Odisha News Portal

ପବିତ୍ର କାର୍ତ୍ତିକ ମାସରେ କରନ୍ତୁ ନାହିଁ ଏହି ( 5ଟି କାମ )ଭୟଙ୍କର କଥା , ଜାଣିରଖନ୍ତୁ ନଚେତ୍ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି…

0 1

କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଏହି ମାସ ପବିତ୍ର ମାସ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ମାସ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ । ଏହି ମାସରେ ବହୁତ ପର୍ବପର୍ବାଣି ମଧ୍ୟ ପାଳନ କରାଯାଏ । ଶାସ୍ତ୍ର ଅନୁଯାଯୀ ଏହି ମାସ ପ୍ରତ୍ୟେକ ଲୋକମାନଙ୍କ ପାଇଂ ବେଶ୍ ମହତ୍ବପୂର୍ଣ୍ଣ ଅଟେ । ଏହି ମାସରେ ବିଭିନ୍ନ ଧର୍ମକର୍ମ ଆଦି କରା ଯାଇଥାଏ ଏବଂ ଏହି ମାସରେ ଭଗବାନଙ୍କର ଉପାସନା କରିଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ତେବେ ଏମିତି ପାଞ୍ଚଟି କାର୍ଯ୍ୟ ଅଛି ଯାହାକି ଏହି ପବିତ୍ର ମାସରେ କରିବା ଅନୁଚିତ ହୋଇଥାଏ । କାରଣ ଏହି କାର୍ଯ୍ୟ ସବୁ କରିବା ଦ୍ବାରା ମନୁଷ୍ୟକୁ ଶାରୀରିକ ଏବଂ ଆର୍ଥିକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଏହି ମାସରେ କେଉଂ ପାଞ୍ଚଟି କାର୍ଯ୍ୟ ଗୁଡିକ କରିବା ଅନୁଚିତ ।

1. ଏହି ମାସରେ କୌଣସି ବ୍ୟକ୍ତିଙ୍କ ସହିତ ଖରାପ ବ୍ୟବହାର କିମ୍ବା କାହାର ଅନିଷ୍ଠ କରିବା ଉଚିତ ହୋଇ ନଥାଏ । ଏପରି କରିବା ଦ୍ବାରା ଆପଣ ମାନଙ୍କୁ ପାପ ସହିତ ସମାନ ଦଣ୍ଡ ଭୋଗ କରିବାକୁ ପଡିଥାଏ । ତେବେ ଏହି ମାସରେ କାହାର ଅନିଷ୍ଠ ଚିନ୍ତା କରନ୍ତୁ ନାହିଁ ।

2. ଉତ୍ତମ ସ୍ବାସ୍ଥ୍ୟ ପାଇଂ ସମସ୍ତ ପ୍ରକାର ବୃକ୍ଷ ଲତା ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେଣୁ ଏହି ମାସରେ ବୃକ୍ଷଲତା ମାନଙ୍କର 7ତି କରିବା ଉଚିତ ନୁହେଁ । ବୃକ୍ଷ ଲତାଙ୍କର କ୍ଷତି କରିବା ଦ୍ବାରା ସ୍ବାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଆପଣ ମାନେ ଏହି ମାସରେ ନିଜ ଘର ଅଗଣାରେ ବୃକ୍ଷ ରୋପଣ କରନ୍ତୁ । ଏହାଦ୍ବାରା ଆପଣଙ୍କର ପରିବାରରେ ସମସ୍ତେ ସୁସ୍ଥ ରହିଥାନ୍ତି ।

3. ଏହି ମାସରେ କୌଣସି ଜୀବଜନ୍ତୁଙ୍କର ହତ୍ୟା କରିବା ଉଚିତ ହୋଇ ନଥାଏ । ଏପରି କରିବା ଦ୍ବାରା ଦୁର୍ଭାଗ୍ୟ ପ୍ରାପ୍ତି ହୋଇଥାଏ । ଏମିତି କହିବାକୁ ଗଲେ କୌଣସି ବି ଦିନ ଜୀବଜନ୍ତୁଙ୍କୁ ହତ୍ୟା କରିବା ଉଚିତ ହୋଇ ନଥାଏ । କାରଣ ପ୍ରତ୍ୟେକ ଜୀବଜନ୍ତୁଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି ।

4. କାର୍ତ୍ତିକ ମାସରେ କୌଣସି ବି ବ୍ୟକ୍ତି ଏବଂ ଗୁରୁଜନ ମାନଙ୍କର ଅପମାନ କରିବା ଉଚିତ ନୁହେଁ । ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ କ୍ରୋଧ କରିଥାନ୍ତି । ଏହାର ଫଳ ସଂମ୍ପୂର୍ଣ୍ଣ ପରିବାରକୁ ଭୋଗ କରିବାକୁ ପଡି ଥାଏ ।

5 . ଏହି ମାସରେ ମଦ୍ୟପାନ କରିବା ମଧ୍ୟ ଅନୁଚିତ ହୋଇଥାଏ । ଆମେ ସମସ୍ତେ ଜାଣିଛନ୍ତି ଯେ ମଦ୍ୟପାନ କରିବା ଆମ ସ୍ବାସ୍ଥ୍ୟ ପ୍ରତି ହାନୀ କାରକ ହୋଇଥାଏ । ତେଣୁ କେବଳ କାର୍ତ୍ତିକ ମାସ ନୁହେଁ ବରଂ କୌଣସି ବି ଦିନ ମଦ୍ୟପାନ ବା ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।