କମ ବୟସରେ ହେଉଥିବା କ୍ୟାଲସିୟମର ଅଭାବ, ହାଡ ଏବଂ ଗଣ୍ଠି ଯନ୍ତ୍ରଣାରୁ ଆରାମ ପାଆନ୍ତୁ | Bone and Joint Pain Remedy

ବନ୍ଧୁମାନେ ଆଜିକାଲି ଖାଦ୍ୟରେ ଆମେ ଆବଶ୍ୟକ ପରିମାଣରେ ପ୍ରୋଟିନ ବା କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଉ ନାହୁଁ ।ସେଥିପାଇଁ ଖୁବ କମ ବୟସରୁ ଆମର ଆଣ୍ଠୁଗଣ୍ଠି ଯନ୍ତ୍ରଣା ଆରମ୍ଭ ହେଇ ଯାଉଛି ଯାହାକୁ ସହ୍ୟ କରିବା ଭାରି କଷ୍ଟ ।ତେବେ ବହୁତ ସମୟରେ ଆମେ ବିଭିନ୍ନ ପେନ କିଲର ସାହାରା ବି ନେଇଥାଉ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତି କାରକ ।କିନ୍ତୁ ଯଦି ଆମେ ଆମ ଶରୀରରକୁ ଆବଶ୍ୟକ ମୁତାବକ କ୍ୟାଲସିୟମ ଓ ପ୍ରୋଟିନ ଯୋଗାଇ ଦେବା ତାହେଲେ ତ ଏପ୍ରି ଆଉ ଅସୁବିଧା ହେବ ନାହିଁ ।

ତେଣୁ ଆଜି ଆପଣ ଙ୍କ ପାଇଁ ଏମିତି ଏକ ଖାଦ୍ୟ କଥା କହିବୁ ଯାହା ଯେଉଁଥିରେ ଏତେ କ୍ୟାଲସିୟମ ଓ ପ୍ରୋଟିନ ରହିଛି ଯେ ମାସକରେ ଆପଣଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଲ ହେଇଯିବ ।ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ପ୍ରସ୍ତୁତି ବିଷୟରେ ।

ଆବଶ୍ୟକ ସାମଗ୍ରୀ:-

-ଆଲମଣ୍ଡ 100 ଗ୍ରାମ
-ପାନ ମଧୁରୀ 100 ଗ୍ରାମ
-ଧଳା ମିଶ୍ରୀ 200 ଗ୍ରାମ
-ଗୋଲ ମରିଚ 10ଗ୍ରାମ
-ଧଳା ଗୋଲ ମରିଚ 10ଗ୍ରାମ
-କ୍ଷୀର

ପ୍ରସ୍ତୁତି ପ୍ରଣାଳୀ:-

-ଏହି ଉପାୟ ପାଇଁ ଆପଣ ପ୍ରଥମେ କିଛି ଆଲମଣ୍ଡ ନିଅନ୍ତୁ ତେବେ ଏଥିରେ ବହୁତ ପରିମାଣରେ ପ୍ରୋଟିନ ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରୀ ଅଟେ ।ତାପରେ କିଛି ପାନ ମଧୁରୀ ନିଅନ୍ତୁ, ତେବେପାନ ମଧୁରୀ ତେବେ ଏଥିରେ ଆଇରନ, ପୋଟାସିୟମ,କ୍ୟାଲସିୟମ, ଜିଙ୍କ,ଭିଟାମିନ ସି,ମ୍ୟାଗନେସିୟମ ପଚୁର ପରିମାଣରେ ରହିଛି । ଯାହା ଆମ ଶରୀର ପାଇଁ ଖୁବ ହିତକାରୀ ଅଟେ ଆଉ ଖାଦ୍ୟ ଖାଇବା ପରେ ଏହା ଖାଇଲେ ପାଚନକ୍ରିୟା ଠିକରେ ହେଇଥାଏ ।

-ଏବେ କିଛି ଗୋଲ ମରିଚ ନିଅନ୍ତୁ ତେବେ ଏହା ଥଣ୍ଡା କାଶ ଭଲ କରିବା ସହିତ ଆଣ୍ଠୁଗଣ୍ଠି ପାଇଁ ବି ଖୁବ ଭଲ କାର୍ଯ୍ୟ କରିଥାଏ ।ତେବେ ଏଥିରେ ସୋଡିୟମ,ଭିଟାମିନ ସି,ଭିଟାମିନ ବି6 ଆଦି ରହିଥାଏ ।ତାପରେ କିଛି ଧଳା ଗୋଲ ମରିଚ ନିଅନ୍ତୁ ଯେଉଁ ମାନଙ୍କ ଶରୀର ବହୁତ ଦୁର୍ବଳ ତାଙ୍କ ପାଇଁ ଏହା ଖୁବ ଉପକାରୀ ଅଟେ ।ଆଉ କିଛି ଧଳା ମିଶ୍ରୀ ବି ନେଇ ଥିବେ ।

-ଏବେ ଆପଣ ଆଲମଣ୍ଡ 100 ଗ୍ରାମ,ପାନ ମଧୁରୀ 100 ଗ୍ରାମ,ଧଳା ମିଶ୍ରୀ 200 ଗ୍ରାମ,ଗୋଲ ମରିଚ 10ଗ୍ରାମ ଓ ଧଳା ଗୋଲ ମରିଚ 10ଗ୍ରାମ ନେଇ ତାହାକୁ ଭଲ କରି ଗ୍ରାଣ୍ଡିଂ କରି ନିଅନ୍ତୁ ।ତାପରେ ସେସବୁକୁ ଚଲେଇ ନେଇ ସେହି ଗୁଣ୍ଡକୁ ଗୋଟିଏ କାଚ ଜାର ଭିତରେ ଏକ ମାସ ପର୍ଯ୍ୟନ୍ତ ରଖି ପାରିବେ ।

ଏହାର ଖାଇବେ କିପରି ।

-ଏହି ଗୁଣ୍ଡକୁ ଆପଣ ଫିନରେ ଯେକୌଣସି ସମୟରେ ଖାଲି ପାଣିରେ ଖାଇ ପାରିବେ ମାତ୍ର ଅଧିକ ଲାଭ ପାଇବା ପାଇଁ ଆପଣ ଗୋଟିଏ ଗ୍ଲାସ କ୍ଷୀର ରେ ଏକ ଚାମୁଚ ସେହି ଗୁଣ୍ଡ ମିଶେଇ ରାତିରେ ଖାଇବର ଅଧଘଂଟା ପରେ ଖାଇ ପାରିବେ ।
-ତେବେ ଏହା ସମସ୍ତେ ଖାଇ ପାରିବେ ଆଉ ଏକ ମାସ ପର୍ଯ୍ୟନ୍ତ ଖାଇବା ପରେ ଦେଖିବେ ଆପଣଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା କମିବାକୁ ଲାଗିବ କାରଣ ଏହା ଭିଟାମିନ ଓ କ୍ୟାଲସିୟମ ର ଗନ୍ତାଘର ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment