Odisha News Portal

କ’ଣ କରିବେ କି କରୋନା ହେବ ହିଁ ନାହିଁ ଜାଣନ୍ତୁ – Ayurveda Tips

କରନା ମହାମାରୀ ର ଭୟାବହତା ଏକ ଏଭଳି ସ୍ଥିତି ସୃଷ୍ଟି କରିଛି ଯେଉଁଥି ପାଇଁ ମାନବ ସମାଜ ଆଜି ଲଢେଇ କରୁଛି ବଞ୍ଚିବା ପାଇଁ। ଜୀବନ ବଞ୍ଚାଇବା ପାଇଁ ଏକ ପ୍ରକାର ସଂଗ୍ରାମ ଜାରି ରହିଛି। କାରଣ ପୁଣିଥରେ କରନା ର ନୂଆ ଷ୍ଟ୍ରେନ ଏବେ ଏକ ପ୍ରକାର ଭୟ ଖେଳାଇ ଦେଇଛି ସମସ୍ତଙ୍କ ମନରେ। ଯେଉଁ କାରଣରୁ ପୁଣିଥରେ ସମଗ୍ର ବିଶ୍ୱ ଏବେ କରୋନା ସହ ଲଢ଼େଇ କରୁଛି। କରନା ସଂକ୍ରମଣ ଏଭଳି ସ୍ଥିତି ସୃଷ୍ଟି କରିଚି ଯେ ଏଥିରେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି। ଏଥିରେ ଲୋକଙ୍କ ଜୀବନ ମଧ୍ୟ ଯାଉ ଥିବାରୁ ଲୋକେ ସାଧାରଣ ଭାବରେ ଭୟଭୀତ ହେବା ସ୍ଵାଭାବିକ। ଭାରତର ସ୍ଥିତି ଦିନକୁ ଦିନ ଅଣାୟତ ହୋଇ ପଡୁଛି।

ସମସ୍ତ ପ୍ରକାର ଚେଷ୍ଟା ପ୍ରଶାସନ ପକ୍ଷରୁ ଜାରି ରହିଛି ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ। ଆଉ କରନା ର ନୂଆ ନୂଆ ଲକ୍ଷଣ ଲୋକଙ୍କ ମନରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି। ଯେଉଁ କାରଣରୁ ଲୋକଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନ ସୃଷ୍ଟି ହେଉଛି ସ୍ବାସ୍ଥ୍ୟ ସମସ୍ୟାକୁ ନେଇ। ତେବେ ଆସନ୍ତୁ ଜାଣିବା ଏହି ଲେଖାରେ ଯେ କଣ ସବୁ କରିବା ଦ୍ଵାରା କରନା ସଂକ୍ରମଣ ହେବାର ସମ୍ଭାବନା କମ୍ ରହିବ ବା କରନା ଭାଇରସ ଆପଣଙ୍କୁ ସଂକ୍ରମିତ କରି ପାରିବ ନାହିଁ।

୧) ଗରମ ପାଣି ସେବନ- ଏହା ଶରୀର ପାଇଁ ବହୁତ୍ ଉପଯୋଗୀ ଯଦି ଆପଣ ପ୍ରତିଦିନ ଗରମ ପାଣିରେ କୁଳି କରୁଛନ୍ତି ଏବଂ ଉଷୁମ ପାଣି ପିଉ ଛନ୍ତି। ଏହାଦ୍ଵାରା ଆପଣଙ୍କୁ ସଂକ୍ରମଣ ର ଆଶଙ୍କା କମ୍ ରହିଥାଏ। ଏହା ଦ୍ବାରା ବେକ ସଫା ରହିବା ସହିତ କଫ ସମସ୍ୟା ମଧ୍ୟ ଦୂର ହୋଇଥାଏ।

୨) ବାମ୍ଫ ନିଅନ୍ତୁ- ଆପଣ ପ୍ରତିଦିନ ବାମ୍ଫ ନେବା ଦ୍ବାରା ଆପଣଙ୍କ ଫୁସଫୁସ ମଜବୁତ ହୋଇଥାଏ ଏବଂ ଆପଣଙ୍କୁ ଆରମ ମଧ୍ୟ ଲାଗିଥାଏ। ଏହାଦ୍ଵାରା ଆପଣଙ୍କ ଛାତିରେ କଫ ଜମି ନଥାଏ ବା ପାଣି ମଧ୍ୟ ରହି ନଥାଏ।ଏହା ଆପଣଙ୍କ ପାଇଁ ବହୁତ୍ ଉପଯୋଗୀ ଅଟେ।

୩) ହଳଦୀ ମିଶା ପାଣି ସେବନ- ଏବେ ଆପଣଙ୍କ ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଜନିତ ଖାଦ୍ୟ ଖାଇବା ଆବଶ୍ୟକ ଅଟେ। ହଳଦୀ ରେ ଅନେକ ପୋଷକ ତତ୍ତ୍ଵ ରହି ଥିବାରୁ ଆପଣ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ସନ୍ଧ୍ୟାରେ ଗୋଟେ ଗ୍ଳାସ ଗରମ ପାଣିରେ ଅଧ ଚାମଚ ହଳଦୀ ମିଶାଇ ସେବନ କରିବା ଦ୍ଵାରା ଶରୀର ସୁସ୍ଥ ରହିଥାଏ।

୪) ଯୋଗ ଏବଂ ବ୍ୟାୟାମ କରନ୍ତୁ- ଏହା ଆପଣଙ୍କୁ ସୁସ୍ଥ ରଖିବା ସହିତ ଆପଣଙ୍କୁ ସବୁବେଳେ ସତେଜ ରଖିଥାଏ।ଏହା ସହିତ ଯଦି ଆପଣ ସକାଳେ ଓ ସନ୍ଧ୍ୟାରେ ୩୦ ମିନିଟ୍ ଲେଖାଏଁ ଯୋଗା କରୁଛନ୍ତି ତେବେ ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ପାଇବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।