Odisha News Portal

ଝିଅର ଭିଡିଓ ଭାଇରାଲ୍… ଝିଅ ହେଇକି ଝିଅ କୁ କହିଲେ ଏମିତି… ଦେଖନ୍ତୁ Video

ବନ୍ଧୁଗଣ ପୁଣିଥରେ ଏବେ ଚର୍ଚ୍ଚାରେ ରହିଛି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ। ଯାହାକୁ ନେଇ ତାଙ୍କର ପ୍ରସଂଶକ ମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ଅନୁଭବ ମହାନ୍ତି ଭିଡିଓ ଅପଲୋଡ଼ କରି ସୋସିଆଲ ମିଡିଆରେ ତାଙ୍କର ଅନେକ ଅକୁହା କଥାକୁ ପ୍ରକାଶ କରୁଛନ୍ତି। ଆଉ ଏହାପରେ କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରବିବାର ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି। ତେବେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ୟୁଟ୍ୟୁବ୍‌ରେ ଛାଡ଼ିଥିବା ୨ଟି ଭିଡିଓ ବିଷୟରେ ତ ଆପଣ ଜାଣିଥିବେ।

ତେବେ ଏହାକୁ ନେଇ ବର୍ଷାଙ୍କ ସମ୍ମାନହାନି କଲା ଭଳି ମନ୍ତବ୍ୟ ଦେଇଥିବା ନେଇ ବର୍ଷାଙ୍କ ଥାନାରେ ଦିଆ ଯାଇଥିବା ଅଭିଯୋଗରେ ଉଲ୍ଲେଖ କରା ଯାଇଛି। ତେବେ ଆପଣ ମାନେ ଜାଣିଛନ୍ତି ବର୍ଷା-ଅନୁଭବଙ୍କ ବିବାଦକୁ ନେଇ କଟକ ନିମ୍ନ ଅଦାଲତରେ ୨ଟି ମାମଲା ଏବେବି ବିଚାରାଧୀନ ରହିଛି। ଆଉ କଟକ ପାରିବାରିକ ଅଦାଲତରେ ଅନୁଭବ ଦାଏର କରିଥିବା ବିବାହ ବିଚ୍ଛେଦ ମାମଲା ଚାଲିଛି। ବର୍ଷାଙ୍କ ପକ୍ଷରୁ ଘରୋଇ ହିଂସା ନେଇ ଏକ ମାମଲା ଏସ୍‌ଡିଜେଏମ୍‌ କୋର୍ଟରେ ବିଚାରାଧୀନ ରହିଛି। ତେବେ ଏହି ସବୁ ମାମଲା କୋର୍ଟରେ ଗଡ଼ି ଚାଲିଥିବା ବେଳେ ଅନୁଭବ ଭିଡିଓ କରି ଅରୁଚିକର ମନ୍ତବ୍ୟ ଦେଉଛନ୍ତି ବୋଲି ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି।

ତେବେ ଏହିଭଳି ସେମାନଙ୍କ ଖବର ଚର୍ଚ୍ଚାରେ ରହିଥିବା ବେଳେ ଏବେ ସେମାନଙ୍କ ପ୍ରସଂଶକ ମାନେ ସୋସିଆଲ ମିଡିଆରେ ତାଙ୍କର ମତ ରଖିଛନ୍ତି। ଅନୁଭବଙ୍କ ଭିଡିଓ ଜାରି କରିବା ପରେ ସତ ସାମ୍ନାକୁ ଆସିଛି ବୋଲି ଅନୁଭବଙ୍କ ପ୍ରସଂଶକ ମାନେ ଏବଂ ଅନ୍ୟ ସାଧାରଣ ଜନତା ମାନେ କହିଛନ୍ତି। ତେବେ ଅନୁଭଵ ମହାନ୍ତି ଙ୍କ ସପକ୍ଷରେ ଅନେକ ଏବେ ବାହାରିଛନ୍ତି ଏବଂ ତାଙ୍କ କଥାକୁ ସମ୍ମାନ ଜଣାଉଛନ୍ତି। ସେହିଭଳି ଜଣେ ଯୁବତୀଙ୍କ ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯୁବତୀ ଜଣଙ୍କ କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ ନିଜ ସ୍ବାମୀଙ୍କୁ ଏପରି ବ୍ଯବହାର କରନ୍ତି ଯେମିତି ସେ ତାଙ୍କର ସ୍ବାମୀ ନୁହେଁ। ଯାହା ସେମନଙ୍କର ଅନେକ ଭିଡିଓ ରୁ ଜଣା ପଡ଼ିଥାଏ। ଅନୁଭବ ବର୍ଷାଙ୍କ କାନ୍ଧରେ ହାତ ପକାଇଲେ ବର୍ଷା ଅସହଜ ମନେ କରିବା ଭଳିଆ ବ୍ଯବହାର ଦେଖାନ୍ତି, ଦୂରତା ରକ୍ଷା କରନ୍ତି।

ଏସବୁ କଣ ପାଇଁ? କାହିଁ ଅନ୍ଯ ହିରୋ ମାନଙ୍କ ସହିତ ଅଭିନୟ କରିବା ବେଳେ ତ ଏମିତି ହୁଅନ୍ତି ନାହିଁ ବର୍ଷା ପ୍ରିୟଦର୍ଶିନୀ। ତେବେ ଏହାଛଡା ଅନୁଭବଙ୍କ ସାନ ଭାଇର ଝିଅ କୁ ବହୁତ୍ ଗେଲ କରି ବର୍ଷା ପ୍ରମାଣ କରନ୍ତି ଯେ ସେ ଛୋଟ ପିଲାକୁ ବହୁତ୍ ଭଲ ପାଆନ୍ତି। ତାହା କେତେ ସତ ଆପଣ ଜାଣି ପାରୁଥିବେ। ସୋସିଆଲ ମିଡିଆରେ ସକ୍ରିୟ ରହିବାକୁ ତାଙ୍କୁ ଭଲ ଲାଗେନି ବୋଲି ସେ କୁହନ୍ତି ତେବେ ଏବେ କାହିଁକି ଖାଇଲେ, ବସିଲେ, ଶୋଇଲେ ସବୁ ସମୟରେ ଆକ୍ଟୀଭ ରହୁଛନ୍ତି ବୋଲି କହିଛନ୍ତି ଏହି ଯୁବତୀ ଜଣଙ୍କ। ଏହିପରି ଅନେକ କଥା ସେ ଏ ଭିଡିଓରେ କହିଛନ୍ତି ଯାହା ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।