ସମସ୍ତ ସହରାଞ୍ଚଳରେ କାଲିଠୁ ହେବ ନାଇଟ୍ କର୍ଫ୍ୟୁ ,ରାତି 11 ଟା ରୁ ସକାଳ 6 ଟା ପର୍ଯ୍ୟନ୍ତ ! ଜାଣନ୍ତୁ କଣ ଖୋଲା କଣ ବନ୍ଦ …..

ମହାରାଷ୍ଟ୍ର୍ ରେ ଆସନ୍ତା କାଲି ଠାରୁ ଜାରି ହେବ ରାତ୍ରି କାଳିନ କର୍ଫ୍ୟୁ । ତେବେ ମହାମାରୀ କୋରନା ର ନୂଆ ଷ୍ଟ୍ରେନ୍ କୁ ଆଖି ଆଗ ରେ ରଖି ସହରାଞ୍ଚଳ ରେ ଏଭଳି ଏକ ନିଷ୍ପତି ନେଇ ଛନ୍ତି ମହାରାଷ୍ଟ୍ର ସରକାର । ତେବେ ରାତି 11 ଟା ରୁ ସକାଳ 6 ଟା ପର୍ଯ୍ୟନ୍ତ ଏହି ନାଇଟ୍ କର୍ଫ୍ୟୁ ଜାରି ରହିବ । ତେବେ ଡିସେମ୍ବର ମାସ 22 ତାରିଖ 2020 ରୁ ଜାନୁଆରି ମାସ 5 ତାରିଖ 2021 ପର୍ଯ୍ୟନ୍ତ ଏଭଳି ନିୟମ କୁ କଡା କଡି କରା ଯାଇଛି , ଅର୍ଥାତ ଆସନ୍ତା କାଲି ଠାରୁ ଜାନୁଆରି 5 ତାରିଖ ପର୍ଯ୍ୟନ୍ତ ରାତ୍ରି କାଳିନ କର୍ଫ୍ୟୁ ହେବ ।

ରାତି 11 ଟା ରୁ ସକାଳ 6 ଟା ପର୍ଯ୍ୟନ୍ତ ସବୁ କିଛି ବନ୍ଦ ରହିବ ଏବଂ ଏହି ସମୟ ରେ ହୁଏତ ଅନେକ ଯେଉଁ କଟକଣା ରହି ଥିଲା ପୂର୍ବ କଟକଣା କୁ ହୁଏତ ବଳ ବତ୍ତର ରଖି ପାରନ୍ତି । ଜରୁରୀ ସେବା କୁ ଛାଡି ଦେଲେ ବାକି ସମସ୍ୟ ସେବା କୁ ହୁଏତ ବନ୍ଦ କରି ଦିଆ ଯାଇ ପାରେ ।

ତେବେ ଯେହେତୁ ବ୍ରିଟେନ୍ ରେ ନୂଆ ଷ୍ଟ୍ରେନ୍ ଦେଖା ଦେଇଛି , ଷ୍ଟ୍ରେନ୍ କୁ ଆଖି ଆଗ ରେ ରଖି ମହାରାଷ୍ଟ୍ର ସରକାର ଆଗୁଆ ଏଭଳି ଏକ ପଦକ୍ଷେପ ନେଉ ଛନ୍ତି । ତେବେ ଯେଉଁ ଭଳି ଭାବେ ଯେମିତି କି ମହାରାଷ୍ଟ୍ର ରେ କରୋନା ସଂକ୍ରମଣ ଆଗକୁ ଆହୁରି ନ ବ୍ୟାପୁ ।

ଯେହେତୁ ଭାରତ ରେ ବର୍ତ୍ତମାନ ସମୟରେ କରୋନା ନିୟନ୍ତ୍ରଣ ରେ ରହିଛି ଏବଂ ଏଥି ପାଇଁ ଭାରତ ସରକାର ମଧ୍ୟ ଗୋଟିଏ ବହୁତ ବଡ ନିଷ୍ପତି ନେଇ ସାରି ଛନ୍ତି ଯେ ବ୍ରିଟେନ୍ ,ରୁ ସମସ୍ତ ବିମାନ କୁ ମଧ୍ୟ ବାତିଲ୍ କରା ଯାଇଛି ଏବଂ ଏହା ପରେ ପରେ ମହାରାଷ୍ଟ୍ର ସରକାର ଏହାକୁ ଆଖି ଆଗ ରେ ରଖି ଆସନ୍ତା କାଲି ଠାରୁ ଜାନୁୟାରୀ ମାସ 5 ତାରିଖ ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳ ରେ ରାତ୍ରି କାଳିନ କର୍ଫ୍ୟୁ ଜାରି କରୁଛନ୍ତି ।


ତେବେ ବର୍ତ୍ତମାନ ସମୟରେ ସାରା ବିଶ୍ବ ଯେଉଁ ଘଡିସନ୍ଧି ମୂହୂର୍ତ୍ତ ଦେଇ ଗତି କରୁଛି ସେଥିରୁ ନିଜକୁ ରକ୍ଷା କରିବା ପାଇଁ ସାରା ବିଶ୍ବର ସମସ୍ତ ଦେଶ ମାନେ ତାଙ୍କର ପ୍ରାଣପଣେ ଚେଷ୍ଟା ଜାରି ରଖିଛନ୍ତି । ଆଉ ଏଥିରୁ ନିଜକୁ ମୁକୁଳେଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି କରିବା ସହିତ ଦିନ ରାତି କଠିନ ପରିଶ୍ରମ ମଧ୍ୟ କରୁଛନ୍ତି । ସାରା ବିଶ୍ବର ସମସ୍ତ ବିଶେଷଜ୍ଞ , ଡକ୍ଟର. ତଥା ବୈଜ୍ଞାନିକ ମାନେ ସେମାନଙ୍କ ଜୀବନକୁ ଖାତିର ନ କରି ଏହି ମହାମାରୀ ସହିତ ଲଢିବାର ଉପାୟ ବାହାର କରୁଛନ୍ତି ଏବଂ ସେଥିରେ କିଛି ମାତ୍ରାରେ ସଫଳ ମଧ୍ୟ ହେଲେଣି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment