ମଣିଷ ଶରୀରରେ ଅନେକ ପ୍ରାକାର ରୋଗ ସମସ୍ୟା ଦେଖାଯାଇଥାଏ , ଏହାର ନିରାକରଣ ପାଇଁ ଅନେକ ପ୍ରାକାର ମେଡିସିନର ସେବନ ମଧ୍ୟ କରିଥାନ୍ତି । କିନ୍ତୁ ଏମିତି କିଛି ରୋଗ ରହିଛି , ଯାହାକୁ ପ୍ରାକୃତିକ ଉପାୟରେ ଖୁବ୍ ଶୀଘ୍ର ଦୂର କରାଯାଇପାରେ । ତେବେ ସେମିତି ଏକ ରୋଗ କଣନଥା , ଯାହା ନଖର କଣରେ ଘା ହୋଇ ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ପ୍ରାକୃତିକ ଘରୋଇ ଉପଚାର ବିଷୟରେ ଜଣେଇବୁ , ଏହାର ବ୍ୟବହାର କରିବା ଦ୍ୱାରା କଣନଖା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ ।
କଣନଖା ହେବାର କାରଣ :-
1. ସାଧାରଣତଃ ଅଧିକ ସମୟ ଧିରି ପ୍ରତ୍ୟେକ ଦିନ ହାତ ଗୋଡ ର ନଖ ପାଣିରେ ବୁଡିରହେ , ତାହେଲେ ଆପଣଙ୍କୁ କଣନଖା ହେବାର ସମ୍ଭାବନା ଥାଏ ।
2. ଯଦି ଆପଣମାନେ ପାଦରେ ସକ୍ସ ପିନ୍ଧୁଥାନ୍ତି ଏବଂ ସେହି ସକ୍ସକୁ ପ୍ରପର ଆପଣ ଧୋଉ ନଥାନ୍ତି ବା ବାରମ୍ୱାର ସେହି ସକ୍ସ କୁ ଆପଣ ୟୁଜ କରୁଥାନ୍ତି । ତାହେଲେ ଆପଣଙ୍କ ଠାରେ କଣନେଖା ହେବାର ସମ୍ଭାବନା ଥାଏ ।
3. ଯଦି ଆପଣ ମାନେ ଖାଲିପାଦରେ ଏମିତି ସ୍ଥାନକୁ ଯାଉଥାନ୍ତି ଯେଉଁଠିକି ବିଭିନ୍ନ ପ୍ରକାର ଇନଫେକ୍ସନ ହେବାର ଚାନ୍ସସେସ୍ ଥାଏ , ତେବେ କଣନଖା ହେବାର ସମ୍ଭାବନା ରହିଥାଏ ।
4. ଯଦି ଆପଣ ନେଲପଲିସ ୟୁଜ୍ କରୁଛନ୍ତି , ସେହି ନେଲପଲିସ ଲକାଲ ନେଲପଲିସ ହୋଇଥିବ , ତାହାଲେ ଆପଣଙ୍କୁ କଣନଖା ହେବାର ସମ୍ଭାବନା ଥାଏ ।
ଲକ୍ଷଣ :-
1. ପ୍ରଥମତଃ ଆପଣଙ୍କ ଆଙ୍ଗୁଳି ଫୁଲିଥାଏ
2. ଆଙ୍ଗୁଳି ଫୁଲିବା ମାତ୍ରକେ ଆପଣଙ୍କୁ ଚାଲିବାରେ ବହୁତ କଷ୍ଟ ହେବ , ଏବଂ ରାତିରେ ଶୋଇବା ପୂର୍ବରୁ ପରିଷ୍କାର ନକରନ୍ତି ତେବେ ସେ କଣନଖା ରେ ପୁଜ ହୋଇ ଯାଇଥାଏ । ଏହାର ଉପଚାର ନକରାଗଲେ ଧୀରେ ଧୀରେ ଏହା ବଡ ଘା ରେ ପରିଣତ ହୋଇଥାଏ ।
ଘରୋଇ ଉପଚାର :-
ଏଥିପାଇଁ ଆପଣ ରାତିରେ ଶୋଇବା ପୂର୍ବରୁ ଦେଶି ଗାଈର ଗୋମୂତ୍ର ନିଅନ୍ତୁ ଏବଂ ଗୋଡ ବା ହାତରେ ହୋଇଥିବା କଣନେଖା କୁ ଭଲ ଭାବରେ ପରିଷ୍କାର କରନ୍ତୁ । କିନ୍ତୁ ଧ୍ୟାନ ରଖିବେ ସେଥିରେ କୌଣସି ପ୍ରକାର ଡେଟଲ , ସାବୁନ ବା ଅଏଣ୍ଟମେଣ୍ଟ ଲଗେଇବେ ନାହିଁ । ଏହାପରେ ଆପଣ ମାନେ ଏକ ଗେଣ୍ଡୁଫୁଲ ନିଅନ୍ତୁ ଏବଂ ତାର ପଙ୍ଖୁଡି ବାହାର କରି ସେଥିରେ ଏକ ଚାମଚ ହଳଦୀ ଗୁଣ୍ଡ ଓ ଗୋମୂତ୍ର ମିଶାଇ ତାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।
ଗୋମୂତ୍ର ସାହାର୍ଯ୍ୟରେ କଣନଖା କୁ ଭଲ ଭାବରେ ପରିଷ୍କାର କରି ସାରିବା ପରେ , ଏହି ପେଷ୍ଟକୁ ସେଥିରେ ଲଗାଇ ଦେବେ । ଏହାକୁ ଦିନକୁ 2 ଥର ବ୍ୟବହାର କରନ୍ତୁ ସକାଳେ ଏବଂ ସନ୍ଧ୍ୟାରେ କିନ୍ତୁ ଧ୍ୟାନ ରଖିବେ ସକାଳେ ପ୍ରସ୍ତୁତ କରିଥିବା ପେଷ୍ଟକୁ ସନ୍ଧ୍ୟାରେ ଲଗାଇବେ ନାହିଁ । ସନ୍ଧ୍ୟାରେ ପୁଣିଥରେ ପ୍ରସ୍ତୁତ କରିବେ , ଏହିପରି ଲଗାତାର 15 ଦିନ କରନ୍ତୁ ଆପଣଙ୍କର କଣନଖା ସମସ୍ୟା ଦୂର ହୋଇଯିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।