Odisha News Portal

ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ – ଝିଅଟିର ଅଜବ ଦୃଶ୍ୟ ଦେଖିଲେ ହୋଇଯିବେ ତାଯୁବ ଭିଡ଼ିଓ ଟିକୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ

ଯୁଗ କେଉଁଠି ପହଞ୍ଚିଲାଣି। ପ୍ରତ୍ୟେକ ଜିନିଷ ରେ ପ୍ରମାଣ ଆଉ ତତ୍ତ୍ଵ ଖୋଜୁଛନ୍ତି ଲୋକେ। ଆଜିର ଏହି ଅତ୍ୟାଧୁନିକ ଯୁଗରେ ବାସ୍ତବରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯଥେଷ୍ଟ ଉନ୍ନତି ଫଳରେ ଲୋକେ ସବୁ କଥାରେ ଏକ ନିର୍ଦ୍ଦିଷ୍ଟ ପ୍ରମାଣ ଖୋଜିବା ସ୍ୱାଭାବିକ। ହେଲେ ଆଜିବି ଅନେକ ସ୍ଥାନରେ ବଞ୍ଚି ରହିଛି ଅନ୍ଧ ବିଶ୍ବାସ। ଏଠି ଯୁବତୀଙ୍କ ଦେହରେ ଦେବା ଦେବୀ ପ୍ରବେଶ କରି ନାଚ କରାଉ ଛନ୍ତି।ଆଉ କିଛି ଲୋକ ବି ଏହାକୁ ସତ ଭାବି ନିଜକୁ ସମର୍ପଣ କରୁଛନ୍ତି କାଲେଶି ଙ୍କ ନିକଟରେ। ଥରେ ଆପଣ ବି ଦେଖନ୍ତୁ ଏହି ଜିନ୍ସ ପିନ୍ଧା କାଳେଶି ଙ୍କ ନୃତ୍ୟ କୁ। ବନ୍ଧୁଗଣ ଏହି ଘଟଣା ଟି ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଡିଙ୍ଗେଲିକିଆ ଗ୍ରାମର ଘଟଣା।

ଏହି ଗ୍ରାମର ଜଣେ ଯୁବତୀଙ୍କୁ କାଲେଶୀ ଲାଗୁଛି। ଆଉ କେତେବେଳେ ସେ ମହାଦେବ ବୋଲି ବି ନିଜେ କୁହନ୍ତି। ଆହୁରି ଶୁଣନ୍ତୁ, ଯୁବତୀ କୁହନ୍ତି ତାଙ୍କୁ କାଳେଶୀ ଲାଗିଲେ ସେ ଯାହାବି କହିବେ ତାହା ବାସ୍ତବରେ ସତ ହୋଇ ଚାଲିବ। ଯଦି ଏମିତି ହୁଅନ୍ତା ତେବେ ଆଜି ଆଉ ଲୋକେ ଭୋକ ଉପାସରେ ମରି ନଥାନ୍ତେ। ସେତିକି ବି ଚିନ୍ତା କରି ପାରୁ ନାହାନ୍ତି ଏହି ଅନ୍ଧଭକ୍ତ ମାନେ। କେବଳ ସେତିକି ନୁହେଁ ଏହି ଯୁବତୀ ଜଣଙ୍କ କୁଆଡେ ଅଭିଶାପ ବି ଦେଇ ଦିଅନ୍ତି ଯାହା ପଡ଼ିଯାଏ ଲୋକଙ୍କ ଉପରେ। ଏପରି କିଛି ଅନ୍ଧ ବିଶ୍ବାସ ରେ ବୁଡି ରହିଛନ୍ତି ଏଠାକାର ଲୋକମାନେ। ଆପଣ ଏହି ଭିଡିଓ ଦେଖି ଜାଣି ପାରିବେ ଯେ ଏହା ସତ ନା ମିଛ।

ତେବେ ଆତ୍ମଘୋଷିତ ଏହି ଭଗବାନଙ୍କ କିଛି ଭକ୍ତ ମଧ୍ୟ ଅଛନ୍ତି। ଆଉ ଯାହା ସେମାନଙ୍କୁ ଆଦେଶ ମିଳେ ତାକୁ ସେମାନେ ସମ୍ପନ୍ନ ମଧ୍ୟ କରିଥାନ୍ତି।ଏହି ଯୁବତୀଙ୍କୁ କାଲେଶୀ ଆସି କହୁଛନ୍ତି ଏହି ଗ୍ରାମର କିଛି ଲୋକ ଗୁଣି ଗାରେଡ଼ି କରୁଛନ୍ତି। ତେଣୁ ଯେଉଁମାନେ ଏହି କାମ କରୁଛନ୍ତି ସେମାନଙ୍କ ଘର ଭାଙ୍ଗି ଦିଆଯାଉ। ବାସ୍ ତାପରେ କାଲେସି ଙ୍କ କଥା ମାନି ଏହି ଦୁଇ ପରିବାର ର ଧାନ ଚାଉଳ, ଆସାବାପତ୍ର ଆଦି ଅନ୍ୟାନ୍ୟ ଜିନିଷ ଘରୁ କାଢ଼ି ଫିଙ୍ଗି ଦିଆ ଯାଇଛି ଏବଂ ସେହି ଦୁଇ ପରିବାର ର ଘର ମଧ୍ୟ ଭାଙ୍ଗି ଦିଆ ଯାଇଛି। କିଛିଦିନ ତଳେ ରାତିରେ ଏହି ଆତ୍ମ ଘୋଷିତ ଭଗବାନ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଙ୍କ ଘର ଯାଇ ଭାଙ୍ଗି ଦେଇ ଆସିଛନ୍ତି।

ତାପରେ ଉକ୍ତ ପରିବାର ପକ୍ଷରୁ ଥାନାରେ ଏନେଇ ଲିଖିତ ଅଭିଯୋଗ ଦେବା ପରେ ବାଲିଗୁଡା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ। ହେଲେ ଏହି ଆତ୍ମ ଘୋଷିତ ଭଗବାନ ନିଜ ଭକ୍ତଙ୍କ ସହ ମିଶି ଏ କଥାକୁ ଶୁଣି ନଥିଲେ। ତାର କିଛିଦିନ ପରେ ମଧ୍ୟ ସମାନ ଘଟଣା ଘଟିଥିବାର ପୁଣି ଦେଖିବାକୁ ମିଳିଲା। ଦେଖାଯାଉ ଆଗକୁ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।