ବାପି ପଣ୍ଡା ରାନୀ ପଣ୍ଡାଙ୍କ ନାଁରେ ଆଣିଲେ ଓଲଟା ବିବାଦ , କୋର୍ଟରେ କେଶ୍ କଲେ ବାପୀ, କହିଲେ ରାନୀ ମତେ ଅଶ୍ଳୀଳ…ଛି ଛି କହିବାକୁ ଲଜ୍ୟା ଲାଗୁଛି….

ଆପଣ ମାନେ ଜାଣିଥିବେ ନିକଟରେ ବାଲେଶ୍ୱର ଉପ ନିର୍ବାଚନରେ ବିପକ୍ଷ ବିଜେଡି ବିଜେପିକୁ ରାଣୀ ପଣ୍ଡା ସ୍ୱାଧୀନ ପ୍ରାଥୀ ବେଣୁ ମଉସାଙ୍କୁ ସମର୍ଥନ ଦେଇ ପୁରା ଟକ୍କର ଦେଇଛନ୍ତି I ଜଣେ ଅଚିହ୍ନା ଲୋକ ହେଉଛନ୍ତି ବେଣୁଧର ବାରିକ ଯେ କି ଆଜି ସମସ୍ତଙ୍କର ଚିହ୍ନା ତଥା ପ୍ରିୟ ହୋଇପାରିଛନ୍ତି କେବଳ ରାଣି ପଣ୍ଡାଙ୍କ ପାଇଁ । ଜିତିବା ହାରିବା ତ ପର କଥା କିନ୍ତୁ ଗରିବ ବେଣୁ ମଉସାଙ୍କ ପାଇଁ ରାଣୀ ପଣ୍ଡା ଯେଉଁଭଳି ଭାବରେ ମାଗଣାରେ ପ୍ରଚାର କରି ଭୋଟ ମାଗୁଛନ୍ତି ସେଥିରେ ତାଙ୍କ ଲୋକପ୍ରିୟତା ଆହୁରି ଅଧିକ ବଢିବାରେ ଲାଗିଛି ।

ତେବେ ଅନେକଥର ଅଶ୍ଳୀଳ ନୃତ୍ୟ ପାଇଁ ବିବାଦ ଘେରରେ ରହି ଆସୁଥିବା ଅଭିନେତ୍ରୀ ରାନୀ ପଣ୍ଡା ପୁଣିଥରେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । କିନ୍ତୁ ଏଥରର ବିବାଦ ବହୁତ ବଡ ଅଟେ । କାହିଁକି ନାଁ ଯାତ୍ରା ଅଭିନେତା ବାପି ପଣ୍ଡା ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡାଙ୍କ ବିରୋଧରେ ବାଲେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟର ଦ୍ୱାରସ୍ଥ ହୋଇ କେଶ୍ ଫାଇଲ ଦାଖଲ କରିଛନ୍ତି । ତେବେ ରାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାପି ଦାବି କରିଛନ୍ତି ।


ଯାତ୍ରା ଅଭିନେତା ବାପି ପଣ୍ଡା କହିଛନ୍ତି-“ଲକ୍ଷ ଲକ୍ଷ ଜନସାଧାରଣଙ୍କ ଆଗରେ ରାନୀ ପଣ୍ଡା ମୋତେ ଆକ୍ଷେପ କରିଛନ୍ତି ଏବଂ ମୋ ଚରିତ୍ର ସଂହାର କରିଛନ୍ତି । ଏହା ସହିତ ମୋତେ ମାନସିକ ନିର୍ଯାତନା ମଧ୍ୟ ଦେଇଛନ୍ତି । କେବଳ ସେହି କାରଣରୁ ମୁଁ ଆଜି ନ୍ୟାୟାଳୟର ଆଶ୍ରୟ ନେଇଛି।”

ତେବେ ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ରାଣୀ ପଣ୍ଡା ଅଭିନେତା ବାପି ପଣ୍ଡାଙ୍କୁ ବହୁ ଅଶ୍ଳୀଳ ଭାଷାରେ ଗାଳି କରିଥବାରୁ ବାପି ପଣ୍ଡା କୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି । ଏହାଛଡା ବାପି ଆହୁରି ମଧ୍ୟ କହିଛନ୍ତି, “ରାନୀ ପଣ୍ଡା ହେଉଛନ୍ତି ଜଣେ ଯାତ୍ରା ଅଭିନେତ୍ରୀ ନୁହଁନ୍ତି ।

କାହିଁକି ନାଁ ଯାତ୍ରା ଜଗତରେ ଅଭିନୟ କରୁଥିବା ଅଭିନେତ୍ରୀମାନେ ଏତେ ଅସଭ୍ୟ ଏବଂ ଅଭଦ୍ର ନୁହଁନ୍ତି । ସେମାନେ କୌଣସି ଦାବି ପୂରଣ ପାଇଁ ରାଜରାସ୍ତାକୁ ଓହ୍ଲାଇବା ପୂର୍ବରୁ ଯାତ୍ରା ଇଣ୍ଡଷ୍ଟ୍ରୀର ଗୁରୁଜନ ମାନଙ୍କ ସହିତ ଆଲୋଚନା କରିବାର ଥିଲା । ଏହାପରେ ସଂଘର ନିଷ୍ପତ୍ତି ଅନୁସାରେ ସବୁ କିଛି କରାଯାଇଥାଏ ।ତେଣୁ ରାନୀ ପଣ୍ଡା ତ ଆମ ସଂଘରେ ନାହାନ୍ତି । କାହିଁକି ନାଁ ସେ ଯେହେତୁ ଯାତ୍ରା ଅଭିନେତ୍ରୀ ହିଁ ନୁହଁନ୍ତି, ତାହାହେଲେ ସଂଘରେ କେମିତି ରହିବେ?”


ତେବେ ସୂଚନା ଅନୁସାରେ ଏହି ସଂପର୍କରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ସେ ମଧ୍ୟ ବାପୀ ପଣ୍ଡା ଓ ଅନ୍ୟ କଳାକାରଙ୍କ ବିରୁଦ୍ଧରେ କେସ୍ ଦାଏର କରିଛନ୍ତି । ସୂଚନାଯୋଗ୍ୟ କରୋନା ମହାମାରୀ ପାଇଁ ରାଜ୍ୟରେ କଳାକାର ଜଗତ ପୂରାପୂରି ବନ୍ଦ ହୋଇପଡିଛି । ଯାହାଫଳରେ କଳାକାରଙ୍କ ଜୀବନ ଦୁର୍ବିଶହ ହୋଇ ପଡ଼ିଛି । ତେଣୁ ଏହି କାରଣରୁ ଭୁବନେଶ୍ଵର ସ୍ଥିତ ମାଷ୍ଟରକ୍ୟାଣ୍ଡିନ ଛକ ଠାରେ ଯାତ୍ରାଜଗତ ପାଇଁ ଅନୁମତି ଦେବା ଏବଂ କଳାକାରଙ୍କ ଦାବି ପୂରଣ ପାଇଁ ଯାତ୍ରା କଳାକାର ବିରୋଧ ପ୍ରଦର୍ଶନ କରିଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment