Odisha News Portal

ଚାକିରିଆ ଙ୍କ ପାଇଁ ବହୁତ ବଡ ଖବର ,ଏବେ ଚାକିରି ଛାଡିଲେ GST ଭରିବେ କର୍ମଚାରୀ ସରକାରଙ୍କ ନେଲେ ବଡ ନିଷ୍ପତି !

ଚାକିରିଆ ଙ୍କ ପାଇଁ ବହୁତ ବଡ ଖବର , ଏବେ ଚାକିରି ଛାଡିଲେ GST ଭରିବେ କର୍ମଚାରୀ । ନୋଟିସ୍ ପିରିୟଡ ପୂରା ନ କରିଲେ ଲାଗିବ GST । ତେବେ ଚାଲନ୍ତୁ ଜାଣି ନେବା କଣ ରହିଛି ସଂମ୍ପୂର୍ଣ୍ଣ ଖବର, ସେଥିପାଇଁ ଆପଣ ମାନେ ଆମର ଏହି ଲେଖା ଟି କୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ ।
ତେବେ ସମସ୍ତ ଚାକିରିଆ ଙ୍କ ପାଇଁ ଗୁରୁତ୍ବ ପୂର୍ଣ୍ଣ ଖବର, ଏଣିକି ନୋଟିସ୍ ପରିୟଡ କମ୍ପଲିଟ୍ ନ କରି ଚାକିରି ଛାଡିଲେ GST ଭରିବେ କର୍ମ ଚାରୀ ।

ଅର୍ଥାତ ଚାକିରି ଛାଡିବା ପୂ୍ର୍ବ ରୁ ଯଦି ଆପଣ କଂମ୍ପାନୀ ଦେଇ ଥିବା ନୋଟିସ୍ ପରିୟଡ ପୂରା ନ କରନ୍ତି ତେବେ ଏଥି ପାଇଁ ଆପଣ ଙ୍କୁ 18 ପ୍ରତିଶତ GST ଦେବାକୁ ପଡିବ । ସାଧାରଣତଃ ନୋଟିସ୍ ପରିୟଡ ପୂରଣ ନ କରି ଚାକିରି ଛାଡୁ ଥିବା କର୍ମ ଚାରୀ ଙ୍କୁ ଏଥି ପାଇଁ କଂମ୍ପାନୀ ଙ୍କୁ କିଛି ଟଙ୍କା ଦେବାକୁ ପଡି ଥାଏ ।

ସମୟ ପୂର୍ବ ରୁ ଚାକିରି ଛାଡିଲେ ଜୋରିମାନା –

ଯେଉଁ କର୍ମଚାରୀ ବିନା କୌଣସି ନୋଟିସ୍ ପରିୟଡ ପୂରଣ ନ କରି ଚାକିରି ଛାଡୁ ଛନ୍ତି , ସେମାନ ଙ୍କୁ କଂମ୍ପାନୀ କୁ ଏକ ନିର୍ଦ୍ଦିଶ୍ଟ ପରିମାଣ ର ଟଙ୍କା ତ ଦେବାକୁ ପଡିବ ଏଥି ସହିତ ହିଁ କର୍ମଚାରୀ ଙ୍କୁ 18 ପ୍ରତିଶତ GST ମଧ୍ୟ ସରକାର ଙ୍କୁ ଦେବାକୁ ହେବ । ତେବେ ଚାକିରିଆ ଙ୍କ ପାଇଁ ଏଭଳି ଏକ ଐତିହାସିକ ନିଷ୍ପତି ଶୁଣାଇଛନ୍ତି ଗୁଜୁରାଟ ଅଥୋରେଟି ଫର ଏଡଭାନ୍ସ ରୋଲିଙ୍ଗ୍ (AAR- Gujrat Authority For Advance Ruling) ।

ନିଷ୍ପତି ଅନୁଯାୟୀ ଯଦି କୌଣସି କର୍ମଚାରୀ ନୋଟିସ୍ ପରିୟଡ ପୂରଣ ନ କରି ଚାକିରି ଛାଡୁ ଛନ୍ତି , ତେବେ ,ସଂପୃକ୍ତ କର୍ମଚାରୀ ଙ୍କୁ ଅବଶିଷ୍ଟ ସମୟ ବାବଦ କୁ କଂମ୍ପାନୀ କୁ ନିଜ ଦରମା ଟଙ୍କା ସହ 18 ପ୍ରତିଶତ GST ମଧ୍ୟ ଭରି ବାକୁ ହେବ ।

ସାଧାରଣତଃ ଚାକିରି ଦେବା ସମୟ ରେ କର୍ମଚାରୀ ଙ୍କୁ ଦିଆ ଯାଇ ଥିବା ନିଯୁକ୍ତି ପତ୍ର ରେ କଂମ୍ପାନୀ ତରଫରୁ ଏକ ନୋଟିସ୍ ପରିୟଡ ସଂକ୍ରାନ୍ତ ରେ ଆଲୋଚନା କରା ଯାଇ ଥାଏ । ଯାହାକି ପ୍ରତ୍ୟେକ ପଦବୀ ଏବଂ ସ୍ଥିତି ଅନୁଯାୟୀ ଭିନ୍ନ ଭିନ୍ନ ହୋଇ ଥାଏ ।

ତେଣୁ ଯେତେ ବେଳେ କୌଣସି କର୍ମଚାରୀ ଚାକିରି ଛାଡିବେ ସେତେ ବେଳେ ସଂପୃକ୍ତ କର୍ମଚାରୀ ଙ୍କୁ ଏହି ନୋଟିସ୍ ପରିୟଡ ପର୍ଯ୍ୟନ୍ତ କାମ କରିବାକୁ ପଡି ଥାଏ । ଯାହା ଦ୍ବାରା କଂମ୍ପାନୀ ଙ୍କୁ ରିପ୍ଲେସମେଣ୍ଟ ବ୍ୟବସ୍ଥା କରିବା ରେ ସୁବିଧା ହୋଇ ଥାଏ ।

ସେହି ଭଳି କେହି ଏହି ନୋଟିସ୍ ପରିୟଡ ରୁ କମ୍ କାମ କରନ୍ତି , ତେବେ ଏଥି ପାଇଁ କଂମ୍ପାନୀ କୁ ସଂପୃକ୍ତ କର୍ମଚାରୀ ଙ୍କୁ କିଛି ଅର୍ଥ ଦେବାକୁ କହି ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।