Odisha News Portal

ଗଣ୍ଠି କଷ୍ଟ, ଅଣ୍ଟା କଷ୍ଟ,ଆଣ୍ଠୁ ଗଣ୍ଠି କଷ୍ଟ ଦୂର କରିବାର ରାମବାଣ ଘରୋଇ ଉପଚାର…..

ଜଏଣ୍ଟ୍ ପେନ୍ ବା ଗଣ୍ଠି କଷ୍ଟ ସମସ୍ୟାକୁ ଦୂର କରିବା ପାଇଂ ଆଜି ଆମେ ଆପଣଙ୍କ ପାଇଁ ଏକ ବହୁତ ଚମତ୍କାରୀ ଘରୋଇ ଉପଚାର ପ୍ରସ୍ତୁତ କରିବାର ବିଦ୍ଧି ବିଷୟରେ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ । ଏହା ବହୁ ପରିକ୍ଷିତ ଏବଂ ସାଧାରଣ ତଥା ପ୍ରାକୃତିକ ଉପଚାର ଅଟେ କିନ୍ତୁ ଏହା ଅସାଧାରଣ ରୂପେ ଆପଣଙ୍କ ଗଣ୍ଠିକଷ୍ଟକୁ ଦୂର କରିଥାଏ । ଆପଣ ମାନେ ଜାଣିଥିବେ ବୃଦ୍ଧ ଲୋକ ଏହି ସମସ୍ୟା ପାଇଁ ବହୁତ ଅଧିକ କଷ୍ଟ ପାଇଥାନ୍ତି । ଏହାଛଡା ଛୋଟ ବୟସ୍କ ଲୋକ ମାନଙ୍କ ମଧ୍ୟରେ ମଧ୍ୟ ଏହି ସମସ୍ୟା ଦେଖା ଯିବାକୁ ଲାଗିଲାଣି ।

ଏହା ପାଇଁ ଯେତେ ମେଡିସିନ୍ ଖାଇଲେ ମଧ୍ୟ ତାହା ଭଲ ହୋଇ ନଥାଏ । କିଛି ଲୋକ ଆଣ୍ଠୁ ଯନ୍ତ୍ରଣାକୁ ଜଏଣ୍ଟ ପେନ୍ ଭାବିଥାନ୍ତି କିନ୍ତୁ ତାହା ସଂମ୍ପୂର୍ଣ୍ଣ ଭୂଲ ଅଟେ । ଦୁଇଟି ହାଡ ଯେଉଁ ଜାଗାରେ ମିଶିଥାଏ ତାହାକୁ ଜଏଣ୍ଟ କୁହାଯାଏ, ଆଉ ସେହି ଜଏଣ୍ଟରେ ଯଦି ଆପଣଙ୍କୁ ଯନ୍ତ୍ରଣା ହୁଏ , ତାହାକୁ ଜଏଣ୍ଟ ପେନ୍ ବା ଗଣ୍ଠି କଷ୍ଟ କୁହାଯାଏ । ଯଦି ସେମିତି ସମସ୍ୟା ଆପଣଙ୍କ ପାଖରେ ଦେଖା ଯାଉଛି, ତେବେ ଏହି ଉପଚାରକୁ ଥରେ୍ ନିଶ୍ଚିତ ଭାବରେ ପରିକ୍ଷା କରନ୍ତୁ । ଚାଲନ୍ତୁ ଜାଣିବା ସେହି ଉପଚାର ବିଷୟରେ ।

ଆବଶ୍ୟକ ସାମଗ୍ରୀ – 300 ଗ୍ରାମର କ୍ଷୀର , 1 ଚାମଚ ପ୍ରାକୃତିକ ହଳଦୀ, ଶୁଦ୍ଧ ଦେଶୀ ଗାଈ ଘିଅ 1 ଚାମଚ


ପ୍ରସ୍ତୁତି ପ୍ରଣାଳୀ-


ପ୍ରଥମେ ଗ୍ୟାସରେ ଏହି 300 ଗ୍ରାମର କ୍ଷୀରକୁ ଭଲ ଭାବରେ ଫୁଟାନ୍ତୁ । ଏହାପରେ ତାହାକୁ ଏକ କପ୍ କୁ କାଢି ନିଅନ୍ତୁ । ଏହା ପରେ ସେଥିରେ ଏକ ଚାମଚ ପ୍ରାକୃତିକ ହଳଦୀ ଯେଉଁଟା କି ନିଜେ ଘରେ ଗୁଣ୍ଡ କରି ପ୍ରସ୍ତୁତ କରିଥିବେ । ତାପରେ ସେଥିରେ ସଂମ୍ପୂର୍ଣ୍ଣ ଦେଶୀ ଗାଈ ଘିଅ 1 ଚାମଚ ପ୍ରୟୋଗ କରନ୍ତୁ । ଆପଣ ଏହି କ୍ଷୀର ଏବଂ ହଳଦୀରେ ଏକ ଚାମଚ ଘିଅ ମିଶାଇ ସବୁ ସାମଗ୍ରୀକୁ ଭଲ ଭବାରେ ମିକ୍ସ କରି ଦିଅନ୍ତୁ ।

ଏହାକୁ ଭଲ ଭାବରେ ମିକ୍ସ କରିବା ପାଇଁ ଏହାକୁ ଗାଜି ନିଅନ୍ତୁ । ତେବେ କେମିତି ଏହାକୁ ଗାଜିବେ , ତେବେ ଏହାକୁ ଦୁଇଟି ଗ୍ଲାସକୁ ନେଇ ଦହି ଗାଜିଲା ଭଳି ଗାଜି ନିଅନ୍ତୁ । ଆଉ ଏହାକୁ ଏହିପରି ଗାଜିବା ଦ୍ବାରା ଦେଖିବେ ଏଥିରେ ଫେଣ ାସିବାକୁ ଲାଗିବ ଏବଂ ଫେଣ ଆସିଲେ ଜାଣିବେ ଆପଣଙ୍କ କ୍ଷୀରରେ ହଳଦୀ ଏବଂ ଘିଅ ବହୁତ ଭଲ ଭାବରେ ମିଶି ଯାଇଛି । ତେବେ ବର୍ତ୍ତମାନ ଆପଣଙ୍କର ଉପଚାର ପ୍ରସ୍ତୁତ ହୋଇ ଯାଇଛି ।

ସେବନ କରିବାର ଉପାୟ –

ଏହାର ସେବନ ଆପଣ ଠିଆ ତହୋଇ କରନ୍ତୁ । ଧ୍ୟାନ ରଖିବେ ଯେତେବେଳେ ବି ଆପଣ ଏହାର ସେବନ ତେବେ ଆପଣ ଠିଆ ହୋଇ ଏହାର ସେବନ କରନ୍ତୁ । ଦିନକୁ ଦୁଇ ଥର ଆପଣ ଏହାର ସେବନ କରନ୍ତୁ କିନ୍ତୁ ଠିଆ ହୋଇ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।