କଇଁଛର ପ୍ରତିମା ଘର , ଅଫିସ ଏବଂ ଦୋକାନର କେଉଁ ସ୍ଥାନ, କେଉଁ ଦିଗ ଏବଂ କିପରି ରଖିବା ଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ରୋଗ ଓ ଋଣରୁ ମୁକ୍ତି ଦେଇଥାଏ । ଏହି ବିଷୟରେ ଆଜି ଆମେ ଜାଣିବା ।ଧର୍ମଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ରରେ ଏହା ମାନ୍ୟତା ଅଛି କି କଇଁଛକୁ ଘରେ ରଖିବା ବା କଇଁଛର ପ୍ରତିମାକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯେଉଁ ଘରେ କଇଁଛ ରହିଥାଏ, ସେହି ଘରେ ସଦାସର୍ବଦା ମାତା ଲକ୍ଷ୍ମୀ ବିରାଜମାନ ରହିଥାନ୍ତି । କାରଣ ଭଗବାନ ବିଷ୍ଣୁଙ୍କର ଏକ ଅବତାର ହେଉଛନ୍ତି କଇଁଛ ।
କଇଁଛ କିମ୍ବା କଇଁଛ ପ୍ରତିମା କେବଳ ଗୁରୁବାର ଦିନ ଘରକୁ ଆଣିବା ଉଚିତ ଏବଂ ସ୍ଥାପନା କରିବା ଉଚିତ । କୁହାଯାଏ କି କଇଁଛକୁ ଘରେ୍ ରଖି ତାର ଲାଳନପାଳନ କରିଲେ କଇଁଛ ଯେତେଯେତେ ବଡ ହୁଏ ଘରୁ ସେତେସେତେ ଦୁଃଖ ଦୂର ହୋଇ ସୁଖ ଏବଂ ଧନସଂପତି ବୃଦ୍ଧି ପାଇଥାଏ । କିନ୍ତୁ ସମସ୍ତଙ୍କ ଘରେ ଏହା ସଂମ୍ଭବ ହୋଇନଥାଏ । ତେଣୁ ଏହା ପରିବର୍ତ୍ତେ କଇଁଛର ପ୍ରତିମାକୁ ଘରେ, ଅଫିସରେ ଏବଂ ଦୋକାନରେ ରଖିପାରିବେ । ଏହାକରିବା ଦ୍ବାରା ସେତିକି ଫଳ ମିଳିଥାଏ , ଯେତିକି ଜୀବିତ କଇଁଛ ରଖିବା ଦ୍ବାରା ମିଳିଥାଏ ।
କଇଁଛ ପ୍ରତିମା କିପରି ଏବଂ କେଉଂଠି ରଖିବେ
କଇଁଛ ଯେଉଁ ଧାତୁର ହୋଇଥାଉ ନାଁ କାହିଁକି ସେହି କଇଁଛକୁ ରଖିବାର ଦିଗ ହେଉଛି ଉତ୍ତରଦିଗ, ପୂର୍ବଦିଗ ଏବଂ ଉତ୍ତର-ପୂର୍ବ କୌଣ ଐଶାନ୍ୟକୌଣ ଶ୍ରେଷ୍ଠ ହୋଇଥାଏ । ସେହି କଇଁଛର ମୁଖକୁ ମଧ୍ୟ ଉତ୍ତର, ପୂର୍ବ ଏବଂ ଉତ୍ତର-ପୂର୍ବ କୌଣ ଐଶାନ୍ୟକୌଣକୁ ରଖିପାରିବେ ।
କିନ୍ତୁ ଯେଉଁ ଦିଗରେ କବାଟ କିମ୍ବା ମୁଖ୍ୟଦ୍ବାର ଥିବ ସେହି ଦିଗକୁ କଇଁଛ ମୁଖ କେବେ ବି ରଖିବେ ନାହିଁ । କଇଁଛକୁ ରଖୁଥିବା ପାତ୍ର ପ୍ରତିଦିନ ପୁରୁଣା ପାଣିକୁ କାଢି ନୂଆ ପାଣି ରଖିବେ ଏବଂ କଇଁଛଟି ଯେପରି ଅଧା ବୁଡିକି ରହିବ ସେହିପରି ପାତ୍ରଟିଏ ନେବା ଉଚିତ । ଏହାସହିତ ସେହି ପାଣି ଗଙ୍ଗାଜଳ କିମ୍ବା ଗଙ୍ଗାଜଳ ମିଶା ସାଧାରଣ ଜଳ ହୋଇଥିବା ଆବଶ୍ୟକ ।
କେଉଁ ଧାତୁର କଇଁଛ ଘରେ, ଅଫିସ ଏବଂ ଦୋକାନରେ ରଖିବା –
ଆଜିକାଲି ଅନେକ ପ୍ରକାରର ଧାତୁର , ସାଇଜର ଏବଂ ରଙ୍ଗର କଇଁଛ ବଜାରରେ ମିଳୁଛି । ଏଣୁ କେଉଁ ଧାତୁର କଇଁଛ ରଖିଲେ ଧନ, ସୁଖଶାନ୍ତି ବୃଦ୍ଧି ପାଇବା ସହିତ ରୋଗ, ଋଣରୁ ମୁକ୍ତି ପାଇପାରିବା ସେ ବିଷୟରେ ଜାଣିବା ନିହାତି ଜରୁରୀ ।
1.ସନ୍ତାନପ୍ରାପ୍ତି
ଯେଉଁମାନଙ୍କର ସନ୍ତାନ ହେଉନଥାଏ ବା ବିଳମ୍ବ ହେଉଥିବ ସେମାନେ ଏହିପରି ଗୋଟିଏ କଇଁଛ ରଖିବା ଉଚିତ ଯାହାର ପିଠି ଉପରେ ଛୁଆ କଇଁଛ ବସିଥିବ ।ସେମାନେ ଏହିପରି କଇଁଛକୁ ନିଜ ଶୟନୱ କକ୍ଷରେ ରଖିବା ଅତ୍ୟନ୍ତ ଶୁଭଫଳ ଦେଇଥାଏ ।
2.ଧନପ୍ରାପ୍ତି –
ଯାହାର ସବୁବେଳେ ଧନ ସମସ୍ୟା ଲାଗିରହୁଥିବ ସେହିବ୍ୟକ୍ତି ଏକ କ୍ରିଷ୍ଟଲ ଧାତୁର କଇଁଛ ଓ କ୍ଟିଷ୍ଟଲ ଧାତୁର ପାତ୍ରରେ ଜଳ ଦେଇ ଦୋକାନ , ଅଫିସ ବା ଘରେ ରଖିବା ଉଚିତ ।
3.ବ୍ୟବସାୟରେ ଉନ୍ନତି-
ମେଣ୍ଟାଲର କଇଁଛକୁ ମେଣ୍ଟାଲର ପାତ୍ରରେ ପାଣି ଦେଇ ରଖି୍ବା ଉଚିତ ହୋଇଥାଏ ।
4.ରୋଗରୁ ମୁକ୍ତି ପାଇବା ପାଇଁ-ପ୍ରତିଦିନ ପରିବାରରେ କୌଣସି ନାଁ କୌଣସି ସଦସ୍ୟ ରୋଗାଗ୍ରସ୍ଥ ହେଉଥିଲେ, ଏଥିରୁ ମୁକ୍ତି ପାଇବା ପାଇଁ ଘରେ ଏକ ମାଟିର କଇଁଛ ରଖିବା ଲାଭଦାୟକ ହୋଇଥାଏ ।
5. ନୂଆ ବ୍ୟବସାୟ କିମ୍ବା ଦୋକାନ ଆରମ୍ଭ ପାଇଁ -ରୂପାର କଇଁଛ ରୂପାର ପାତ୍ରରେ ପାଣି ଦେଇ ରଖିଲେ ଅନେକ ଲାଭ ଫଳ ଦେଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।