ନିଆଁ ପରି ଭାଇରଲ ହେଉଛି !ଜେଲ ଭିତରେ ମନ୍ତ୍ରୀଙ୍କୁ ଭିଭିଆଇପି ଟ୍ରିଟମେଣ୍ଟ ମସାଜ ଏହି ଭିଡ଼ିଓ,କେବଳ ଏକୁଟିଆରେ ଦେଖନ୍ତୁ…

ଦିଲ୍ଲୀର ତିହାର ଜେଲ୍ ଭିତରୁ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣଙ୍କ ଆଇନ୍ କାନୁନ୍ ଉପରୁ ଭରସା ଉଠିଯିବ। ପ୍ରଥମେ ଏହି ଭିଡ଼ିଓଟିକୁ ଭଲ କରି ଦେଖିନିଅନ୍ତୁ ଭାଇରାଲ୍ ହେଉଥିବା ଏହି ଭିଡିଓ ଦେଖନ୍ତୁ। ଏ ଭିଡିଓ ହେଉଛି ଦିଲ୍ଲୀର ତିହାର ସେଣ୍ଟ୍ରାଲ ଜେଲର। ଆଉ ଏ ଦୃଶ୍ୟରେ ଦେଖିବାକୁ ମିଳୁଛି ଜେଲ୍ ର ପରିସର ଭିତରେ କିପରି ଜେଲ୍ ଭିତରେ ଥିବା ମନ୍ତ୍ରୀଙ୍କୁ ସେବା ପ୍ରଦାନ କରା ଯାଉଛି।
ତେବେ ଏହି ମନ୍ତ୍ରୀ ଜଣଙ୍କ ହେଉଛନ୍ତି ଦିଲ୍ଲୀର ସବୁଠାରୁ ପାୱାରଫୁଲ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ବେଆଇନ୍ ଭାବେ ତିନୋଟି କମ୍ପାନୀରୁ ଲାଞ୍ଚ ନେବା ବେଳେ ଇଡି ତାଙ୍କୁ ଗିରଫ କରିଥିଲା। ଆଉ ଏବେ ସେ ତିହାର ଜେଲ୍ ଭିତରେ ଅଛନ୍ତି। ଆଉ ଜେଲ୍ ଭିତରେ ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡ ଓ ଗୋଡରେ ତେଲ ମାଲିଶ୍ କରୁ ଥିବାର ଦେଖିବାକୁ ମିଳୁଛି। ତିହାର ଜେଲ୍ ରେ ଏହି ଆପ୍‌ ମନ୍ତ୍ରୀଙ୍କୁ ଭିଆଇପି ସୁବିଧା ଦିଆଯାଉଥିବା ନେଇ ବୁଧବାର ଇଡି କୋର୍ଟରେ ଅଭିଯୋଗ କରିଥିଲା ଆଉ ଏହାର ଦିନକ ପରେ ଅପ୍ ର ଏହି ନେତାଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
କରୋନା ଭାଇରସ ପାଇଁ କର୍ଫ୍ୟୁ ଜାରି ହୋଇଥିବା ବେଳେ ମନ୍ତ୍ରୀଙ୍କୁ ଦିଆ ଯାଉଥିଲା ଭିଆଇପି ଖାଦ୍ୟ ଦିଆ ଯାଉଥିଲା ବୋଲି ଇଡି କହିଛନ୍ତି। ଜେଲ୍ ଭିତରେ ବିଳାସ ପୂର୍ଣ୍ଣ ଖଟରେ ଶୋଇ ମନ୍ତ୍ରୀ ପେପର୍ ପଢୁଛନ୍ତି ଏନ ପାଖରେ ଜଣେ ବ୍ୟକ୍ତି ବସି ତାଙ୍କ ଗୋଡ଼ରେ ତେଲ ମାଲିଶ୍ କରୁଥିବାର ଦେଖିବାକୁ ମିଳୁଛି। ତେବେ ସତ୍ୟେନ୍ଦ୍ର ଜୈନଙ୍କ ଏଭଳି ଭିଡିଓ ଭାଇରାଲ ହେଉଥିବା ବେଳେ ଆପ୍ ପକ୍ଷରୁ ଏପର୍ଯ୍ୟନ୍ତ କିଛି ବୟାନ ମିଳି ପାରି ନାହିଁ।

କିନ୍ତୁ ବିଜେପି ବର୍ତ୍ତମାନ ସମୟରେ ଆପ୍ କୁ ଟାର୍ଗେଟ କରିଛି। କୁହା ଯାଉଛି କି ଜେଲ୍ ଭିତରେ ଯାହାକୁ ସଜା ମିଳିବା କଥା ତାଙ୍କୁ ବର୍ତ୍ତମାନ ଭିଭିଆଇପି ର ସେବା ମିଳୁଛି। ଜେଲ୍ ଭିତର ଏ ଦୃଶ୍ୟ ଆପଣ ଖୁବ୍ ଭଲ ଭାବରେ ଦେଖି ପାରୁଥିବେ କିଭଳି ଭାବରେ ମନ୍ତ୍ରୀ ମୋହାଦୟ ରଜକୀୟ ସେବା ପାଉଛନ୍ତି ତାହା ବି ପୁଣି ଜେଲ୍ ର ପରିସର ଭିତରେ।

ତେବେ ଏହାର ଭିତରେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି କି ଜେଲ୍ ଭିତରଏ ଏହି ଭିଡିଓକୁ ଭାଇରଲ କରିଲା କିଏ। ଜେଲ୍ ଭିତରର ସିସି ଟିଭି ଫୁଟେଜ ବାହାରକୁ କିପରି ଆସିଲା ତାକୁ ନେଇ ଚାଲିଛି ତନାଘନା। ତେବେ ଏହି ଭିଡିଓ ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ତେବେ ଦିଲ୍ଲୀରେ ତିହାର ସେଣ୍ଟ୍ରାଲ ଜେଲ୍ ଭିତରେ ଯଦି ଏପରି ଘଟଣା ଘଟି ପାରୁଛି ତେବେ ଆଇନ୍ କାନୁନ୍ ଦେଶର କେଉଁ ଆଡକୁ ଗତି କରୁଛି ତାକୁ ନେଇ ବର୍ତ୍ତମାନ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment