଳେ ଜଣେ ସାଧରଣ ମଣିଷ ମୃତ୍ୟୁ ହେଉଛି, ତାଙ୍କୁ କେବେଳ ନିଜର ଗାଁ ଲୋକ ହିଁ ଦୁଃଖ କରିବେ। କିନ୍ତୁ ଜଣେ ଜଣେ ସେଲିବ୍ରେଟି ମୃତ୍ୟୁ ହେଉଛି, ତାଙ୍କୁ ସାରା ଦୁନିଆ ଝୁରିବ। କାରଣ କଳାକାରଙ୍କ ମୃତ୍ୟୁ ହୋଇନଥାଏ। ତେବେ ବନ୍ଧୁଗଣ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ପୁଣେତ୍ ରାଜକୁମାର ଆଉ ଏ ଦୁନିଆରେ ନାହାନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ପୂରା ଖବର ବିଷୟରେ;

ସୂଚନା ଅନୁସାରେ, ଲୋକପ୍ରିୟ କନ୍ନଡ ଅଭିନେତା ପୁନେତ୍ ରାଜକୁମାର ଶୁକ୍ରବାର ସକାଳେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ପୁନେତ୍ ହୃଦଘାତ ଆସିବା ପରେ ସଙ୍ଗେ ସଙ୍ଗେ ବେଙ୍ଗାଲୁରୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଙ୍କ କହିବା କଥା ଯେ ପୁନେତ ରାଜକୁମାରଙ୍କୁ ଶୁକ୍ରବାର ସକାଳ ୧୧.୩୦ ରେ ଭର୍ତ୍ତି କରାଯାଇଥିଲା। ସେ ପ୍ରଥମେ ଛାତିରେ ଯନ୍ତ୍ରଣା ଅନୁଭଵ କରିଥିଲେ, ଡାକ୍ତରଖାନାରେ ପହଞ୍ଚିବା ପରେ ବେହୋସ ହୋଇପଡିଥିଲେ। ତେବେ ବନ୍ଧୁଗଣ ତାଙ୍କର ବୟସ ୪୬ ବର୍ଷ ହୋଇଥିଲା। ତାଙ୍କର ମୃତ୍ୟୁ ସମଗ୍ର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସମେତ ଭାରତର ଏକ ବଡ଼ କଳାକାରଙ୍କୁ ହରାଇଛନ୍ତି। କିଛି ଦିନ ପୂର୍ବରୁ ସେ, ଶିବରାଜକୁମାରଙ୍କ ‘ବଜରଙ୍ଗୀ ୨’ ପ୍ରମୋଟ୍ କରୁଥିବା ଦେଖିବାକୁ ମିଳିଥିଲା। ଆଜି ସକାଳେ ସେ ଫିଲ୍ମର ଭଲ ହୋଇଥିବା କଥା ଟ୍ୱିଟ୍ ମଧ୍ୟ କରିଥିଲେ।

ପୁନେତ ‘ଯୁଭାରଥନା’ ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ନିକଟରେ ମଧ୍ୟ ସେ ପ୍ରିୟା ଆନନ୍ଦଙ୍କ ‘ଜେମ୍ସ’ ସୁଟିଂ କରିଥିବା ଦେଖିବା ପାଇଁ ମିଳିଥିଲା। ସେ ନଭେମ୍ବର ୨ ରୁ ପୱନ କୁମାରଙ୍କ ନିର୍ଦ୍ଦେଶିତ ‘ଦ୍ୱିତଭା’ ଫିଲ୍ମ ସୁଟିଂ ସାରି ଆସିଥିଲେ। ହିରୋ ଭାବରେ ଦୀର୍ଘଦିନ ଧରି କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କୁ ପାୱାର ଷ୍ଟାର ମଧ୍ୟ ଫ୍ୟାନ ମାନେ କୁହାଯାଏ, ସେ ଅନେକ ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସବୁଠାରୁ ବଡ ଫ୍ୟାନ୍ ବେସ୍ ଥିଲା।

ତେବେ ବନ୍ଧୁଗଣ ତାଙ୍କ ମୃତ୍ୟୁରେ ସମସ୍ତ ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଫ୍ୟାନ ମାନଙ୍କ ମଧ୍ୟରେ ଶୋକର ଖେଳି ଯାଇଛି। ସୋସିଆଲ ମିଡ଼ିଆରେ କେବଳ ତାଙ୍କରି ଆତ୍ମାର ସଦ୍ଗତି ନିମନ୍ତେ ପ୍ରାଥନା କରୁଛନ୍ତି। ତେବେ ପୁନେତଙ୍କ ମୃତ୍ୟୁକୁ ନେଇ ତାଙ୍କୁ ବଲିଉଡ ଅଭିନେତା ସନୁସୁଦ ମଧ୍ୟ ମଧ୍ୟ ଟୁଇଟ କରିଛନ୍ତି, ସେ ମଧ୍ୟ ତାଙ୍କ ଆତ୍ମାର ଶାନ୍ତି ପାଇଁ ଟ୍ୱିଟ ମଧ୍ୟ କରିଛନ୍ତି। ତେବେ ବନ୍ଧୁଗଣ ଆମେ ମଧ୍ୟ ଭଗବାନଙ୍କ ନିକଟରେ ଏତିକି ପ୍ରାଥନା କରୁଛି, ତାଙ୍କ ଆତ୍ମାର ଶାନ୍ତି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment