Odisha News Portal

Jyotish ଶାସ୍ତ୍ର – ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହି 6 ଟି ରାଶି ଉପରେ ବର୍ଷିବ ଶନିଦେବ ଙ୍କ କୃପା, ହେବ ଧନର ବର୍ଷା

ଗ୍ରହ ନକ୍ଷତ୍ର ମାନଙ୍କ ର ଲଗାତାର ସ୍ଥିତି ବଦଳୁ ଥିବାରୁ ଆକାଶମଣ୍ଡଳ ରେ କେତେ ଯୋଗ ନିର୍ମାଣ ହୋଇଥାଏ । ଏହି ସଂଯୋଗ ରାଶି ମାନଙ୍କ ଉପରେ ପ୍ରଭାବ ପକାଇ ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବ ବର୍ତ୍ତମାନ ନିଜର ସ୍ଥାନ ପରିବର୍ତ୍ତନ କରିବାକୁ ଯାଉଛନ୍ତି ଯାହାର ପ୍ରଭାବ କିଛି ରାଶି ମାନଙ୍କ ଉପରେ ପଡ଼ିବାକୁ ଯାଉଛି ।ତେବେ ଗ୍ରହ ମାନଙ୍କ ଚଳନ ପ୍ରଭାବ ରେ ଜୀବନ ରେ ଖୁସି କି ଦୁଃଖ ଆସିଥାଏ । ସେମିତି ରେ ତ ଜୀବନ ରେ ଦୁଃଖ ନଥିଲେ ସୁଖ ର ଆନନ୍ଦ ମିଳି ପାରେ ନାହିଁ। ଗ୍ରହ ଓ ରାଶି ମାନଙ୍କ ର ପରିବର୍ତ୍ତନ ପାଇଁ ମଣିଷ ଜୀବନ ରେ ପରିବର୍ତ୍ତନ ଦେଖା ଯାଇଥାଏ ।

ବର୍ତ୍ତମାନ ଶନି ଦେବ ଏହି 6 ଟି ରାଶି ଉପରେ ପ୍ରସନ୍ନ ହେବା ସହ ଏମାନଙ୍କୁ ପ୍ରଚୁର ଧନ ସମ୍ପତି ପ୍ରାପ୍ତି କରିବାର ସୁଯୋଗ ଦେବେ । ଶନି ଦେବ ଙ୍କ କୃପା ଯେତେବେଳେ ପ୍ରାପ୍ତି ହୁଏ ସେତେବେଳେ ଜୀବନ ରେ କୌଣସି ସମସ୍ୟା ଯେମିତି ମାନହାନି , ଦୁର୍ଘଟଣା , ରୋଗ ବ୍ୟାଧି ଆଦି କେବେବି ପାଖ ମାଡ଼ି ନଥାଏ ।

ସବୁବେଳେ ଶନି ଦେବ ଙ୍କ ପୂଜା ଓ ଆରାଧନା କରିବା ଜରୁରୀ ହୋଇଥାଏ। ତେବେ ଆଜି ଆମେ ସେହି 6 ଟି ରାଶି ବିଷୟ ରେ କହିବାକୁ ଯାଉଛୁ ଯେଉଁ ରାଶି ର ବ୍ୟକ୍ତି ମାନଙ୍କ ଉପରେ ଶନି ଦେବ ଙ୍କ ର କୃପା ରହିବ । ତେବେ ଆସନ୍ତୁ ଜାଣିବା ।

ବୃଷ ରାଶି ଓ ସିଂହ ରାଶି , ଶନି ଦେବ ଙ୍କ କୃପା ରୁ ଆଗାମୀ ୫ ବର୍ଷ ଜାଏ ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ଜୀବନ ରେ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଚାକିରି କ୍ଷେତ୍ର ରେ ଉନ୍ନତି କରିବେ । ପରିବାର ରେ ସୁଖ ସମୃଦ୍ଧି ଲାଗି ରହିବ । ଶନି ଦେବ ଙ୍କ କୃପା ରେ ବ୍ୟାପାର ବାଣିଜ୍ୟ ରେ ବହୁତ୍ ଲାଭ ମିଳିବ ।

କୁମ୍ଭ ରାଶି ଓ ତୁଳା ରାଶି , ଶନି ଦେବ ଙ୍କ କୃପା ରୁ ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ଜୀବନ ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଚାକିରି କ୍ଷେତ୍ର ରେ ପଦୋନ୍ନତି କରିବେ । ଧନ ପ୍ରାପ୍ତି ହେବ। ବହୁ ଦିନ ର ଅନୁସନ୍ଧାନ ରୁ ମୁକ୍ତି ପାଇବେ। ଯାତ୍ରା ସଫଳ ହେବ । ଅନୁଗତ ଙ୍କ ଦ୍ଵାରା ଲାଭବାନ ହେବେ । ଗୃହ କାର୍ଯ୍ୟ ରେ ମନ ଦେବେ ।ଜୀବନସାଥି ଙ୍କ ସହିତ ବହୁତ୍ ଭଲ ସମୟ ବ୍ୟତୀତ କରିବେ ।

ମିଥୁନ ରାଶି ଓ କନ୍ୟା ରାଶି , ଶନି ଦେବ ଙ୍କ କୃପା ରୁ ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ଜୀବନ ରେ ଅନେକ ଖୁସି ଦେଖିବାକୁ ମିଳିବ । ଆପଣଙ୍କ ପରିବେଶ ବଦଳି ଯିବ । ଏହା ସହିତ ଆର୍ଥିକ ଅବସ୍ଥା ସୁଧୁରି ଯିବ ।ବ୍ୟବସାୟ ରେ ଉନ୍ନତି କରିବେ। ବୈବାହିକ ଜୀବନ ସୁଖମୟ ହେବ । ଅନ୍ୟ କୁ ସାହାର୍ଯ୍ୟ କରିବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାର ସୁଯୋଗ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।