ସେମାନେ ଜଣେ ଜଣେ ଭିନ୍ନ ମଣିଷ।ସାହିତ୍ୟର ପୃଷ୍ଠାରେ ସଂଗୀତର ସ୍ୱରରେ ଚଳଚ୍ଚିତ୍ରର ଛବିରେ ଆଉ ନୃତ୍ୟର ତାଳେ ତାଳେ ସେମାନଙ୍କର ଅସ୍ଥିତ୍ଵ ସ୍ଵତନ୍ତ୍ର। କିନ୍ତୁ ସମାଜ ସେମାନଙ୍କୁ ଏକ ଭିନ୍ନ ଦୃଷ୍ଟିରେ ଦେଖେ। ଖାଲି ସମାଜ ନୁହେଁ ପରିବାର ମଧ୍ୟ ସେମାନଙ୍କ ପରିଚୟ ଦେବା ପାଇଁ ସଙ୍କୋଚ କରେ। କିନ୍ତୁ ସେମାନେ ହାରି ଯାଆନ୍ତି ନାହିଁ ସତ୍ୟର ସାମ୍ନା କରନ୍ତି। ସମାଜର ଟାହି ଟାପରା ସହି ସେମାନେ ଆଗକୁ ବଢନ୍ତି।
ତେବେ ଆଜି ଆମେ ଆପଣଙ୍କ ସହିତ ଏମିତି ଜଣେ ଟ୍ରାନ୍ସଜେଣ୍ଡର ଙ୍କ ବାବଦରେ ଜଣାଇବୁ ଯାହାଙ୍କ ସଂଘର୍ଷ ଯିଏ କେହି ବି ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ।ଦିନ ଥିଲା ସମାଜ ତାଙ୍କୁ ହିନ ଦୃଷ୍ଟିରେ ଦେଖୁଥିଲା। ସେ ନିଜର ଜୀବନ ଅତିବାହିତ କରିଥିଲେ। ରାସ୍ତାରେ ଯିବା ସମୟରେ କିଏ ହିଞ୍ଜଡ଼ା କହୁଥିଲା ତ ଆଉ କିଏ ଚ୍ଛକା କହୁଥିଲା। କିନ୍ତୁ ସମୟ ପରିବର୍ତ୍ତନ ହେଇଛି ଆଉ ଟ୍ରାନ୍ସଜେଣ୍ଡର ମାନେ ମୁଖ୍ୟ ସ୍ରୋତକୁ ଆସୁଛନ୍ତି। ବିଭିନ୍ନ ସମୟରେ ତାଙ୍କ ଭିତରେ ଯେଉଁ ଜ୍ଞାନ କୌଶଳ ଶିକ୍ଷା ଦକ୍ଷତା ଆଦି ପ୍ରତିପାଦିତ କରିଛନ୍ତି। ସେମିତି ଜଣେ ସଂଘର୍ଷମୟୀ କିନ୍ନର ହେଉଛନ୍ତି କିନ୍ନର ସୁଇଟି ସାହୁ। ତେବେ ଆସନ୍ତୁ ଜାଣିବା ସେ କଣ କହୁଛନ୍ତି ନିଜ ବିଷୟରେ।
ତେବେ କିନ୍ନର ସୁଇଟି ସାହୁଙ୍କ ପ୍ରକୃତ ନାଁ ଥିଲା ଦାଶରଥି ସାହୁ। ଆଉ ଦାଶରଥିରୁ ସୁଇଟି ହେବା ପାଇଁ ତାଙ୍କୁ ବହୁତ୍ ସଂଘର୍ଷ କରିବା ପାଇଁ ପଡ଼ିଛି। ସୁଇଟିଙ୍କ ପିଲାଦିନ ତାଙ୍କ ପାଇଁ ବହୁତ୍ ଯନ୍ତ୍ରଣା ଦାୟକ ଥିଲା ଆଉ ସେହି ଯନ୍ତ୍ରଣାରୁ ସେ ବହୁତ୍ କିଛି ଶିଖିବା ପାଇଁ ପାଇଥିଲେ। ସୁଇଟି କହିଛନ୍ତି କି ସେ ଷଷ୍ଠ ଶ୍ରେଣୀରେ ପଢ଼ିଲା ବେଳେ ସେ ନିଜେ ନିଜକୁ ଚିହ୍ନି ପାରିଥିଲେ ଯେ ଦୁନିଆ ଠୁ ଅଲଗା। କାରଣ ତାଙ୍କୁ ସବୁ ବେଳେ ଝିଅ ଭଳି ସଜେଇ ହେବା ଝିଅ ଭଳି ଚାଲି ଚଳନ ଝିଅ ଭଳି କଥାବାର୍ତ୍ତା ହେବା ପାଇଁ ଭଲ ଲାଗୁଥିଲା ଆଉ ସେ ସେୟା ହିଁ କରି ଆସୁଥିଲେ ଆଉ ଯେଉଁଥି ପାଇଁ ତାଙ୍କୁ ସମାଜର ଟାହି ଟାପରା ସହ୍ୟ କରିବା ପାଇଁ ପଡ଼ିଥିଲା। ଏମିତି କି ଶାଇ ପଡିଶା ଆଉ ପରିବାର ଲୋକଙ୍କ ଟାହି ଟାପରା ସହ୍ୟ କରିବା ପାଇଁ ପଡ଼ିଥିଲା।
ସୁଇଟି କହିଛନ୍ତି କି ସମାଜର ଟାହି ଟାପରା ସହ୍ୟ ନ କରି ପାରି ସେ ତାଙ୍କ ପାଠପଢ଼ା ମଧ୍ୟ ଛାଡି ଦେଇଥିଲେ। ସମସ୍ତଙ୍କ ଠାରୁ ସେ ବ୍ୟବହାର ଖରାପ୍ ପାଇବା ପରେ ସେ ଘର ଛାଡ଼ି ମହାରାଷ୍ଟ୍ର ପଳାଇ ଥିଲେ। ଆଉ ସେଠାରେ ସେ ଜଣେ ବାର୍ ଡାନ୍ସର ଭାବେ କାମ କରିଥିଲେ ଆଉ ଏହାପରେ ସେ ଓଡିଶା ଫେରି ଆସିଥିଲେ। ଆଉ ଏବେ ସେ ଗଞ୍ଜାମ କିନ୍ନର ମହାସଂଘର ସଭାପତି ରହିଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।