Odisha News Portal

ସେଫ୍ଟି ବେଲ୍ଟ ଦେବ ଯୁବତୀଙ୍କୁ ସୁରକ୍ଷା ସାଜିବ ସେମାନଙ୍କର ସୁରକ୍ଷା କବଚ ! ଏହି ଓଡିଆ ପୁଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ……

0 95

ବେଲ୍ଟ ଦେବ ଯୁବତୀଙ୍କୁ ସୁରକ୍ଷା ସାଜିବ ସେମାନଙ୍କର ସୁରକ୍ଷା କବଚ , ଏହିପରି କିଛି ଉଦ୍ଦେଶ୍ୟ ରଖି କୋରାପୁଟ ଜିଲ୍ଲାର ଇଞ୍ଜିନିୟରିଂ ଛାତ୍ର ଶିଶିର ମଲ୍ଲିକ ତିଆରି କରିଛନ୍ତି ଏକ ସେଫ୍ଟି ବେଲ୍ଟ । ଏହି ବେଲ୍ଟ ମୋବାଇଲ ଦ୍ୱାରା ପରିଚାଳିତ ଏହି ବେଲ୍ଟକୁ ଅଣ୍ଟାରେ ପିନ୍ଧି ବାହାରକତୁ ଯାଇପାରିବେ ଯୁବତୀ । ଯେଉଁଠାରେ ନିଜକୁ ଅସୁରକ୍ଷିତ ଭାବିବେ ସେହିଠାରେ ତୁରନ୍ତ ବେଲ୍ଟରେ ଥିବା ବଟମକୁ ଚିପିବେ , ବେଲ୍ଟରେ ଥିବା ମୋବାଇଲ ସହ ଜିପିଏସ ସଂଯୋଗ ହୋଇଥିବାରୁ ତୁରନ୍ତ ସାଇରନ ବାଜିବ ଏବଂ ପରିବାର ପାଖରେ ପହଞ୍ଚିଯିବ ଲୋକେସନ ।

ତେବେ ଏହି ବେଲ୍ଟ ବ୍ୟବହାର କରିବା ଦ୍ୱାରା ଯୁବତୀ ମାନଙ୍କୁ ତାହା ପ୍ରୋଟେକସନ ଦେବ । ଏହା ସହିତ ସେମାନେ ଯେଉଁଠାରେ ଅସୁବିଧାର ସାମ୍ନା କରିବେ ସେହି ସମୟରେ ବେଲ୍ଟର ବଟମ ଦବେଇଦେଲେ ତାର ଘର ଲୋକମାନେ ଯେଉଁଠିଥିଲେ ମଧ୍ୟ ସେହି ଲୋକେସନ ବିଷୟରେ ଜାଣିପାରିବେ ।

ଯଦି ଅସୁବିଧାରେ ପଡିଛନ୍ତି ଏବଂ ସେହିଠାରେ ଆଖପାଖରେ କିଛି ଲୋକମାନେ ଅଛନ୍ତି ଏବଂ ଆପଣ ମାନେ ତାହାଙ୍କୁ ସାହାର୍ଯ୍ୟ ମାଗିବା ପାଇଁ ଚାହୁଁଛନ୍ତି ତେବେ ସେହି ସାଇରନ ମାଧ୍ୟମରେ ଆପଣ ମାନେ ତାହାକୁ ସହଜରେ କରିପାରିବେ । ଏହି ସମୟରେ ଯଦି ଆପଣଙ୍କର ପୋନରେ ନେଟୱାର୍କ ନାହିଁ ତେବେ ସେହି ସମୟରେ ମଧ୍ୟ ଏହା ଆପଣଙ୍କର କାମ କରିବ ।

ଏବେ ସମାଜରେ ବହୁତ ପ୍ରକାର ଅପବ୍ୟବହାର ଦେଖାଯାଉଛି , ମହଳା ମାନେ ନିଜକୁ ସୁରକ୍ଷିତ ମନେ କରିପାରୁନାହାନ୍ତି । ସମାଜରେ ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି ଯେପରିକି ପିଲା ଚୋରି ହେଉଛି , ନାରୀ ମାନଙ୍କୁ ଅନେକ ସମୟରେ ଦୁଷ୍କର୍ମ ହେଉଛି । ତେଣୁ ଆପଣ ମାନେ ଏହି ବେଲ୍ଟର ବ୍ୟବହା କରିଲେ ତୁରନ୍ତ ଆପଣ ମାନେ ଯେଉଁଠାରେ ଅସୁବିଧାରେ ପଡୁଛନ୍ତି ତହା ସହଜରେ ସମସ୍ତେ ଜାଣିପାରିବେ ।

ଏହି ବେଲ୍ୟ ବ୍ୟବହାର କରିବା ପାଇଁ ତାଙ୍କୁ 2 ମାସ ସମୟ ଲାଗିଛି । ଗୋଟିଏ ବେଲ୍ଟ ପାଇଁ ଖର୍ଚ୍ଚ ହୋଇଛି 1100 ଟଙ୍କା । ଶିଶିର ଜଣେ ଇଲେକଟ୍ରନିକ ଇଞ୍ଜିନିୟରିଂର ଛାତ୍ର , ପାଠ ପଡା ସରିବା ପରେ ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ ପରେ ଅସୁବିଧା କାରଣରୁ ଚାକିରୀ ଛାଡି ଜୟପୁର ଏକ ଘରୋଇ କମ୍ପାନୀରେ ଚାକିରୀ କରୁଛନ୍ତି ।

 ମାତ୍ର ନିଜର ଶିକ୍ଷାଗତ ଯୋଗ୍ୟତା ପାଇଁ ଗୋଟିଏ ପରେ ଗୋଟିଏ ଇନୋବେଟିକ ପ୍ରଜେକ୍ଟ ଆରମ୍ଭ କରୁଛନ୍ତି । ଦିନକୁ ଦିନ ପିଲା ମାନଙ୍କ ପ୍ରତି ଅତ୍ୟାଚର ବଢିବାରେ ଲାଗିଛି ତାହାକୁ ରୋକିବା ପାଇଁ ସରକାରୀ ସ୍ତରରେ ବହୁତ ବ୍ୟବସ୍ଥା ହେୁଛଉ । ତାହାକୁ ରୋକ ଲଗେଇବା ପାଇଁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ଜୟପୁରର ଜଣେ ଯୁବକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।