Odisha News Portal

କାର୍ତ୍ତିକ ପୂର୍ଣ୍ଣିମା କରନ୍ତୁ ଏହି କାମ , ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଭାଗ୍ୟ ସୁନା ଭଳି ଚମକି ଉଠିବ……..

0 6

କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏହି ସବୁ କାମ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଭାଗ୍ୟ ସୁନା ଭଳି ଚମକି ଉଠିବ । କାର୍ତ୍ତିକ ମାସର ପୂର୍ଣ୍ଣମୀ ତିଥି ଯାହାକୁ ଡଙ୍ଗାଭସା ପର୍ବ ଭାବରେ ପାଳନ କରାଯାଏ । ଏହି ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଆସନ୍ତା 30 ତାରିଖ ସୋମବାର ଦିନ ପାଳନ କରାଯିବ । ଏହି ଦିନ ସକାଳୁ ସ୍ନାନ କରି ଡଙ୍ଗା ଭସାଇ ଓ ଦେବାଦେବୀଙ୍କ ଦର୍ଶନ କରିବା ଦ୍ବାରା କୋଟି କୋଟି୍ ପୂର୍ଣ୍ଣ୍ୟ ମିଳିଥାଏ । ଏମିତି କିଛି ଉପାୟ ଅଛି ଯାହା ଏହି ଦିନ କରିବା ଦ୍ବାରା ବ୍ୟକ୍ତିର ଜୀବନ ସଦାସର୍ବଦା ସୁଖମୟ ହୋଇଥାଏ ।

ତେବେ ଏହି ଲେଖା ମାଧ୍ୟମରେ ଆଜି ଆମେ ଆପଣଙ୍କୁ ଏମିତି କେତୋଟି ଉପାୟ ବିଷୟରେ କହିବ ପାଇଁ ଯାଉଛୁ ଯାହାକୁ ଆପଣ ମାନେ ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ପାଳନ କରି ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ପାରିବେ । ଯାହାଦ୍ବାରା ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ .


1. ପୂର୍ଣ୍ଣିମା ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ । ଏହି୍ ଦିନ ମାଁ ଲକ୍ଷ୍ମୀଙ୍କର ଆରଧନା କରିଲେ ଜୀବନରେ ସୁଖର ଅଭାବ ରହିନଥାଏ । ତେବେ ପୂର୍ଣ୍ଣିମା ଦିନ ଆପଣ ନିଶ୍ଚୟ ମାଁ ଲକ୍ଷ୍ମୀଙ୍କର ଆରଧନା କରନ୍ତୁ ।

2. ଏହି ଦିନ ସକାଳ ବା ଏହି ପୂର୍ଣ୍ଣିମା ଦିନ ପ୍ରାତଃ 5-10.30 ମିନିଟଟ୍ ପର୍ଯ୍ୟନ୍ତ ଲକ୍ଷ୍ମୀଙ୍କର ଅଶ୍ବ
3. ସ୍ତ ଗଛରେ ବାସ ରହିଥାଏ । ତେଣୁ ଏହି ଦିନ ଯେଉଁ ବ୍ୟକ୍ତି ଜଳରେ କ୍ଷୀର ମିଶାଇ ଅଶ୍ବସ୍ତ ଗଛରେ ଚଢାଏ ତାହା ଉପରେ ମାଁ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି .


3. କାର୍ତ୍ତିକ ପୂର୍ଣିମା ଦିନ ଗରିବ ଲୋକ ମାନଙ୍କୁ ଅନ୍ନ ଦାନ କରିଲେ ଚନ୍ଦ୍ର ଗ୍ରହ ଶୁଭ ଫଳ ଦେଇଥାନ୍ତି । ଯାହା ଦ୍ବାରା ଆପଣଙ୍କ ଜୀବନ ସୁଖମୟ ହୋଇଥାଏ ।

4. ଏହି ଦିନ କଞ୍ଚା କ୍ଷୀରରେ ମହୁ କିମ୍ବା ଗଙ୍ଗା ଜଳ ମିଶାଇ ପ୍ରଭୁ ଭୋଳନାଥ ବା ଶିବ ଲିଙ୍ଗରେ ଢାଳିଲେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ।

5. ଖାସ୍ କରି ଏହି କଥା କୁ ମହିଳା ମାନେ ଜାଣି ରଖନ୍ତୁ କି କାର୍ତ୍ତିକ ପୂର୍ଣ୍ଣିମା ଦିନ ବ୍ରତ ଏବଂ ଦେବୀ ଦର୍ଶନ ଅସୀମ ପୂର୍ଣ୍ଣ୍ୟ ମିଳି ଥାଏ । କାରଣ ଏହି ଦିନ ଭଗବାନ ଶିବ ତ୍ରିପୁରାସୁର ନାମ ର ରାକ୍ଷାସ ର ବୋଧ କରି ଥିଲେ । ତେଣୁ ଏହି ଦିନ ଭଗବାନ ଶିବ ଙ୍କର ଦର୍ଶନ ମାତ୍ରେ ହିଁ ପୂର୍ଣ୍ଣ୍ୟ ମିଳି ଥାଏ .

6. ଏହି ଦିନ ଭଗବାନ ବିଷ୍ଣୁ ପ୍ରଳୟ କାଳରେ ଧର୍ମ , ବେଦ ଏବଂ ସୃଷ୍ଟିର ରକ୍ଷା ନିମନ୍ତେ ମତ୍ସ୍ୟ ଅବତାର ଧାରଣ କରି ଥିଲେ । ସେଥି ପାଇଂ କାର୍ତ୍ତିକ ମାସରେ ମାଛ ବା ଆମିଷ ଖାଇବା ନିଷେଧ ହୋଇ ଥାଏ । ତେଣୁ ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ ମତ୍ସ୍ୟ ମାନଙ୍କୁ ଖାଦ୍ୟ ଦାନ କରନ୍ତୁ , ଯାହା ଫଳରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।