Odisha News Portal

ହାଇକୋର୍ଟ ଙ୍କର ଏୌତିହାସିକ ନିଷ୍ପତି !ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରସଙ୍ଗ ,ରାଜ୍ୟ ସରକାରଙ୍କ ନିକଟରୁ ସ୍ପଷ୍ଟିକରଣ ଲୋଡିଲେ ହାଇକୋର୍ଟ…

ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରସଙ୍ଗ । ରାଜ୍ୟ ସରକାରଙ୍କ ନିକଟରୁ ସ୍ପଷ୍ଟିକରଣ ଲୋଡିଲେ ହାଇକୋର୍ଟ । ତେବେ କରୋନା ମହାମାରୀର ମୁକାବିଲା କରିବା ପାଇଁ ସରପଞ୍ଚଙ୍କୁ ଦିଆ ଯାଇ ଥିଲା ଜିଲ୍ଲାପାଳ ଦାୟିତ୍ବ । ହେଲେ ଏହି କ୍ଷମତାର ଅପ ବ୍ୟବହାର କରୁ ଥିବା ଆସି ଥିଲା ଅଭିଯୋଗ ।ତେବେ ମିଳି ଥିବା ସୂଚନା ମୁତାବକ ପ୍ରବାସୀ ଆଗମନକୁ ଦୃଷ୍ଟିରେ ରଖି ସରପଞ୍ଚଙ୍କୁ ଜିଲ୍ଲାପାଳ ଦାୟୁତ୍ବ ଦେଇ ଥିଲେ ରାଜ୍ୟ ସରକାର । କିନ୍ତୁ ଏବେ ପରିସ୍ଥିତିର ପରିବର୍ତ୍ତନ ଆସିଛି । ଆଉ ପୂର୍ବ ଭଳି ପ୍ରବାସୀ ମାନେ୍ ଏବେ ଆଉ ରାଜ୍ୟ କୁ ଫେରୁ ନାହାଁନ୍ତି ।

ସେପଟେ ପୂର୍ବ ରୁ ସରପଞ୍ଚ ଙ୍କୁ ଦିଆ ଯାଇ ଥିବା କ୍ଷମତା ଏବେ ବି ବଳବତ୍ତର ରହିଛି ବୋଲି ଆବେଦନ କାରୀଙ୍କ ପକ୍ଷରୁ ଦର୍ଶା ଯାଇଛି । କେଉଂ ପରିସ୍ଥିତିରେ ଏବେ ସରପଞ୍ଚ ଙ୍କ ଜିଲ୍ଲାପାଳ କ୍ଷମତା ଜାରି ରହିଛି୍ ସେ ନେଇ ପରବର୍ତ୍ତି ଶୁଣାଣି ରେ ସ୍ପଷ୍ଟ କରିବାକୁ ରାଜ୍ୟ ସରକାର ଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହି ମାମଲାର ପରବର୍ତ୍ତି ଶୁଣାଣି 2021 ମସିହା ଜାନୁଆରୀ ମାସ 12 ତାରିଖରେ କରା ଯିବା ପାଇଁ ଧାର୍ଯ୍ୟ କରା ଯାଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ପ୍ରଫିଟ ଏବଂ ଡ. ବି ଆ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅର୍ଦ୍ଧେନ୍ଦୁ ନାରାୟଣ ବେହେରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ଗତ ଅଗଷ୍ଟ ମାସ 11 ତାରିଖ ଦିନ ଲୋଏସିଙ୍ଗା ଥାନା ଅନ୍ତର୍ଗତ ସାଲେଭଟା ପଞ୍ଚାୟତ ଅଞ୍ଚଳରେ ଥିବା ପାଞ୍ଚଟି ଭୂମି ହୀନ ଅନୂସୁଚିତ ଜାତି ଜନଚାତି ବର୍ଗର ପରିବାରଙ୍କ ଘରକୁ ସରପଞ୍ଚଙ୍କ ନିର୍ଦ୍ଦେଶ ଅନୁସାରେ ଡୋଜର ଲଗାଇ ଭାଙ୍ଗି ଦିଆ ଯାଇ ଥିଲା ।

ତେବେ ଏହି ଭୂମି ହୀନ ପରିବାରଙ୍କୁ ସରକାରୀ ଜମି ଉପରେ ଆବାସ ଯୋଜନା ରେ ଘର ନିର୍ମାଣ କରିବା ପାଇଂ ଅନୁମତି ଦିଆ ଯାଇଥିଲା । ଏଥିପାଇଁ ବ୍ଲକ , ପ୍ରଶାସନ ଏବଂ ପଞ୍ଚାୟତ ତରଫରୁ ଅନୁମତି ଦିଆ ଯିବା ସହିତ ଆବାସ ଯୋଜନା ରେ ଅର୍ଥ ମଞ୍ଜୁର କରା ଯାଇ ଥିଲା । ହେଲେ ସରପଞ୍ଚଙ୍କ ନିର୍ଦ୍ଦେଶରେ ବେଆଇନ ଭାବରେ ଗରିବ ଙ୍କ ଘର ଭାଙ୍ଗି ଦିଆ ଯାଇ ଥିଲା ।


ତେବେ ଅଭି ଯୋଗ ପରେ ଲୋଏଙ୍ଗେସିଆ ପୋଲିସ ମହିଳା ସରପଞ୍ଚ ଙ୍କୁ ଗିରଫ କରି ଥିଲା । କିନ୍ତୁ ସରପଞ୍ଚ ନିଜ କାର୍ଯ୍ୟକୁ ସମର୍ଥନ କରି ଜିଲ୍ଲାପାଳ ଙ୍କ କ୍ଷମତା ଦିଆ ଯାଇଛି ବୋଲି ସୋ କହି ଥିଲେ । ଅନ୍ୟପଟେ ଅଧିକାଂଶ କ୍ଷେତ୍ରରେ ସରପଞ୍ଚ ଏପରି ଅପ ବ୍ୟବହାର କରୁ ଥିବାର ଅଭିଯୋଗ ମଧ୍ୟ ହୋଇ ଥିଲା । ସରପଞ୍ଚଙ୍କୁ ଏଭଳି କ୍ଷମତା ବ୍ୟବହାରର ଆବଶ୍ୟକତା ନାହିଁ ବୋଲି ଆବେଦନ କାରୀ ଦର୍ଶାଇ ଏହି ମାମଲା ରୁଜୁ କରି ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।