Odisha News Portal

କଫ,କାଶ ଏବଂ ଗଳାରେ କଷ୍ଟ କେବଳ ଥରେ ଏହାର ସେବନ ଦ୍ୱାରା ଭଲ ହୋଇଯିବ !100 % ଗ୍ୟାରେଣ୍ଟି…..

ଋତୁ ପରିବର୍ତ୍ତନ ହେବା କାରଣରୁ ଆପଣଙ୍କ ଗଳା ଇନ୍ଫେକସନ୍ ହୋଇଥାଏ । କାଶ, କଫ ଭଳି ସମସ୍ୟା ଆପଣଙ୍କୁ ଭୋଗିବାକୁ ପଡିଥାଏ । ଆଉ ଏହି ସମସ୍ୟା ହୋଇଗଲେ ଆପଣ ଠିକ୍ ଭାବେ କଥା କହି ପାରନ୍ତି ନାହିଁ ଏବଂ ଆପଣଙ୍କୁ ବହୁତ ଖରାପ ମଧ୍ୟ ଲାଗିଥାଏ । ଆଉ ଏଥରୁ ମୁକ୍ତି ପାଇବାର ଉପାୟ ଖୋଜିଥାନ୍ତି । ଘଳା ଖସ୍ ଖସ୍ ହେବାକୁ ଲାଗିଥାଏ ଏବଂ କାଶ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ସହଜ ଘରୋଇ ଉପଚାର ପ୍ରସ୍ତୁତ କରିବାର ବିଦ୍ଧି ବିଷୟରେ ଏହି ଲେଖା ମାଧ୍ୟମରେ ଜଣାଇବୁ ଯାହାର ସେବନ କରିବା ଦ୍ବାରା ଆପଣଙ୍କର ଏହି ସବୁ ସମସ୍ୟା ସାଙ୍ଗେସାଙ୍ଗେ ଦୂର ହୋଇଯିବ । ନିହାତି ଏହାର ପ୍ରୟୋଗ କରନ୍ତୁ , ଏହା ସଂମ୍ପୂର୍ଣ୍ଣ ପ୍ରାକୃତିକ ଅଟେ । ଆବଶ୍ୟକ ସାମଗ୍ରୀ – ଏକ ଗ୍ଲାସ ପାଣି, ଏକ ଚାମଚ ହଳଦୀ ଗୁଣ୍ଡ , 10 ବୁନ୍ଦା ଲେମ୍ବ ରସ ।

ପ୍ରସ୍ତୁତ ପ୍ରଣାଳୀ –

ଏହି ଉପଚାର ପ୍ରସ୍ତୁତ କରିବା ପାଇଂ ପ୍ରଥମେ ଏକ ପାତ୍ର ଗ୍ୟାସରେ ବସାନ୍ତୁ ଏବଂ ସେଥିରେ ଏକ ଗ୍ଲାସ ପାଣି ନିଅନ୍ତୁ । ଏହାପରେ ସେଥିରେ ଏକ ଚାମଚ ପ୍ରାକୃତିକ ହଳଦୀ ଗୁଣ୍ଡ ନିଅନ୍ତୁ । ମାର୍କେଟରୁ ମିଳୁଥିବା ହଳଦୀ ଗୁଣ୍ଡର ପ୍ରୟୋଗ ନ କରିବା ଭଲ କାହିଁକି ନାଁ ସେଥିରେ ବହୁତ କିଛି କେମିକାଲ୍ ମିଶିଥାଏ ତେଣୁ ମାର୍କେଟରୁ ଖଣ୍ଡ ହଳଦୀ କିଛି ତାହାକୁ ଗୁଣ୍ଡ କରି ସେହି ହଲଦୀ ଗୁଣ୍ଡ ମିଶାନ୍ତୁ । ଏହାପରେ ସେହି ଫୁଟୁଥିବା ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ।

ଆଉ ତାପରେ ସେହି ହଳଦୀ ମିଶ୍ରିତ ପାଣିକୁ ଆପଣ 5-6 ମିନିଟ୍ ପର୍ଯ୍ୟନତ ଭଲ ଭାବରେ ଫୁଟାନ୍ତୁ । ଏହା ଭଲ ଭାବରେ ଫୁଟି ଯିବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଗ୍ୟାସ ବନ୍ଦ କରି ସାରିବା ପରେ ତାହକୁ ଏକ ଏକ ଢାଙ୍କୁଣି ସାହାଯ୍ୟରେ ଘୋଡାଇ ଦିଅନ୍ତୁ ଏବଂ ହାଲକା ତଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ତେବେ ସଂମ୍ପୂର୍ଣ୍ଣ ଥଣ୍ଡା କରିବେ ନାହିଁ ଅଳ୍ପ ଟିକିଏ ଉଷୁମ ରଖିବେ । ହାଲକା ଥଣ୍ଡା ହୋଇଯିବା ପରେ ଏହାକୁ ଏକ ଗ୍ଲାସକୁ ଛାଣି ନିଅନ୍ତୁ । ଏହାପରେ ସେଥିରେ 10 ବୁନ୍ଦା ଲେମ୍ବୁରସ ମିଶାଇବେ । ବର୍ତ୍ତମାନ ଆପଣଙ୍କ ଉପଚାର ପ୍ରସ୍ତୁତ ହୋଇ ଯାଇଛି ।

ସେବନ ବିଦ୍ଧି –

ଏହାର ସେବନ ଆପଣ ଠିକ୍ ଚାହା ପିଇଲା ଭଳି କରନ୍ତୁ । ଯେମିତି ଆପଣ ଚାହାକୁ ଅଳ୍ପ ଅଳ୍ପ କରି ପିଅନ୍ତି ଠିକ୍ ସେହିପରି ଆପଣ ଏହାର ସେବନ କରନ୍ତୁ । ଏହା ଆପଣଙ୍କର କଫ, କାଶ ବା ଥ୍ରୋଟ୍ ଇନ୍ଫେକସନ୍ ଭଳି ସମସ୍ୟାକୁ ସଂଗେ ସଂଗେ ଶେଷ କରି ଦେବ । ଦିନକୁ ଆପଣ ଏହାର ଥରେ ଦ୍ବିଥର ସେବନ କରି ପାରିବେ । ଯଦି ଥରେ ନ କମେ ତେବେ ଏହାର 2-3 ଦିନ ପ୍ରୟୋଗ କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।