ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତ୍ରୀ ଜୀନା ସାମଲ ଏବଂ ଅଭିନେତା ରୁଦ୍ର ପାଣିଗ୍ରାହୀ ଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଅଭିନେତ୍ରୀ ଜୀନା ଏବଂ ରୁଦ୍ର ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଆଉ ତାଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଇଣ୍ଡଷ୍ଟ୍ରିକୁ ।
ତେବେ ଜୀନା ଙ୍କ ପୂରା ନାମ ହେଉଛି ସ୍ବାତୀ ସାମଲ । ସେ 7 ମାର୍ଚ୍ଚ 1990 ରେ ବାଲେଶ୍ବର ଜନ୍ମ ଗ୍ରହଣ କରିଥିଲେ । ଜିନା ମ୍ୟାଟ୍ରିକ ପଢିବା ସମୟରେ ତାଙ୍କୁ ଆଲବମ୍ ରୁ ଅଫର ଆସିଥିଲା ଏବଂ ସେହି ଆଲବମ୍ ନାଁ ଥିଲା ବର୍ଷା ପଡିଲାଣି କଲେଜ୍ ଖୋଲିଣାଣି । ତେବେ ସେ ଆଲବ୍ମ୍ ଦୁନିଆରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।
ଏହାପରେ ସେ ବହୁତ ସଫଳ ପାଇଲେ ଏବଂ ତାଙ୍କୁ ଗୋଟିଏ ପରେ ଗୋଟିଏ ଆଲବମ୍ ମିଳିବାକୁ ଲାଗିଲା । ସେ ଉଭୟ ଆକ୍ଟର ଏବଂ ମେଡଲର୍ ମଧ୍ୟ । ତେବେ ଜୀନା ଫେରିଆ ମୋ ସୁନା ଭଉଣୀ ଚଳଚିତ୍ରରେ ଲିଟ୍ ଆକ୍ଟର ଭାବରେ ଡେବ୍ୟୁ କରିଥିଲେ 2007 ମସିହାରେ ।। ଏହାସହିତ ଅଭିନେତ୍ରୀ ଜିନା ଅନେକ ଧାରାବାହିକରେ ମଧ୍ୟ ନଜରରେ ଆସିଛନ୍ତି । ସେ ତୁଳସୀ ଏବଂ ଅପା ସିରିଏଲ୍ ରେ ଅଭିନୟ କରିଥିଲେ ।
ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଅଭିନେତ୍ରୀ ଜିନା ଏକ ରିଆଲିଟି ଶୋ ମାଧ୍ୟମରେ ତାଙ୍କର ଜୀବନ ସାଥୀଙ୍କୁ ବାଛିଥିଲେ । ଯେଉଁ ରିଆଲିଟି ଶୋ ର ନାଁ ଥିଲା ଜୀନାର ଜୀବନସାଥୀ । ତେବେ ଏହି ରିଆଲିଟି ଶୋ୍ ରୁ ହିଁ ଜୀନା ଅଭିନେତା ରୁଦ୍ର ପାଣିଗ୍ରାହୀ ଙ୍କୁ ବାଛିଥିଲେ ଏବଂ ବିବାହ କରିଥିଲେ ।
ଯାହା ଚଳଚିତ୍ର ଜଗତରେ ଏକ ଇତିହାସ ସୃଷ୍ଟି କରିଥିଲା । ତେବେ ବିବାହ ପରେ ଉଭୟ ଜୀନା ଏବଂ ରୁଦ୍ର ତାଙ୍କର ଅଭିନୟ କ୍ୟାରିୟର ଜାରି ରଖିଛନ୍ତି । ସେମାନେ ଏବେ ବହୁତ ଖୁସି ଥିବାର ମଧ୍ୟ ନଜରର ଆସିଛନ୍ତି । ଆଜି ଆମେ ଅଭିନେତା ରୁଦ୍ରଙ୍କ ଭାଇ ବାହାଘରରେ ଜୀନା ଏବଂ ରୁଦ୍ରଙ୍କ ଜବରଦସ୍ତ ମସ୍ତି ବିଷୟରେ କିଛି କହିବାକୁ ଯାଉଛୁ ।
ତେବେ ଅଭିନେତ୍ରୀ ଜିନା ଏବଂ ଅଭିନେତା ରୁଦ୍ର ତାଙ୍କର ବିବାହ ପରେ ବହୁତ ଖୁସିରେ ଥିବା ଜଣା ପଡିଛନ୍ତି । ତେବେ ଗତ କାଲି ରୁଦ୍ରଙ୍କ ଭାଇ ଙ୍କ ବିବାହ ହୋଇଛି । ଆଉ ସେହି ବିବାହ ଉତ୍ସବ ରେ ଜୀନା ଏବଂ ରୁଦ୍ରଙ୍କ ମସ୍ତି ବେଶ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଜୀନା ଏଥିରେ ଏକ ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ଏବଂ ରୁଦ୍ର ଏକ କଳା ଏବଂ ନାଲି କୋର୍ଟ ପିନ୍ଧିଥିବା ନଜର ଆସିଛନ୍ତି । ଉଭୟ ବହୁତ ଖୁସି ଥିବା ଜଣା ଯାଉଛନ୍ତି ଏବଂ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି । ସେମାନଙ୍କ ଏହି ମସ୍ତି ଏବେ ସବୁଠି ଚର୍ଚ୍ଚା ହେଉଛି ।