Odisha News Portal

କଳିଯୁଗରେ ରେ ଜନ୍ମ ନେଲେ ଗଜାନନ, ଗାଁ ରେ ଘଟୁଛି ଚମତ୍କାର, ଚାଲିଛି ପୂଜାର୍ଚ୍ଚନା ସୋସିଆଲ ମିଡିଆରେ ଏହି ପୁଅର ଫଟୋ ଭିଡ଼ିଓ କୁ ଲୋକେ ସେୟାର୍ କରୁଛନ୍ତି…

ବେଳେବେଳେ ଆମ ଦୁନିଆରେ ଏମିତି କିଛି ଘଟଣା ବା ଖବର ଶୁଣିବାକୁ ବା ଜାଣିବାକୁ ପାଇଥାଉ ଯାହାକି ବିଶ୍ବାସ ଯୋଗ୍ୟ ହୋଇନଥାଏ । ଆଉ ସେହି ଘଟଣା ଗୁଡିକ ଆମକୁ ଏକ କାଳ୍ପନିକ କାହାଣୀ ପରି ପ୍ରତିୟ ମାନ ହୋଇଥାଏ କିନ୍ତୁ ତା ପଛରେ ଏମିତି ଏକ ସତ୍ୟ କାହାଣୀ ରହିଥାଏ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଘରେ ସବୁଠୁ ଖୁସିର ଦିନ ଯେତେବେଳେ ଶିଶୁ କେହି ଜନ୍ମ ନିଏ । ଜଳନ୍ଧରରେ ଏକ ପରିବାର ବି ଅପେକ୍ଷା କରିଥିଲା ଘରକୁ ଆସିବ ନୂଆ ଅତିଥି ।

2010ର କଥା ଯେବେ ଶିଶୁଟିଏ ଜନ୍ମ ନିଏ ଦେଖିବା ଲୋକଙ୍କର ଆଖି ଖୋଲା ରହିଯାଏ , କାରଣ ସେହି ଶିଶୁଟି ଦେଖିବାକୁ ସାମାନ୍ୟ ନଥିଲା । ଶରୀର ଠାରୁ ବଡ ମୁଣ୍ଡ ଟଣା ଟଣା ବଡ ଆଖି । ହଠାତ୍ ହାତୀର ମୁହଁ ଭଳି ଦେଖାଯାଉଥିବା ଚେହେରା ।

ଧୀରେଧୀରେ ଲୋକଙ୍କ ସଂଖ୍ୟା ବଢିଲା ପିଲାଟିକୁ ଦେଖିବାକୁ । ଲୋକଙ୍କ ବିଶ୍ବାସ ପିଲାଟି ଅବିକଳ ଗଣେଶଙ୍କ ଭଳି ଦେଖାଯାଉଛି । ଲୋକେ ପିଲାଟିକୁ ଦେଖି ମାନସିକ କରିବା ଆରମ୍ଭ କରିଦେଲେ , ଆଉ ଯୋଗକୁ ପରିବାରର ସବୁ ସମସ୍ୟା ଧିରେଧିରେ ଦୂର ହେବାକୁ ଲାଗିଲା ।

ସ୍ଥାନୀୟ ଲୋକଙ୍କ ପାଇଁ ସେ ଚାଲିବୁଲି ପାରୁଥିବା ଗଣେଶ, ଏହାପରେ ପିଲାକୁ ପୂଜା କରିବାକୁ ଲାଗିଲେ ତା ଗାଁ ଲୋକେ । ତା ପାଖକୁ ସମସ୍ତେ ଆସନ୍ତି ଆଶିର୍ବାଦ ପାଇଁ ଏବଂ ବାପା ବି ଖୁସି ହୋଇ ପୁଅର ନାଁ ଦେଲେ ଗଜାନନ ।

ବାପା କୁହନ୍ତି ଯେବେ ଗଜାନନକୁ ବାହାରକୁ ନେଇଯାନ୍ତି ଲୋକେ କୁହନ୍ତି ଜୟ ଗଣେଷ ମହାରାଜ, ପୁଅର ପାଦ ଛୁଇଁ ଆଶିର୍ବାଦ ବି ନିଅନ୍ତି ଏବଂ କବହୁତ ଖୁସି ହୁଅନ୍ତି ।


ଗଜାନନ କୁହେ, ଯେତେବେଳେ ଲୋକ ମୋ ପାଖକୁ ଆସି ମୋ ପାଦ ଛୁଅଁନ୍ତି ମୁଁ ସେମାନଙ୍କ ମୁଣ୍ଡରେ ହାତ ବୁଲାଇଦିଏ । ସ୍ଥାନୀୟ ବାସିନ୍ଦାଙ୍କ କହିବା ହେଲା ପିଲାଟିକୁ ଦେଖି ଯିଏ ଯାହା ମନସ୍କାମନା କରିଛି ସବୁ ପୂରା ହୋଇଛି । ଏବେ ତ ବାହାରୁ ଗାଁରୁ ଲୋକେ ଆସି ମୁଣ୍ଡିଆ ମାରୁଛନ୍ତି ଏବଂ ମନସ୍କାମନା ରଖିଛନ୍ତି ।

କିନ୍ତୁ ତାହା ବାସ୍ତବରେ ସତ ଏବଂ ଏହି ଘଟଣା ନିକଟ ଅତୀତ ରେ ଘଟିଛି ଏବଂ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି।ତେବେ ଏହି ଘଟଣା ହେଉଛି ୨୦୧୦ ମସିହାର।ଏହା ସତ ଯେ ସବୁ ବାପା ମା ସେମାନଙ୍କର ସନ୍ତାନ ଟିଏ ପାଇଁ ବହୁତ୍ ଇଚ୍ଛା କରିଥାନ୍ତି।

ଆଉ ଯେତେବେଳେ ସେମାନଙ୍କର ଏକ ସନ୍ତାନ ଜନ୍ମ ନିଏ ସେତେବେଳେ ସେମାନେ ଖୁସିରେ ବିଭୋର ହୋଇ ଯାଆନ୍ତି। ସେହିଭଳି ଏହି ଘଟଣା ଜଳନ୍ଧରରେ ଘଟିଛି।ଏଠାରେ ଏକ ପରିବାର ରେ ଯେତେବେଳେ ଶିଶୁଟିଏ ଜନ୍ମ ନେଲା ତାକୁ ଦେଖି ସମସ୍ତେ ଅବାକ୍ ହୋଇଗଲେ।

ଡାକ୍ତରଙ୍କ କହିବା କଥା ହେଉଛି ଏହା ଏକ ରୋଗ, ଯେଉଁଥିରେ ପିଲାଙ୍କ ମୁଣ୍ଡ ଶରୀରଠୁ ବଡ ଥାଏ । ହେଲେ ପରିବାର ଲୋକେ ଏହାକୁ ବରଦାନ୍ ମାନୁଛନ୍ତି । ଗଜାନନ ସ୍କୁଲ ଯାଏ ସ୍କୁଲରେ ସମସ୍ତେ ତାର ସାଙ୍ଗ ହୁଅନ୍ତି ଏବଂ ତାକୁ ଗଣେଶ ବୋଲି ମାନିଥାନ୍ତି , ଆଉ ଗଜାନନ ବି ଏହି ଚେହେରା ପାଇଁ ଭାରି ଖୁସି । ବର୍ତ୍ତମାନ ଗଜାନନକୁ 10 ବର୍ଷ ଆଗକୁ ସେ ପାଠପଢି ଆଧ୍ୟାତ୍ମିକ ଦିଗରେ ଅଧିକ ରିସର୍ଜ କରିବାର ଲକ୍ଷ୍ୟ ରଖିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।