ବନ୍ଧୁଗଣ ପ୍ରତ୍ୟେକ ଦିନ ଆପଣ ମାନେ ଅନେକ ସମୟରେ ଭିନ୍ନ ଭିନ୍ନ ଅନେକ ପ୍ରକାରର ଭାଇରାଲ ଖବର ଭାଇରାଲ ଭିଡିଓ ସଂସ୍ପର୍ଶରେ ଆସୁଥିବେ। ତା ମଧ୍ୟରୁ କିଛି ଭିଡିଓ ଆମକୁ ଜୀବନର ଅନେକ କଥା ଶିକ୍ଷା ଦେଇ ପାରୁଥିବା ଭଳି ଭିଡିଓ ଅଟେ।ଏହା ସହିତ କିଛି ଏମିତି ଖବର ମଧ୍ୟ ରହିଥାଏ ଯାହା ଆପଣଙ୍କୁ ଚକିତ କରିବା ଭଳି ଖବର ଅଟେ। ସେହିପରି ଏବେ ପୁଣି ସାମ୍ନାକୁ ଆସିଲା ଏକ ଦୁଃଖଦ ଲଜ୍ୟା ଜନକ ଘଟଣାର ଉଦାହରଣ। ଯାହା ପ୍ରମାଣ କରୁଚି ଆଜିର ଲୋକ ମାନଙ୍କର ଆଚରଣ ଗତ ପ୍ରଭେଦ ଏବଂ ଆଧୁନିକ ସମାଜର ଲୋକଙ୍କ ହାବଭାବ ଏବଂ ସେମାନଙ୍କର ଚରିତ୍ର। ଯାହା ଅନ୍ୟକୁ ଗଭୀର ଦୁଃଖ ପହଞ୍ଚାଇବାକୁ ଉଦ୍ଦିଷ୍ଟ।
ଆଉ ଅନ୍ୟ ପକ୍ଷରେ ଇଣ୍ଟର୍ନେଟ୍ ଯୁଗରେ ଏହାର ପ୍ରଚାର ପ୍ରସାର କ୍ଷେତ୍ରରେ ଏହାର ଭୂମିକା। ଯାହା ଅନେକାଂଶରେ ଲୋକଙ୍କୁ ସଚେତନ ମଧ୍ୟ କରାଇଥାଏ। ସେହିପରି ଆଜି ଆମେ ଯେଉଁ ଭାଇରାଲ୍ ଭିଡିଓ ସମ୍ପର୍କରେ କହିବାକୁ ଯାଉଛୁ ତାହା ଦେଖିଲା ପରେ ଏବଂ ତାର ଘଟଣା ବିଷୟରେ ଜାଣିବା ପରେ ଆପଣଙ୍କ ମନରେ ଏକ ଅଜବ କମ୍ପନ ସୃଷ୍ଟି ହେବ। ଯେଉଁ ଭିଡିଓ ରେ ବ୍ୟକ୍ତି ଜଣଙ୍କ ଗଭୀର ଦୁଃଖରେ କୋହ ର ସହ ଏହା କହୁଛନ୍ତି ଯେ ମୋ ସ୍ତ୍ରୀ ହିଁ ଭୁଲ୍ ବାହାରିଲା, ଯିଏକି ଛୋଟ ଛୋଟ କଥାରେ ଝଗଡ଼ା କରୁଛି, ମୋ ସହ ଲଢ଼ୁଛି।ଆଉ ଆଜି ଏଭଳି ପରିସ୍ଥିତି ଆସିଗଲା ଯାହା ସହ୍ୟ କରିବା ର ବାହାରେ ଆଉ ଏଥିପାଇଁ ମୋତେ ଆଜି ମରିବାକୁ ପଡୁଛି।
ଏହାସହ ସେ କହୁଛନ୍ତି କି ମୋ ପୁଅ ମନିଶ୍ କଥା ବୁଝିବ। ତାକୁ କୌଣସି କଥାରେ ଅବହେଳା କରିବନି। ଏହିସବୁ କଥାକୁ ମନରେ ପଥର ରଖି କାନ୍ଦି କାନ୍ଦି କହିବାର ମାତ୍ର କିଛି କ୍ଷଣ ପରେ ଭିଡିଓ ରେ ବ୍ୟକ୍ତି ଙ୍କ ପଛରେ ଦେଖା ଯାଇଥିବା ଗଛରେ ଦୋୖଡି ଦେଇ ନିଜ ଜୀବନକୁ ସବୁଦିନ ପାଇଁ ଶେଷ କରିଦେଲେ ଏହି ବ୍ୟକ୍ତି ଜଣଙ୍କ। ବନ୍ଧୁଗଣ ଏହି ଦୁଃଖ ଭରା ଭିଡିଓ ଦେଖି ଆପଣ ବି ବିଚଳିତ ହୋଇଯିବେ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଭିଡିଓ ଟି ହେଉଛି ରାଜସ୍ଥାନ ଅଞ୍ଚଳର।ଏହି ବ୍ୟକ୍ତିଙ୍କ ନାମ ହେଉଛି ସୁରେଶ ମେଘୱାଲ। ଯାହାଙ୍କୁ ନେଇ ଏବେ ଚାଲିଛି ସବୁଠି ଚର୍ଚ୍ଚା।
ଭିଡିଓ ରେ ସେ ତାଙ୍କ ପତ୍ନୀଙ୍କ ବିଷୟରେ କହୁଛନ୍ତି। ପତ୍ନୀ ମିଛରେ ଅଭିଯୋଗ ଆଣୁଥିବା ବେଳେ ପୋଲିସ୍ ବହୁତ୍ ନିର୍ଯାତନା ମଧ୍ୟ ଦେଉଛି। ସୁରେଶ କହିଲେ ଆଜି ମୁଁ ଯାହା କହୁଛି ସତ କହୁଛି କାରଣ ମରିବାକୁ ଯାଉଥିବା ଲୋକ ମିଛ କୁହେନାହିଁ।ଶେଷରେ କଷ୍ଟ ସହି ନପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ସୁରେଶ।ମାତ୍ର ୨୬ ବର୍ଷୀୟ ସୁରେଶ କାହିଁକି ଏହିଭଳି ଏକ ଭୁଲ୍ ନିଷ୍ପତ୍ତି ନେଲେ ତାହା ଏବେ ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।