Odisha News Portal

ଦେଖନ୍ତୁ ଭିଡ଼ିଓ ! ଜୀବନ ଯୁଦ୍ଧ ରେ ଶେଷରେ ହାରି ଯାଇଥିବା ” କାଳିଆ ” ର ଅନ୍ତିମ ସଂସ୍କାର ଦେଖିଲେ ରୋମ ଟାଙ୍କୁରୀ ଉଠିବ….କାଳିଆ ପାଇଁ ପୋଷ୍ଟଟି ସେୟାର କରନ୍ତୁ……

0 7

ଛିଡିଗଲା ଜଗା କାଳିଆ ଡୋରି । ଲିଭି ଗଲା କାଳିଆର ଜୀବନ ଦୀପ । ତେବେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଲୁପଡାରେ ଜିଲ୍ଲା ପ୍ରଶାସନ ଉପସ୍ଥିତି ରେ ଅନ୍ତିମ ସଂସ୍କାର କରା ଯାଇଛି । କାଳିଆ କୁ ଶେଷ ବିଦାୟ ଦେଇଛନ୍ତି ସାରା ଗାଁ । ମୃତ ଦେହ ସଂସ୍କାର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 10 ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆ ଯାଇ ଥିବା ବେଳେ ହରିଶ୍ଚନ୍ଦ୍ର ଯୋଜନା ରେ ମଧ୍ୟ ସାହାଯ୍ୟ କରା ଯାଇଛି । କାଳିଆର ମୃତ୍ୟୁରେ ଆଜି ସାରା ଦେଶ , ତଥା ସାରା ଓଡି୍ଶା ବାସୀ କାନ୍ଦୁଛନ୍ତି । ଯୋଡା ମୁଣ୍ଡ ଭାବରେ ସାରା ଦେଶରେ ଚର୍ଚ୍ଚିତ ହୋଇଥିବା କାଳିଆ କୁ ଆଜି ପୂରା ଗ୍ରାମ ବାସୀ ଝୁରୁିଛନ୍ତି ।

ତେବେ କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ଜଗା କାଳିଆଙ୍କ ଭିତରୁ ଗତ କାଲି କାଳିଆର ମୃତ୍ୟୁ ଘଟିଛି । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତ କାଲି ରାତି 9 ଟା 10 ରେ କାଳିକାର ମୃତ୍ୟୁ ହୋଇ ଥିଲା ।

ଏହା ପରେ ଅନ୍ତିମ ସଂସ୍କାର କରିବା ପାଇଁ ମୃତ ଦେହ କୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଲୁପଡାକୁ ନିଆ ଯାଇ ଥିଲା । ତେବେ କାଳିଆ ସେପ୍ଟିସେମିଆ ଏବଂ ନିମୋନିଆ ରୋଗ ରେ ପଡିତ ଥିଲା । ସାତ ଦିନ ହେବ ତାର ସ୍ବାସ୍ଥ୍ୟବସ୍ଥା ଅଧିକ ସଂଙ୍କଟାପନ୍ନ ରହି ଥିଲା । ତେବେ ସବୁ ପ୍ରକାର ଚେଷ୍ଟା ସତ୍ବେ ମଧ୍ୟ କାଳିଆ କୁ ବଞ୍ଚତାଇ ପାରିଲେ ନାହିଁ ଡାକ୍ତରୀ ଟିମ୍ ।


ଜଗା ଓ କାଳିଆର ଚିକିତ୍ସା ପାଇଁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଇଥିଲା । ସର୍ବୋତ୍ତମ ଚିକିତ୍ସା ତାଙ୍କୁ ଯୋଗାଇ ଦିଆଯାଇଥିଲା । ଦିଲ୍ଲୀର ଏମଏସ୍ ତାଙ୍କୁ ଦୀର୍ଘ 2ବର୍ଷରୁ ଅଧିକ ସମୟ ଧରି ରଖା ଯାଇଥିଲା । 14 ଜୁଲାଇ 2017 ରେ ଦିଲ୍ଲୀ ଏମସ୍ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା ଏବଂ 28 ଅଗଷ୍ଟ 2017ରେ ଯୋଡା ମୁଣ୍ଡ ଶିଶୁଙ୍କର ଅସ୍ତ୍ରପୋଚାର ହୋଇଥିଲା ଦୀର୍ଘ 25 ଘଣ୍ଟା ଧରି୍ ଅପରେସନ ଚାଲିଥିଲା ।ଆଉ ଭୂବନାନନ୍ଦ ମହାରଣାଙ୍କ ସୂଚନା ମୁତାବକ ଗତ କାଲି 9.10ରେ କାଳିଆର ମୃତ୍ୟୁ ଘଟିଛି୍ ।

 

ତେବେ ଦୁଇ ବର୍ଷ ପରେ ଅର୍ଥାତ 2019 ମସି୍ହା ସେପ୍ଟେମ୍ବର 7 ତାରିଖ ଦିନ ଦିଲ୍ଲୀ ରୁ ଦୁଇ ଭାଇ ଫେରି ଥିଲେ କଟକ ଏସସିବି । ରାଜ୍ୟ ସରକାର ଙ୍କ ର ପ୍ରତ୍ୟେକ ସହଯୋଗ ଏବଂ ଆର୍ଥିକ ସହାୟତାରେ ଦୁଇ ଭାଇ ଏବଂ ତାଙ୍କ ପରିବାର କୁ ଓଡିଶା ରୁ ଦିଲ୍ଲୀ ଏବଂ ପରେ ପୁଣି ଦିଲ୍ଲୀ ରୁ ଓଡିଶାକୁ ଅଣା ୟାଇ ଥିଲା କିନ୍ତୁ ଅଧା ବାଟରେ ଛିଣ୍ଡି ଗଲା କାଳିଆ ର ଜୀବନ ଡୋର । ଯୋଡା ମୁଣ୍ଡ ଶିଶୁ ଭାବରେ ସାରା ଦେଶରେ ଚର୍ଚ୍ଚିତ ହୋଇ ଥିବା କନ୍ଧମାଳ ଜିଲ୍ଲା ରୁ ଦୁଇ ଶିଶୁ ମଧ୍ୟରୁ କାଳିଆ କୁ ବଞ୍ଚାଇ ପାରିଲେ ନାହିଁ ଡାକ୍ତର ଆଉ ଆଜି ତାର ଯୁଇ ଜଳୁ ଥିବାର ସାରା ଦେଶ ଦେଖୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।