ଆରମ୍ଭ ହୋଇସାରିଛି କାର୍ତ୍ତିକ ମାସ ଯୋଗ ନିଦ୍ରାରେ ରହିଥିବେ ଭଗବାନ ବିଷ୍ନୁ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି କାର୍ତ୍ତିକ ମାସରେ କେଉଁ କାମ କରିବା ଦ୍ୱାରା ଆପଣ ମାନଙ୍କୁ ପୁଣ୍ୟ ଫଳ ମିଳିଥାଏ , ଆପଣଙ୍କର ପରିବାରର ମଙ୍ଗଳ ହୋଇଥାଏ ଏବଂ କେଉଁ କାମ କରିବା ଦ୍ୱାରା ଆପଣଙ୍କର ଅନେକ କ୍ଷତି ମଧ୍ୟ ହୋଇଥାଏ । ହିନ୍ଦୁ ଧର୍ମ ଅନୁସାରେ କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି କୁହାଯାଇଥାଏ । ଏହା ଛତୁଃ ମାସର ଶେଷ ମାସ ହୋଇଥାଏ । ଏହି ମାସରେ ଦେବ ତତ୍ତ୍ୱ ମଜବୁତ ହୋଇଥାଏ ଏହା ଛଡା କାର୍ତ୍ତିକ ମାସରେ ଧନ ଏବଂ ଧର୍ମର ମଧ୍ୟ ସଂଯୋଗ ହୋଇଥାଏ ।
ଏହି ମାସରେ ତୁଳସୀ ଗଛ ଲଗାଇବା ଏବଂ ବିବାହ କରିବା ବହୁତ ଶୁଭ ମଧ୍ୟ ହୋଇଥାଏ । ଏହି ମାସରେ ଦୀପ ଦାନ ଏବଂ ଦାନ ଦ୍ୱାରା ଅକ୍ଷୟ ଶୁଭ ମଧ୍ୟ ହୋଇଥାଏ । ଏହି ମାସ କାର୍ତ୍ତିକ ମାସ ନଭେମ୍ବର 1 ରୁ ଆରମ୍ଭ ହୋଇ 30 ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ମାସରେ ନିରାମିଷ ଏବଂ ବିନା ପିଆଜ ରସୁଣ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
ସୂର୍ଯ୍ୟ କିରଣରେ ଗାଧେଇବା ଦ୍ୱାରା ମଧ୍ୟ ଶରୀର ପାଇଁ ଉତ୍ତମ ହୋଇଥାଏ । ଏହି ମାସରେ ଦୁଇ ପ୍ରହରରେ ଶୋଇବା ପାଇଁ ମଧ୍ୟ ମନା କରାଯାଇଛି । କାର୍ତ୍ତିକ ମାସ ଶ୍ରୀ ହରିଙ୍କ ପବିତ୍ର ମାସ ବୋଲି କୁହାଯାଇଥାଏ । ଏଥିପାଇଁ ମାତା ଲକ୍ଷ୍ମୀଙ୍କ ପ୍ରିୟ ମାସ ପର୍ଯ୍ୟନ୍ତ କାର୍ତ୍ତିକ ମାସ ହୋଇଥାଏ । ଏହି ମାସରେ ଭଗବାନ ବିଷ୍ନୁ ଯୋଗ ନିଦ୍ରାରେ ରହିଥାନ୍ତି । ପରେ ୟୋଗ ନିଦ୍ରାରୁ ଉଠିକରି ସମସ୍ତ ବିଶ୍ୱକୁ ତାର ନୟନରେ ସୁନ୍ଦର ଭାବରେ ଦେଖିଥାନ୍ତି ।
ଏହି ମାସରେ ମାତା ଲକ୍ଷ୍ମୀ ବ୍ରହ୍ମାଣ୍ଡରେ ଭ୍ରମଣ କରନ୍ତି ଏବଂ ଭକ୍ତକୁ ଅପାର ଧନ ମଧ୍ୟ ପ୍ରଦାନ କରନ୍ତି । ମାତା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ପ୍ରତି ମାସରେ ଧନ , ତ୍ରୟୋଦଶୀ , ଦୀପାବଳୀ ଆଦି ପାଳନ କରିବା ଦରକାର । ଏହି ମାସରେ ବିଶେଷ ପୂଜା ଏବଂ ବ୍ରତ କରିବା ଦ୍ୱାରା ମଧ୍ୟ ଆପଣ ମାନେ ଅପାର ଧନ ପ୍ରାପ୍ତି କରିବେ । ଏହା ସହିତ ଆପଣ ମାନେ କରଜରୁ ମୁକ୍ତି ମିଳିପାରିବ ।
ପାରିବାରିକ ଏବଂ ବୈବାହିକ ଜୀବନରେ ତୁଳସୀ ପୂଜାକୁ ଉତ୍ତମ ବୋଲି କୁହାଯାଇଥାଏ । ଏହି ମାସରେ ତୁଳସୀ ଗଛ ଲଗାଇବା ଏବଂ ପୂଜା କରିବା କାର୍ତ୍ତିକ ମାସରେ ହୋଇଥାଏ । କାର୍ତ୍ତିକ ମାସରେ ସବୁଦଗିନ ଉତ୍ତମ ଏବଂ ପ୍ରତିଦିନ ଏବଂ ସକାଳେ ଏବଂ ସନ୍ଧ୍ୟାରେ ତୁଳସୀ ଚଉରା ନିକଟରେ ଗୋଟିଏ ଦୀପ ଲଗାଇ ପାରିବାରିକ ଜୀବନ ଶୁଭମୟ ଏବଂ ସୁନ୍ଦର ହେବା ପାଇଁ ପ୍ରର୍ଥନା କରନ୍ତି । ତେବେ ଆପଣ ମାନେ ନିଶ୍ଚିତ ରୂପେ କାର୍ତ୍ତିକ ମାସରେ ଦାନ ଧର୍ମ କରନ୍ତୁ । ଭଗବାନଙ୍କ ଉପାସନା ଏବଂ ଆରଧନା କରନ୍ତି ଏହା ଦ୍ୱାରା ଆପଣ ମାନଙ୍କୁ ନିଶ୍ଚିତ ରୂପରେ ଶୁଭ ଫଳ ପ୍ରାପ୍ତ ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।