କାହିଁକି ଅବିବାହିତ ରହିଗଲେ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ନମ୍ରତା ଦାସ ( Namrata Das)…? କାରଣ ଜାଣିଲେ ଆପଣ ବି ଅବିବାହିତ ରହିବା ପାଇଁ ନିଷ୍ପତି ନେବେ….ଦେଖନ୍ତୁ video

ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ ପାଇବା ମାତ୍ରେ ସମସ୍ତେ ସୋସିଆଲ ମିଡିଆରେ ନିଜ ମନ ପସନ୍ଦର ଅଭିନେତା ଅଭିନେତ୍ରୀଙ୍କ ବାବଦରେ ଜାଣିବା ପାଇଁ ଆଗ୍ରହୀ ରହିଥାନ୍ତି। ଆମ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଏମିତି ଅନେକ କଳାକାର ରହିଛନ୍ତି ଯେଉଁ ମାନେ ଆମର ମନୋରଞ୍ଜନ ପାଇଁ ଅନେକ ଫିଲ୍ମ ରେ କାମ କରି ଆମ ମାନଙ୍କ ମନକୁ ଜିଣି ଥାଆନ୍ତି।ଆପଣ ମାନେ ସିନେମା ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁ ଅଭିନେତ୍ରୀ ଓ ଅଭିନେତା ମାନଙ୍କୁ ଖୁବ୍ ଭଲ ଭାବରେ ଜାଣି ଥିବେ।

ତେବେ ଫ୍ୟାନସ୍ ନିଜ ନିଜ ପ୍ରିୟ କଳାକାର ମାନଙ୍କ ଅଭିନୟ ଜୀବନ ବ୍ୟକ୍ତିଗତ ଜୀବନ ବାବଦରେ ଜାଣିବା ପାଇଁ ମଧ୍ୟ ଦର୍ଶକ ମାନେ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। କେହି କେହି ନିଜ ପ୍ରିୟ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀକୁ ଅନୁସରଣ କରିଥାନ୍ତି। କାରଣ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀ ସାଧାରଣ ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେମାନଙ୍କ ରିଲ ଲାଇଫ ଓ ସେମାନଙ୍କ ରିଅଲ ଲାଇଫ କଣ ସବୁ ଘଟଣା ଘଟି ଯାଉଛି ତାହା ଜାଣିବା ପାଇଁ ଅନେକ ଦର୍ଶକ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। ତେବେ ଆଜି ଆମେ ଓଲିଓଡ଼ ଇଣ୍ଡଷ୍ଟ୍ରି ଚମତ୍କାର ଅଭିନେତ୍ରୀ ନମ୍ରତା ଦାସ ଙ୍କ କଥା କହିବୁ। ତାଙ୍କ ଜୀବନର ଏଭଳି କିଛି କାହାଣୀ ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।

ନମ୍ରତା ଦାସ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ। ଆପଣ ମାନେ ଅଭିନେତ୍ରୀ ନମ୍ରତା ଦାସଙ୍କୁ ଅନେକ ମେଗା ଧାରାବାହିକରେ ଓ ସିନେମାରେ ଦେଖିବା ପାଇଁ ପାଇଥିବେ। ଓଡ଼ିଆ କଥାଚିତ୍ର ଜଗତରେ ସେ ଡଲି ଅପା ନାମରେ ମଧ୍ୟ ପରିଚିତ। ୧୯୭୩ ମସିହାରେ ନମ୍ରତା ଓଡ଼ିଆ ଚଳଚ୍ଚିତ୍ର ଧରିତ୍ରୀରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ। ଏହାପରେ ଅନେକ ସିନେମା ଏବଂ ଧାରାବାହିକ ରେ ଅଭିନୟ କରିଛନ୍ତି ନମ୍ରତା ଦାସ। ଏ ପର୍ଯ୍ୟନ୍ତ ନମ୍ରତା ଦାସ ୫ ଶହରୁ ଉର୍ଦ୍ଧ୍ୱ ଓଡ଼ିଆ କଥାଚିତ୍ର ୧ ହଜାରରୁ ଉର୍ଦ୍ଧ୍ୱ ମଞ୍ଚନାଟକ ତଥା ବେତାର ଓ ଦୂରଦର୍ଶନ ପାଇଁ ଅନେକ ଧାରାବାହିକରେ ଅଭିନୟ କରିସାରିଛନ୍ତି।

ଆଜି ପର୍ଯ୍ୟନ୍ତ ସେ ବିବାହ କରି ନାହାଁନ୍ତି।ନମ୍ରତା କେନ୍ଦ୍ରାପଡ଼ା ଜିଲ୍ଲାର ଅଳପୁଆ ଗ୍ରାମରେ ଏକ ଜମିଦାରୀ ପରିବାର ରେ ଜନ୍ମଗ୍ରହଣ କରିଥିଲେ।ପିଲାଦିନରୁ ତାଙ୍କ ମାଆ ମୃତ୍ୟୁବରଣ କରିବା ପରେ ତାଙ୍କ ବାପା ଆଉ ଥରେ ବିବାହ କରିଥିଲେ। ଆଉ ତାଙ୍କ ଦୁଇ ମା ଙ୍କର ୫ ଟି ଛୁଆ ରହି ଥିଲେ।ବାପା ମଧ୍ୟ କିଛି ଦିନ ପରେ ମୃତ୍ୟୁ ବରଣ କରିଥିଲେ।ଆଉ ଏହାପରେ ପରିବାରର ଦାୟିତ୍ଵ ନେଇଥିଲେ ନମ୍ରତା। ଭାଇ ଭଉଣୀ ମାନଙ୍କୁ ମଣିଷ କରିବା ପାଇଁ ନମ୍ରତା ଖୁବ୍ ପରିଶ୍ରମ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment