ଆପଣ ମାନେ ସମସ୍ତେ ଜାଣିଛନ୍ତି 30 ନଭେମ୍ବର ହେଉଛି କାର୍ତ୍ତିକ ପୂର୍ଣ୍ଣମୀ ।ଯାହାକୁ ଡଙ୍ଗା ଭସା ପର୍ବ ଭାବରେ ପାଳନ କରାଯାଏ । ଆଜିର ଏହି ଲେଖା ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇବୁ ଏହି ଦିନ କେଉଁ ସବୁ ଉପାୟ କରିଲେ ମାଁ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ସେଥିପାଇଁ ଆପଣ ମାନେ ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ ।
1. ଜାଣିରଖନ୍ତୁ ପୂର୍ଣ୍ଣିମା ହେଉଛି ମାଁ ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ । ତେଣୁ ଏହି ଦିନ ମାଁ ଲକ୍ଷ୍ମୀଙ୍କର ଆରଧନା କରିଲେ ଜୀବନରେ ସୁଖର ଅଭାବ ରହିନଥାଏ । ତେବେ ନିଶ୍ଚୟ ଭାବେ ପୂର୍ଣ୍ଣିମା ଦିନ ମାଁ ଲକ୍ଷ୍ମୀଙ୍କର ଆରଧନା କରନ୍ତୁ ।
2. ଏହି ପୂର୍ଣ୍ଣିମାକୁ ପ୍ରାତଃ 5-10.30 ମିନିଟଟ୍ ପର୍ଯ୍ୟନ୍ତ ଲକ୍ଷ୍ମୀଙ୍କର ପିମ୍ପଳ ଗଛରେ ବାସ ରହିଥାଏ । ତେଣୁ ଏହି ଦିନ ଯେଉଁ ବ୍ୟକ୍ତି ଜଳରେ କ୍ଷୀର ମିଶାଇ ପିମ୍ପଳ ଗଛରେ ଚଢାଏ ତାହା ଉପରେ ମାଁ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି .
3. ପୂର୍ଣ୍ଣିମା ଦିନ ଗରିବ ଙ୍କୁ ଚାଉଳ ପ୍ରଦାନ କରିଲେ ଚନ୍ଦ୍ର ଗ୍ରହ ଶୁଭ ଫଳ ଦେଇଥାନ୍ତି ଏବଂ ଏହି ଦିନ ଶିବ ଲିଙ୍ଗ ଉପରେ କଞ୍ଚା କ୍ଷୀର ମହୁ କିମ୍ବା ଗଙ୍ଗା ଜଳ ମିଶାଇ ଶିବ ଲିଙ୍ଗ ଉପରେ ଢାଳିଲେ ଭଗବାନ ଶିବ ପ୍ରସନ୍ନ ହୋଇ ଥାନ୍ତି ।
4. ଏହି କଥାଟି ଖାସ୍ କରି ମହିଳା ମାନେ ଜାଣି ରଖନ୍ତୁ ଯେ ପୂର୍ଣ୍ଣମୀ ଦିନ ବ୍ରତ ,ସ୍ନାନ, ଦାନ କରିଲେ ଅସୀମ ପୂର୍ଣ୍ଣ୍ୟ ମିଳି ଥାଏ । କାର୍ତ୍ତିମ ମାସର ପୂର୍ଣ୍ଣମୀ ଦିନ ର ବିଶେଷ ଖାସ୍ ମହତ୍ବ ରହି ଥାଏ । ଏହା ତ୍ରୀପୁରୀ ପୂର୍ଣ୍ଣିମା କିମ୍ବା ଗଙ୍ଗା ସ୍ନାନ ନାମରେ ପ୍ରଚଳିତ ଅଟେ । କାରଣ ଏହି ଦିନ ଭଗବାନ ଶିବ ତ୍ରିପୁରାସୁର ନାମକ ରାକ୍ଷାସ ର ବଧ କରି ଥିଲେ ଏବଂ ଏହି ଦିନ ଭଗବାନ ଶିବଙ୍କ ଦର୍ଶନ ମାତ୍ରେ ହିଁ ପୂର୍ଣ୍ଣ୍ୟ ମିଳି ଥାଏ ।
5.ଏହାଛଢା ସବୁ ଠାରୁ ମୂଲ୍ୟବାନ କଥା ଟି ଜାଣି ରଖନ୍ତୁ ଏହି ଦିନ ଭଗବାନ ବିଷ୍ଣୁ ପ୍ରଳୟ କାଳରେ ଧର୍ମ ବେଦ ସୃଷ୍ଟି ର ରକ୍ଷା ନିମନ୍ତେ ମତ୍ସ୍ୟ ଅବତାର ଧାରଣ କରି ଥିଲେ । ଆଷାଢ ଶୁକ୍ଳ ଏକାଦଶୀ ରେ ଭଗବାନ ବିଷ୍ଣୁ ଚାରି ମାସ ପର୍ଯ୍ୟନ୍ତ ଯୋଗ ନିଦ୍ରାରେ ଲୀନ ହୋଇ କାର୍ତ୍ତିକ ଏକାଦଶୀ ରେ ପୁଣି ଥରେ ଜାଗ୍ରତ ହୋଇ ଥିଲେ । ଆଉ ପୂର୍ଣ୍ଣିମା ଠାରୁ ସଂସାର ପାଳନ କରିବା କାର୍ଯ୍ୟରେ ଲାଗି ପଡି ଥିଲେ ଏବଂ ଏହି ଦିନ ଲକ୍ଷ୍ମୀ ଙ୍କ ର ଅଂଶ ତୁଳସୀଙ୍କ ବିବାହ ଶାଳଗ୍ରାମ ସହିତ ହୋଇ ଥିଲା । ସେଥି ପାଇଁ କାର୍ତ୍ତିକ ପୂର୍ଣ୍ଣିମା ରେ ଏହି ସବୁ ଉପାୟ କରିଲେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୋଇ ଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।